କରୋନାଭାଇରସ୍ ରିଲିଫ୍ ପାଣ୍ଠି ପାଇଁ ସଚିନ ଙ୍କ ଦାନ ଏପର୍ଯ୍ୟନ୍ତ ଭାରତର କ୍ରୀଡ଼ାବିତ୍ ମାନଙ୍କ ମଧ୍ୟରୁ ସବୁଠାରୁ ବଡ ଅବଦାନ !

ବିଶ୍ୱ ମହାମାରୀର କରୋନାଭାଇରସ୍ ସାରା ବିଶ୍ୱରେ ତାର କାୟା ବିସ୍ତାର କରିଛି ଚାଇନାର ୱୁହାନ ସିଟିରୁ ଉତ୍ପନ୍ନ ଏହି ଭୁତାଣୁ ସମଗ୍ର ବିଶ୍ୱକୁ ବ୍ୟାପି ସାରିଲାଣି ଏବଂ COVID-19 ସଂକ୍ରମଣକୁ ରୋକିବା ପାଇଁ ସମଗ୍ର ଦେଶରେ ଲକଡାଉନ୍ ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ଏପରି ବିପତ୍ତି ସମୟରେ ସେଲିବ୍ରେଟି ଠୁ ଆରମ୍ଭ କରି ରାଜନେତା …
 

ବିଶ୍ୱ ମହାମାରୀର କରୋନାଭାଇରସ୍ ସାରା ବିଶ୍ୱରେ ତାର କାୟା ବିସ୍ତାର କରିଛି ଚାଇନାର ୱୁହାନ ସିଟିରୁ ଉତ୍ପନ୍ନ ଏହି ଭୁତାଣୁ ସମଗ୍ର ବିଶ୍ୱକୁ ବ୍ୟାପି ସାରିଲାଣି ଏବଂ COVID-19 ସଂକ୍ରମଣକୁ ରୋକିବା ପାଇଁ ସମଗ୍ର ଦେଶରେ ଲକଡାଉନ୍ ପରିସ୍ଥିତି ସୃଷ୍ଟି ହୋଇଛି ।

ଫଳରେ ଏପରି ବିପତ୍ତି ସମୟରେ ସେଲିବ୍ରେଟି ଠୁ ଆରମ୍ଭ କରି ରାଜନେତା ଓ ବିଭିନ୍ନ ବର୍ଗର ଜନପ୍ରତିନିଧି ମାନେ ରିଲିଫ୍ ପାଣ୍ଠି ପ୍ରତି ସେମାନଙ୍କର ଅବଦାନ ବା ଦେଶ ପାଇଁ ଟଙ୍କା ଦାନ କରୁଛନ୍ତି। ତେବେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ମଧ୍ୟ ନିଜ ସାହାଯ୍ୟର ହାତ ବଢାଇଛନ୍ତି।

ମିଡ-ଡେରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, COVID19 ରିଲିଫ ପାଣ୍ଠି ପାଇଁ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ୫୦ ଲକ୍ଷ ଦାନ କରିଛନ୍ତି । ସଚିନ ପୂର୍ବରୁ ବୁଶଫାୟାର ରିଲିଫ କ୍ୟାମ୍ପ ନିମନ୍ତେ ୨୫,୦୦୦ ଅଷ୍ଟ୍ରେଲୀୟ ଡଲାର ଦାନ କରିଥିଲେ।