IND vs ENG ଟେଷ୍ଟ ସିରିଜ: ସ୍ପିନ୍ ଟ୍ରାକ୍ କଲେ ଭାରତର ହେବ ବଡ଼ କ୍ଷତି, ଇଂଲଣ୍ଡର କିମ୍ବଦନ୍ତୀ ଖେଳାଳି ଏମିତି କହିଲେ କାହିଁକି?

 

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ଜାନୁଆରୀ ୨୫ ତାରିଖ ଗୁରୁବାର ଦିନ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଆନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବ। ଏହାପୂର୍ବରୁ ଇଂଲଣ୍ଡର ପୂର୍ବତନ କ୍ରିକେଟର ମାଇକେଲ ଭନ୍ ଅଧିକ ସ୍ପିନ୍ ଅନୁକୂଳ ପିଚ୍ ପ୍ରସ୍ତୁତ ନକରିବାକୁ ଭାରତକୁ ଚେତାବନୀ ଦେଇଛନ୍ତି। ମାଇକେଲ ଭନ୍ କହିଛନ୍ତି ଯେ ଯଦି ଟେଷ୍ଟ ସିରିଜ୍ ପାଇଁ ଭାରତ ସ୍ପିନ୍-ଫ୍ରେଣ୍ଡଲି ପିଚ୍ ପ୍ରସ୍ତୁତ କରେ, ତେବେ ଏହା ଭାରତକୁ ହିଁ କ୍ଷତି ହୋଇପାରେ। 

ଏହି ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପୂର୍ବରୁ ପିଚ୍ ବିଷୟରେ ଅନେକ ଚର୍ଚ୍ଚା ଏବଂ ଆଲୋଚନା ହେଉଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ସ୍ପିନ୍ ବୋଲରମାନଙ୍କ ପାଇଁ ଭାରତୀୟ ପିଚ୍ ସାଧାରଣତଃ ସହାୟକ ହୋଇଥାଏ। ଯେଉଁଠାରେ ଭାରତୀୟ ଦକ୍ଷ ସ୍ପିନର ମାନେ ବେସ୍ ଉପଯୋଗୀ ସାବ୍ୟସ୍ତ ହୋଇଥାନ୍ତି।

ଭନ୍ "ଦ ଟେଲିଗ୍ରାଫ୍" ପାଇଁ ତାଙ୍କ ସ୍ତମ୍ଭରେ ଲେଖିଛନ୍ତି ଯେ, 'ମୁଁ ଭାବୁଛି ସିରିଜର ପ୍ରଥମ ବଲରୁ ପିଚ୍ ଅଧିକ ସ୍ପିନ କଲେ ଏହା ଏକ ବଡ ଭୁଲ ହେବ। ଏହି ସ୍ପିନ୍ ଟ୍ରାକରେ ଜ୍ୟାକ୍ ଲିଚ୍ ଏବଂ ଇଂଲଣ୍ଡ ଦ୍ୱାରା ମନୋନୀତ ଯୁବ ସ୍ପିନରମାନେ ମଧ୍ୟ ଉପକୃତ ହେବେ। ସେ ଆହୁରି କହିଛନ୍ତି ଯେ ଜାଡେଜାଙ୍କ ଅପେକ୍ଷା ଲିଚ୍ ଜଣେ ଭଲ ସ୍ପିନର୍ କି?  ନା, କିନ୍ତୁ ଯଦି ଆପଣ ତାଙ୍କୁ ଏକ ଟର୍ନିଂ ପିଚରେ ଖେଳାନ୍ତି ଏବଂ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରେ, ତେବେ ଲିଚ୍ ଏହାର ଲାଭ ପାଇବେ।

ଭନ୍ ଆହୁରି ମଧ୍ୟ କହିଛନ୍ତି ଯେ ଯଦି ସ୍ପିନ୍ ବୋଲିଂ ପାଇଁ ଭାରତ ପିଚ୍ ତିଆରି କରେ। ତେବେ ଇଂଲଣ୍ଡ ମଧ୍ୟ ବିପକ୍ଷ ଦଳକୁ ଶସ୍ତାରେ ଅଲଆଉଟ କରିବାର ଦକ୍ଷତା ରଖିଛି। ସେ କହିଛନ୍ତି, 'ସମାନ ଭାବରେ ଯେଦି ବଲ୍ ବହୁତ ଟର୍ନ କରେ, ମୁଁ ଭାବୁଛି ଭାରତର ବ୍ୟାଟିଂ ଦୁର୍ବଳ ହୋଇପାରେ ଏବଂ ଇଂଲଣ୍ଡ ସେମାନଙ୍କୁ ଆଉଟ୍ କରିବ। ଯଦି ପିଚ୍ ଫ୍ଲାଟ ରୁହେ, ତେବେ ଭାରତ ହଜାରେ ରନ୍ ସ୍କୋର କରିବ ଏବଂ ଇଂଲଣ୍ଡକୁ ବୋଲିଂ କରିବାକୁ ସେମାନଙ୍କ ପାଖରେ ବୋଲର ମଧ୍ୟ ରହିଛନ୍ତି।

ଏଠାରେ କହି ରଖୁଛୁ ଯେ ଏହି ବଡ଼ ଟୁର୍ ପାଇଁ ଜ୍ୟାକ୍ ଲିଚ୍, ରେହାନ୍ ଅହମ୍ମଦ, ଟମ୍ ହାର୍ଟଲି ଏବଂ ଶୋଏବ ବଶୀରଙ୍କ ସହ ଇଂଲଣ୍ଡ ଦଳ ଆସିଛି। ଏଥିମଧ୍ୟରୁ କେବଳ ଲିଚଙ୍କର ଭାରତୀୟ ମାଟିରେ ଖେଳିବାର ଅଭିଜ୍ଞତା ରହିଛି। ପାକିସ୍ତାନ ବିପକ୍ଷ ଡେବ୍ୟୁ ଟେଷ୍ଟ ମ୍ୟାଚରେ ପାଞ୍ଚ ୱିକେଟ୍ ନେଇଥିବା ରେହାନ ଅହମ୍ମଦ ମଧ୍ୟ ଏହି ଫର୍ମାଟରେ ପ୍ରତ୍ୟାବର୍ତ୍ତନ କରୁଛନ୍ତି।  ଇଂଲଣ୍ଡର କିମ୍ବଦନ୍ତୀ ଟେଷ୍ଟ ବ୍ୟାଟ୍ସମ୍ୟାନ୍ ଜୋ ରୁଟ୍ ମଧ୍ୟ ସ୍ପିନ୍ ବୋଲର ଭାବରେ ଜଣେ ଭଲ ବିକଳ୍ପ ଅଟନ୍ତି।  

ଆହୁରି ପଢ଼ନ୍ତୁ:- ପାକିସ୍ତାନୀ ଖେଳାଳିଙ୍କୁ ଦଳରେ ସାମିଲ କରି ଅଡୁଆରେ ଇଂଲଣ୍ଡ, ଭାରତର ଏହି ନିଷ୍ପତ୍ତି ଯୋଗୁଁ ବଢ଼ିଲା ସମସ୍ୟା