PSL ଜିତିଥିବା ଦଳକୁ ମିଳୁଛି WPL ବିଜୟୀ ପୁରସ୍କାର ରାଶିଠାରୁ କମ୍ ଟଙ୍କା! ସତ ଜାଣିବା ପରେ ଲଜ୍ଜିତ ହୋଇଯିବେ ପାକିସ୍ତାନୀ ଖେଳାଳି….

 

୨୨ ମାର୍ଚ୍ଚରୁ ଭାରତରେ ଆଇପିଏଲ୍ ବିଗୁଲ ବାଜିବାକୁ ଯାଉଛି।  ପଡୋଶୀ ଦେଶ ପାକିସ୍ତାନରେ, ମାର୍ଚ୍ଚ ୧୮ ତାରିଖରେ, ପାକିସ୍ତାନ ପ୍ସୁପର ଲିଗ୍ ର ଅନ୍ତିମ ମ୍ୟାଚ୍ କରାଚିରେ ମୁଲତାନ୍ ସୁଲତାନ୍ ଏବଂ ଇସଲାମାବାଦ ୟୁନାଇଟେଡ୍ ମଧ୍ୟରେ ଖେଳାଯାଇଥିଲା। ଏହି ଐତିହାସିକ ମ୍ୟାଚରେ ଶାଦବ ଖାନଙ୍କ ନେତୃତ୍ୱରେ ଇସଲାମାବାଦ୍ ଦଳ ମହମ୍ମଦ ରିଜୱାନଙ୍କ ମୁଲତାନ ସୁଲତାନକୁ ୨ ୱିକେଟରେ ପରାସ୍ତ କରି ତୃତୀୟ ଥର ପାଇଁ ପିଏସଏଲ୍ ଟାଇଟଲ ଜିତିଛି।

 

କିନ୍ତୁ, ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ପିଏସଏଲ୍ ଫାଇନାଲରେ ଜିତୁଥିବା ଦଳ ଯେତିକି ପୁରସ୍କାର ରାଶି ପାଇଥାନ୍ତି ତାହା କେବଳ ଆଇପିଏଲ୍ ପୁରସ୍କାର ରାଶି ନୁହେଁ ବରଂ WPL ପୁରସ୍କାର ରାଶିଠାରୁ ମଧ୍ୟ କମ ଅଟେ। ଆସନ୍ତୁ ଜାଣିବା IPL, WPL ଏବଂ PSL ର ପୁରସ୍କାର ରାଶି ମଧ୍ୟରେ ପାର୍ଥକ୍ୟ କ’ଣ? PSL ର ଅନ୍ତିମ ମ୍ୟାଚ୍ ସୋମବାର କରାଚିରେ ମୁଲତାନ୍ ସୁଲତାନ୍ ଏବଂ ଇସଲାମାବାଦ ୟୁନାଇଟେଡ୍ ମଧ୍ୟରେ ଖେଳାଯାଇଥିଲା।  ପ୍ରଥମେ ବ୍ୟାଟିଂ କରି ମୁଲତାନ୍ ୨୦ ଓଭରରେ ୯ ୱିକେଟ୍ ହରାଇ ୧୫୯ ରନ୍ ସଂଗ୍ରହ କରିଥିଲା। ମୁଲତାନ ପାଇଁ ଉସମାନ ଖାନ ୪୦ ଟି ବଲରେ ୫୭ ରନର ଇନିଂସ ଖେଳିଥିଲେ।  ଏହି ଯୁବ ଖେଳାଳିଙ୍କ ବ୍ୟତୀତ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ ଅନ୍ୟ କାହାକୁ ସଫଳତା ମିଳି ନଥିଲା।

ଅଧିନାୟକ ମହମ୍ମଦ ରିଜୱାନ୍ ମଧ୍ୟ ଫାଇନାଲ୍ ମ୍ୟାଚରେ କିଛି ବିଶେଷ ପ୍ରଦର୍ଶନ କରିପାରିନଥିଲେ ଏବଂ ଥରେ ଜୀବନଦାନ ପାଇବା ପରେ ସେ ୨୬ ଟି ବଲରେ ୨୬ ରନ୍ ସ୍କୋର କରିପାରିଥିଲେ। ଏଥିସହିତ ଚାଚା ନାମରେ ଜଣାଶୁଣା ଇଫ୍ତିଖାର ଶେଷରେ ୩୨ ରନର ଭଲ ଇନିଂସ ଖେଳିଥିଲେ​​। ଯେଉଁଥିପାଇଁ ମୁଲତାନ ସୁଲତାନ ଏକ ସମ୍ମାନଜନକ ସ୍କୋରରେ ପହଞ୍ଚିବାକୁ ସଫଳ ହୋଇଥିଲା।

ଜିତିବା ପାଇଁ ଇସଲାମାବାଦ ୟୁନାଇଟେଡ୍ ୧୬୦ ରନ୍ ସ୍କୋର ଆବଶ୍ୟକ କରୁଥିଲା। ତେବେ ଦଳ ଭଲ ଆରମ୍ଭ କରି ପାରିନଥିଲା।  ଇନିଂସ ଆରମ୍ଭ କରିବାକୁ ଆସିଥିବା ଓପନର୍ କଲିନ୍ ମନ୍ରୋ ୧୭ ରନ୍ ସ୍କୋର କରିବା ପରେ ଆଉଟ ହୋଇଥିଲେ।  ତାଙ୍କ ସାଥୀ ମାର୍ଟିନ ଗୁପଟିଲ ଭଲ ଇନିଂସ ଖେଳିଥିଲେ। କିନ୍ତୁ, ଦୁର୍ଭାଗ୍ୟଜନକ ଭାବରେ ଅର୍ଦ୍ଧଶତକ ହାସଲ କରିବା ପରେ ସେ ଆଉଟ୍ ହୋଇ ଯାଇଥିଲେ।  ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଆଜାମ ଖାନ ୩୦ ରନ୍ ସଂଗ୍ରହ କରିଥିଲେ ଏବଂ ଇମାଦ୍ ୱାସିମ୍ ୧୭ ରନ୍ ସଂଗ୍ରହ କରି ମ୍ୟାଚକୁ ଜିତାଇଥିଲେ।  

 ଅନ୍ୟପକ୍ଷରେ, PSL ର ଫାଇନାଲ୍ ଜିତିବା ପରିବର୍ତ୍ତେ ସେମାନଙ୍କ ଦଳ ସୋସିଆଲ ମିଡିଆରେ ହେଡଲାଇନରେ ରହିଆସିଛି କାରଣ ଭାରତରେ ଖେଳାଯାଇଥିବା ମହିଳା ପ୍ରିମିୟର ଲିଗ୍ ତୁଳନାରେ ସେମାନଙ୍କୁ କମ୍ ପୁରସ୍କାର ରାଶି ପ୍ରଦାନ କରାଯାଇଅଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ପାକିସ୍ତାନ ସୁପର  ଲିଗ ୨୦୨୪ ଟ୍ରଫି ଜିତିଥିବା ଇସଲାମାବାଦ ୟୁନାଇଟେଡ ଦଳକୁ ୪.୧୩ କୋଟି ଟଙ୍କା ମିଳିଛି। ଯେଉଁଠାରେ ରନର୍ ଅପ୍ ଦଳ ମୁଲତାନ୍ ସୁଲତାନକୁ ମାତ୍ର ୧.୬୫ କୋଟି ଟଙ୍କା ମିଳିଛି।

ୱେମେନ୍ସ ପ୍ରିମିୟର ଲିଗର ଅନ୍ତିମ ମ୍ୟାଚ୍ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଦିଲ୍ଲୀ ରାଜଧାନୀ ମଧ୍ୟରେ ଖେଳାଯାଇଥିଲା। ଏହି ଐତିହାସିକ ମ୍ୟାଚରେ ଆରସିବି ଟାଇଟଲ ଜିତିଥିଲା। ଏହି ବିଜୟ ପରେ ଅଧିନାୟକ ସ୍ମୃତି ମାନ୍ଧାନାଙ୍କ ନେତୃତ୍ୱରେ ଥିବା ଏହି ଦଳକୁ ୬ କୋଟି ଟଙ୍କା ଚେକ୍ ପ୍ରଦାନ କରାଯାଇଥିବା ବେଳେ ରନର୍ ଅପ୍ ଦିଲ୍ଲୀ ଦଳ ୩ କୋଟି ଟଙ୍କା ପାଇଛି।  ଯଦି ଆମେ ୟୁନାଇଟେଡ୍ ଦଳକୁ ମିଳିଥିବା ୧୪.୧୩ କୋଟି ଟଙ୍କାକୁ ଭାରତୀୟ କରେନ୍ସି ହିସାବରେ ଦେଖିବା ତେବେ ଏହା ପ୍ରାୟ ୪ କୋଟି ଟଙ୍କା ହେବ।  ଅର୍ଥାତ୍, ଆରସିବି ୱେମେନ୍ସ ଦଳକୁ ମିଳିଥିବା ଟଙ୍କାଠାରୁ ଏହା ଯଥେଷ୍ଟ କମ ଅଟେ।

ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ବିଶ୍ୱର ସର୍ବବୃହତ ଟି-୨୦ ଲିଗ୍ ଅଟେ। ଯେଉଁଠାରେ ଖେଳାଳିମାନେ ନିଲାମ ଏବଂ ପୁରସ୍କାର ଜିତିବା ଆକାରରେ ବହୁ ଅର୍ଥ ଉପାର୍ଜନ କରିଥାନ୍ତି। ଏହା ସତ୍ତ୍ୱେ, କେତେକ ତଥାକଥିତ ବୁଦ୍ଧିଜୀବୀମାନେ PSL କୁ IPL ସହିତ ତୁଳନା କରିବା ପାଇଁ ଆଗ୍ରହ ପ୍ରକାଶ କରନ୍ତି, ଯେତେବେଳେ କି ସତ୍ୟତା ହେଉଛି ଏହା ଆଇପିଏଲର ସମକକ୍ଷ ନୁହେଁ। ଗତ ବର୍ଷ ଟାଇଟଲ୍ ଜିତିବା ପାଇଁ CSK ଦଳକୁ ୨୦ କୋଟି ଟଙ୍କା ଦିଆଯାଇଥିଲା। ଯେଉଁଠି ରନର୍ସଅପ୍ ହୋଇଥିବା ଗୁଜୁରାଟକୁ ୧୩ କୋଟି ଟଙ୍କା ମିଳିଥିଲା।