IPL ରେ ଏହି 5 ଜଣ ବ୍ୟାଟ୍ସମ୍ୟାନ୍ ହେଉଛନ୍ତି ଡେଥ୍ ଓଭରର କିଙ୍ଗ୍, 3 ଏବଂ 1 ନମ୍ବର ବ୍ୟାଟ୍ସମ୍ୟାନ୍ ସମସ୍ତଙ୍କର ପ୍ରିୟ, ଦେଖନ୍ତୁ ଲିଷ୍ଟ

କ୍ରିକେଟ୍ ଖବର : ୨୦୦୮ ମସିହାରୁ ଆରମ୍ଭ ହୋଇଥିବା କ୍ରିକେଟର ଏହି ମହାକୁମ୍ଭ , ଆଜି ଘରେ ଘରେ ଲୋକପ୍ରିୟ ହୋଇପାରିଛି। ଆମ ଦେଶରେ କ୍ରିକେଟକୁ ନେଇ ଯେତିକି କ୍ରେଜ୍ ନୁହଁ, ତାହାଠାରୁ ଅଧିକ କ୍ରେଜ୍ ଇଣ୍ଡିଆନ ପ୍ରିମିୟର ଲିଗ୍ ( ଆଇପିଏଲ୍ ) କୁ ନେଇ। କାରଣ ଏହି ଶର୍ଟ ଫର୍ମାଟିଂର ମଜା ହିଁ …
 

କ୍ରିକେଟ୍ ଖବର : ୨୦୦୮ ମସିହାରୁ ଆରମ୍ଭ ହୋଇଥିବା କ୍ରିକେଟର ଏହି ମହାକୁମ୍ଭ , ଆଜି ଘରେ ଘରେ ଲୋକପ୍ରିୟ ହୋଇପାରିଛି। ଆମ ଦେଶରେ କ୍ରିକେଟକୁ ନେଇ ଯେତିକି କ୍ରେଜ୍ ନୁହଁ, ତାହାଠାରୁ ଅଧିକ କ୍ରେଜ୍ ଇଣ୍ଡିଆନ ପ୍ରିମିୟର ଲିଗ୍ ( ଆଇପିଏଲ୍ ) କୁ ନେଇ। କାରଣ ଏହି ଶର୍ଟ ଫର୍ମାଟିଂର ମଜା ହିଁ କିଛି ଅଲଗା ପ୍ରକାରର ହୋଇଥାଏ।

ଅନେକ ପ୍ରଶଂସକଙ୍କ ପାଇଁ, ଟି-୨୦ର ସବୁଠାରୁ ରୋମାଞ୍ଚକର ଅଂଶ ହେଉଛି ଆଇପିଏଲ୍ । ଆଉ ଆଇପିଏଲ୍ ର ଏକ ଇନିଂସର ଶେଷ ତିନି ଓଭରକୁ ଡେଥ୍ ଓଭର କୁହାଯାଇଥାଏ। ଏହି ଶେଷ ତିନି ଓଭରରେ ହିଁ ବ୍ୟାଟ୍ସମ୍ୟାନମାନେ ଅପରପକ୍ଷର ବୋଲରଙ୍କୁ ନିର୍ଧୂମ ଛେଚିଥାନ୍ତି। ଯେଉଁଠାରେ କି ବେଳେବେଳେ ବଲ୍ ଗୁଡିକ ପଡ଼ିଆ ବାହାରକୁ ଉଡ଼ି ଯାଇଥାଏ। ଆଇପିଏଲରେ ଶେଷ ତିନି ଓଭରରେ ହିଁ ବ୍ୟାଟ୍ସମ୍ୟାନ୍ ମାନେ ବୋଲରଙ୍କୁ ଛେଚିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଥାନ୍ତି। କିନ୍ତୁ ବାସ୍ତବରେ, କୌଣସି ବୋଲରଙ୍କ ବିରୁଦ୍ଧରେ ଯେକୌଣସି ପିଚରେ ନିଜ ଇଚ୍ଛାରେ ସୀମା ପାର୍ କରିବା କୌଣସି ବ୍ୟାଟ୍ସମ୍ୟାନ୍ ଙ୍କ ପାଇଁ ଏକ ସରଳ କାର୍ଯ୍ୟ ନୁହେଁ। ତେବେ ଏହି ଆର୍ଟିକିଲରେ, ଆମେ ପାଞ୍ଚ ଜଣ ବ୍ୟାଟ୍ସମ୍ୟାନ୍ଙ୍କ ଉପରେ ନଜର ପକାଇବା, ଯେଉଁମାନେ କି ଆଇପିଏଲରେ ଶେଷ ତିନି ଓଭରରେ ବୋଲରଙ୍କୁ ନିର୍ଧୂମ୍ ପ୍ରହାର କରିଥାନ୍ତି।

୫) ଆମ ଲିଷ୍ଟର ପଞ୍ଚମ ସ୍ଥାନରେ ରହିଛନ୍ତି ଦିନେଶ କାର୍ତ୍ତିକ। ଜଣେ ଅତ୍ୟଧିକ ନିମ୍ନ ମାନର ଫିନିସର୍ ହେଉଛନ୍ତି ଦିନେଶ । କାର୍ତ୍ତିକ ଡେଥ୍ ଓଭର ସମୟରେ ତାଙ୍କ ଦଳ ପାଇଁ ଅନେକ ମ୍ୟାଚ୍ ବିଜୟୀ ଖେଳ ଖେଳିଛନ୍ତି। ଡେଥ୍ ଓଭରରେ ଦିନେଶ କାର୍ତ୍ତିକଙ୍କର ଷ୍ଟ୍ରାଇକ୍ ରେଟ୍ ହାରାହାରି ୧୮୨.୭୫ ରହିଛି।

୪) ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ରହିଛନ୍ତି କିରନ୍ ପୋଲାର୍ଡ। ଆମ ତାଲିକାର ଜଣେ ଅଭିଜ୍ଞ ଖେଳାଳିଙ୍କ ମଧ୍ୟରୁ ପୋଲାର୍ଡ ହେଉଛନ୍ତି ଡେଥ୍ ଓଭର ସମୟର ପୁରାତନ ଏକ ଆଶ୍ଚର୍ଯ୍ୟ ଖେଳାଳି। ସେ ସରଳ ଭାବରେ କୌଣସି ବି ମ୍ୟାଚକୁ ଜିତେଇ ପାରନ୍ତି। ତେବେ ଡେଥ୍ ଓଭର ସମୟରେ ପୋଲାର୍ଡଙ୍କର ଷ୍ଟ୍ରାଇକ୍ ରେଟ୍ ହାରାହାରି ୧୮୩.୮୬ ରହିଥାଏ।

୩) ଆମ ତାଲିକାର ତୃତୀୟ ସ୍ଥାନରେ ଅଛନ୍ତି କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ମହେନ୍ଦ୍ର ସିଂ ଧୋନି। ଏମଏସ ଧୋନିଙ୍କ ଫିନିସିଙ୍ଗ ଶର୍ଟ ଦେଖିବା ପାଇଁ ତାଙ୍କ ପ୍ରସଂଶକମାନେ ଆଗ୍ରହ ସହ ଅପେକ୍ଷା କରିଥାନ୍ତି। ସେହି ଆକାଶ ଚୁମ୍ବନ ଛକା ମାରି ନିଜ ଦଳକୁ ବିଜୟୀ କରିବାରେ ପାରଙ୍ଗମ ଧୋନି। ତେବେ ଆଇପିଏଲ୍ ର ଡେଥ୍ ଓଭରରେ ଧୋନିଙ୍କର ଷ୍ଟ୍ରାଇକ୍ ରେଟ୍ ହାରାହାରି ୧୮୮.୨୦ ରହିଥାଏ।

୨) ଆମ ତାଲିକାର ଦ୍ୱିତୀୟ ସ୍ଥାନରେ ଅଛନ୍ତି ହିଟ୍ ମ୍ୟାନ୍ ରୋହିତ ଶର୍ମା। ମୁମ୍ବାଇ ଇଣ୍ଡିଆନ୍ସର ଏହି ଅଧିନାୟକ ଜଣକ ଡେଥ୍ ଓଭରରେ ବିପକ୍ଷ ଦଳର ବୋଲରଙ୍କୁ ନିର୍ଧୂମ୍ ଛେଚିଥାନ୍ତି। ଏପରିକି ଡେଥ୍ ଓଭରରେ ବଲ ହଯାଇବାରେ ମଧ୍ୟ ଉସ୍ତାତ ଅଛନ୍ତି ରୋହିତ ଶର୍ମା। ତେବେ ଆଇପିଏଲ୍ ର ଡେଥ୍ ଓଭରରେ ରୋହିତଙ୍କର ଷ୍ଟ୍ରାଇକ୍ ରେଟ୍ ହାରାହାରି ୧୯୭.୦୭ ରହିଥାଏ।

୧) ଆମ ତାଲିକାର ପ୍ରଥମ ସ୍ଥାନରେ ଅଛନ୍ତି ଏବି ଡି ଭିଲିୟର୍ସ। ଦକ୍ଷିଣ ଆଫ୍ରିକାର ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଆଇପିଏଲର ଫ୍ରାଞ୍ଚାଇଜି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ଖେଳନ୍ତି। ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଥ୍ ଓଭରରେ ବୋଲରମାନଙ୍କୁ ନିର୍ଧୂମ ପ୍ରହାର କରିବା ସହିତ ବଲ ଗୁଡିକୁ ପଡ଼ିଆ ପାର୍ କରିଦିଅନ୍ତି। ତେବେ ଆଇପିଏଲ୍ ର ଡେଥ୍ ଓଭରରେ ଏବି ଡି ଭିଲିୟର୍ସଙ୍କର ଷ୍ଟ୍ରାଇକ୍ ରେଟ୍ ହାରାହାରି ୨୨୩.୩୫ ରହିଥାଏ।