ବିଶ୍ୱକପ ଦଳରେ ଏହି ଷ୍ଟାର ଖେଳାଳିଙ୍କୁ ମିଳିନପାରେ ମଉକା! ନାମ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ….

 
Team india

ୱେଷ୍ଟଇଣ୍ଡିଜରେ ଖେଳାଯିବାକୁ ଥିବା ଟି-୨୦ ବିଶ୍ୱକପ ୨୦୨୪ ପାଇଁ ଟିମ୍ ଇଣ୍ଡିଆ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ଥିବା ଜଣାପଡିଛି। ରୋହିତ ଶର୍ମା ଭାରତୀୟ ଦଳର ଅଧିନାୟକ ଭାର ଗ୍ରହଣ କରିବେ। ଏହା ବ୍ୟତୀତ ବିରାଟ କୋହଲି ଟି-୨୦ ଫର୍ମାଟରେ ଫେରିପାରନ୍ତି। କିନ୍ତୁ, ଜଣେ ବରିଷ୍ଠ ଖେଳାଳି ନିଜର ଖରାପ ପ୍ରଦର୍ଶନ ସହିତ ନିଜ ପାଇଁ ବିପଦ ସୃଷ୍ଟି କରିଛନ୍ତି। ପ୍ରକୃତରେ ବିଶ୍ୱକପ ପାଇଁ କିଛି ଖେଳାଳିଙ୍କୁ ଚୟନ କରାଯାଇଅଛି କିନ୍ତୁ ବିଧିବଦ୍ଧ ଭାବରେ ସେମାନଙ୍କ ନାମ ଘୋଷଣା କରାଯାଇନାହିଁ। 

Team india

ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ମେ ମାସ ପ୍ରଥମ ସପ୍ତାହରେ ଭାରତୀୟ ଦଳ ଘୋଷଣା କରାଯାଇପାରେ। ଯେଉଁଥିରେ ଅନେକ ଯୁବ ଖେଳାଳିଙ୍କର ଅନ୍ତର୍ଭୁକ୍ତ ହେବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ କେଏଲ୍ ରାହୁଲଙ୍କୁ ଦଳରୁ ବାଦ୍ ଦିଆଯାଇପାରେ। ଭାରତୀୟ ଦଳ ବର୍ତ୍ତମାନ ଏକ ପରିବର୍ତ୍ତନ ସମୟ ଦେଇ ଗତି କରୁଛି।  ଘରୋଇ କ୍ରିକେଟ୍ ଏବଂ ଆଇପିଏଲ୍ ଆଧାରରେ ଅନେକ ଯୁବ ଖେଳାଳି ଟିମ୍ ଇଣ୍ଡିଆରେ ପ୍ରବେଶ କରିଛନ୍ତି।

କେ.ଏଲ ରାହୁଲ ଆହତ ହେବାପରେ ତାଙ୍କୁ ସ୍ଥାନରେ ଧ୍ରୁବ ଜୁରେଲ୍ ଏବଂ ଇଶାନ କିଷନଙ୍କୁ ସ୍ଥାନ ମିଳିଥିଲା ଏବଂ ଉଭୟେ ଭଲ ଫର୍ମରେ ରହିଛନ୍ତି। ତେବେ, କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିଥିବା ଋଷବ ପନ୍ତ ଏବଂ ସଞ୍ଜୁ ସାମସନ୍ ମଧ୍ୟ ଚମତ୍କାର ପ୍ରଦର୍ଶନ ଜାରି ରଖିଛନ୍ତି। ଏଭଳି ପରିସ୍ଥିତିରେ କେ.ଏଲ ରାହୁଲଙ୍କୁ ୱିକେଟକିପର ଭବାରେ ଦେଖିବାକୁ ନ ମିଳିପାରେ।

ଚଳିତବର୍ଷ କେ.ଏଲ ରାହୁଲ ଟିମ୍ ଇଣ୍ଡିଆ ପାଇଁ ୭୨ ଟି ମ୍ୟାଚ୍ ଖେଳିଛନ୍ତି। ଏହି ଅବଧି ମଧ୍ୟରେ ସେ,୩୭ ଆଭରେଜ୍ ସହିତ ୨୨୬୫ ରନ୍ ସ୍କୋର କରିଛନ୍ତି। ଯେଉଁଥିରେ ୨ଟି ଶତକ ଏବଂ ୨୨ ଅର୍ଦ୍ଧ ଶତକ ଅନ୍ତର୍ଭୁକ୍ତ ରହିଛି। କିନ୍ତୁ, ସେ ଟି-୨୦ ବିଶ୍ୱକପ ୨୦୨୨ରେ କୌଣସି ବିଶେଷ ପ୍ରଦର୍ଶନ ଦେଇପାରିନଥିଲେ। ବର୍ତ୍ତମାନ ଆଇପିଏଲରେ ମଧ୍ୟ ତାଙ୍କ ପ୍ରଦର୍ଶନ ଭଲ ରହିନାହିଁ ତେଣୁ ତାଙ୍କୁ ବିଶ୍ୱକପ ଟିକେଟ ନ ମିଳିପାରେ।