ବିରାଟଙ୍କ ପାଇଁ ଏହି ଖେଳାଳିଙ୍କ ସହିତ ହୋଇଛି ଅନ୍ୟାୟ! ଏହି ଷଡଯନ୍ତ୍ର କାରଣରୁ ଭାରତୀୟ ଦଳରେ ମିଳୁନି ସ୍ଥାନ….

 

ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ କାର୍ଯ୍ୟକାଳ ମଧ୍ୟରେ ଅନେକ ଖେଳାଳିଙ୍କୁ ସୁଯୋଗ ମିଳିଥିବାବେଳେ ଅନେକ ଖେଳାଳିଙ୍କୁ ଅଣଦେଖା କରାଯାଇଥିଲା। ଆଜି ଆମ୍ଭେ ଏହିଭଳି ଜଣେ ଖେଳାଳିଙ୍କ ବିଷୟରେ କଥା ହେବାକୁ ଯାଉଛୁ ଯିଏକି ବିରାଟ କୋହଲିଙ୍କ କାରଣରୁ ଭାରତୀୟ ଦଳରେ ସୁଯୋଗ ପାଇ ପାରୁନାହାଁନ୍ତି। ବର୍ତ୍ତମାନ କୋହଲିଙ୍କ ଅନୁପସ୍ଥିତିରେ ଅନେକ ଖେଳାଳିଙ୍କୁ ସୁଯୋଗ ଦିଆଯାଉଥିବା ବେଳେ। କିନ୍ତୁ, ଏହି ଖେଳାଳିଙ୍କୁ ଚୟନକର୍ତ୍ତାମାନେ ଭାରତୀୟ ଟିମ ଠାରୁ ଦୂରେଇ ରଖୁଛନ୍ତି।

ଏଠାରେ ଆମ୍ଭେ ଭାରତୀୟ ଦଳଠାରୁ ଦୂରରେ ରହିଥିବା ଟିମ୍ ଇଣ୍ଡିଆର ଭେଟେରାନ ବ୍ୟାଟ୍ସମ୍ୟାନ୍ ଅଜିଙ୍କ୍ୟ ରାହାଣେଙ୍କ ବିଷୟରେ କହୁଛୁ। ବେସ୍ କିଛି ସମୟ ହେବ ରାହାଣେ ଟେଷ୍ଟ ଦଳରେ ସୁଯୋଗ ପାଇନାହାଁନ୍ତି। ପୂର୍ବରୁ, କୋହଲିଙ୍କ ଅନୁପସ୍ଥିତିରେ ତାଙ୍କୁ ଅନେକ ଥର ଭାରତର ଅଧିନାୟକ କରାଯାଇଛି। କିନ୍ତୁ, କୋହଲିଙ୍କ ଫେରିବା ମାତ୍ରେ, ରାହାଣେଙ୍କୁ ଦଳରେ ସାମିଲ କରାଯାଉନାହିଁ।  

ତେବେ ଯେତେବେଳେ ବି ରାହାଣେ ଅଧିନାୟକତ୍ୱ ଗ୍ରହଣ କରିଛନ୍ତି, ସେ ଦଳ ପାଇଁ ଚମତ୍କାର ପ୍ରଦର୍ଶନ କରିଛନ୍ତି। ବାସ୍ତବରେ ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଅଜିଙ୍କ୍ୟ ରାହାଣେ ୬ଟି ଟେଷ୍ଟ ମ୍ୟାଚରେ ଭାରତର ଅଧିନାୟକତ୍ୱ କରିଛନ୍ତି ଯେଉଁଥିରେ ଭାରତ ୪ଟି ମ୍ୟାଚ ଜିତିଥିବାବେଳେ ୨ଟି ମ୍ୟାଚ ଡ୍ର ହୋଇଛି। ଆଜି ପର୍ଯ୍ୟନ୍ତ ଭାରତ ତାଙ୍କ ଅଧିନାୟକତ୍ୱରେ ଗୋଟିଏ ବି ଟେଷ୍ଟ ମ୍ୟାଚ୍ ହାରିନାହିଁ।  

ଅଧିନାୟକ ଥିବାବେଳେ ରାହାଣେ ହାରାହାରି ୩୯.୮୮ ସହିତ ୬ଟି ମ୍ୟାଚରେ ୩୫୯ରନ୍ ସଂଗ୍ରହ କରିଛନ୍ତି, ଯେଉଁଥିରେ ତାଙ୍କ ନାମରେ ଗୋଟିଏ ଶତକ ମଧ୍ୟ ରହିଛି। ଏହା ବ୍ୟତୀତ ରାହାଣେ ଅଷ୍ଟ୍ରେଲିଆରେ ଐତିହାସିକ ସିରିଜ ବିଜୟରେ ଅଧିନାୟକ ରହିବା ସହିତ ଚମତ୍କାର ପ୍ରଦର୍ଶନ ମଧ୍ୟ କରିଥିଲେ।

ଭାରତ ଏବଂ ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚରୁ ବିରାଟ ତାଙ୍କ ନାମ ପ୍ରତ୍ୟାହାର କରି ନେଇଥିଲେ। ଏହା ପରେ ମଧ୍ୟ ରାହାଣେଙ୍କୁ ସୁଯୋଗ ଦିଆଯାଉ ନାହିଁ। ସେ ୨୦୨୩ ମସିହାରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପରେ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଇନିଂସରେ ୮୯ ରନ୍ ଏବଂ ଦ୍ୱିତୀୟ ଇନିଂସରେ ୪୬ ରନ୍ ସ୍କୋର କରିଥିଲେ। ଏହା ସତ୍ତ୍ୱେ ତାଙ୍କୁ ଦଳରେ ସାମିଲ ନ କରାଯିବା ଚୟନକର୍ତ୍ତାଙ୍କ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।