କଟିବ ସାମି-ସିରାଜଙ୍କ ପତ୍ତା! ବିସିସିଆଇ ସୁଯୋଗ ଦେଲେ ଏମାନଙ୍କ ସ୍ଥାନ ନେବେ ଏହି ଖେଳାଳି….

 

ଆସନ୍ତା ମାସରେ ବାଂଲାଦେଶ ବିପକ୍ଷରେ ଭାରତ ୨ ମ୍ୟାଚ୍ ବିଶିଷ୍ଠ ଟେଷ୍ଟ ସିରିଜ୍ ଖେଳିବାକୁ ଯାଉଛି। ଯେଉଁଥିରେ ଦ୍ରୁତ ବୋଲର ଜସପ୍ରୀତ ବୁମ୍ରା ଦଳକୁ ଫେରିପାରନ୍ତି। ଟି-୨୦ ବିଶ୍ୱକପ ପରଠାରୁ ସେ ବିଶ୍ରାମ ନେଇଛନ୍ତି। ଏହି ସିରିଜରେ ମହମ୍ମଦ ସିରାଜ ଏବଂ ଅର୍ଶଦୀପ ସିଂଙ୍କୁ ମଧ୍ୟ ଚୟନ କରାଯାଇପାରେ।

କିନ୍ତୁ, ଜଣେ ବୋଲର ଏପରି ଅଛନ୍ତି, ଯିଏ କି ମାରାତ୍ମକ ବୋଲିଂ ଆଧାରରେ ଟିମ୍ ଇଣ୍ଡିଆରେ ପ୍ରତ୍ୟାବର୍ତ୍ତନ କରିବା ପରେ ସିରାଜ-ଶାମି ଏବଂ ଅର୍ଶଦୀପଙ୍କ କ୍ୟାରିୟର ଶେଷ କରିବାର କ୍ଷମତା ରଖିଛନ୍ତି। କିନ୍ତୁ ଚୟନକର୍ତ୍ତାମାନେ ସେହି ଦ୍ରୁତ ବୋଲରଙ୍କୁ ସୁଯୋଗ ଦେଉନାହାଁନ୍ତି। ଭାରତର ବୋଲିଂ ୟୁନିଟ୍ ଅତ୍ୟନ୍ତ ବିପଜ୍ଜନକ ହୋଇପାରେ, ଯଦି ଚୟନକର୍ତ୍ତାମାନେ ବାମହାତି ଦ୍ରୁତ ବୋଲର ଟି. ନାଟାରାଜନଙ୍କୁ ପ୍ରତ୍ୟାବର୍ତ୍ତନ କରିବାକୁ ସୁଯୋଗ ଦିଅନ୍ତି ତେବେ। 

ଆଇପିଏଲରେ ଏହା ଦେଖାଯାଇଛି ଯେ ସେ ଚତୁରତା ଏବଂ ଭିନ୍ନତାର ସହିତ ବୋଲିଂ କରନ୍ତି। ବିଶେଷ କରି ଡେଥ୍ ଓଭରରେ ସେ ଅତ୍ୟନ୍ତ ଇକୋନୋମିକାଲ୍ ସାବ୍ୟସ୍ତ ହୋଇଥାନ୍ତି। କିନ୍ତୁ, ଚୟନକର୍ତ୍ତାମାନେ ଏହି ଖେଳାଳିଙ୍କୁ ଅଧିକ ସୁଯୋଗ ଦେଇନଥିଲେ। ଯଦି ତାଙ୍କୁ ପ୍ରତ୍ୟାବର୍ତ୍ତନ କରିବାର ସୁଯୋଗ ଦିଆଯାଏ, ତେବେ ସେ ସିରାଜ ଏବଂ ଆର୍ଶଦୀପଙ୍କ ଅପେକ୍ଷା ଭଲ ବୋଲି ପ୍ରମାଣ କରିପାରିବେ।

ପ୍ରଥମ ଶ୍ରେଣୀ କ୍ରିକେଟରେ ଅନେକ ୱିକେଟ୍ ନେଇଥିବା ଟି.ନଟରାଜନ ୨୦୨୦ ମସିହାରେ ଟିମ୍ ଇଣ୍ଡିଆରେ ପ୍ରବେଶ କରିଥିଲେ। ଟି-୨୦ ରେ ଅଷ୍ଟ୍ରେଲିଆ ବିପକ୍ଷରେ ଡେବ୍ୟୁ କରିବାର ମଧ୍ୟ ସୁଯୋଗ ପାଇଥିଲେ। ସେ ଅଷ୍ଟ୍ରେଲିଆ ମାଟିରେ ୪ ଟି ମ୍ୟାଚରେ ୪ ଟି ୱିକେଟ୍ ନେବାରେ ସଫଳ ହୋଇଥିଲେ। ସେ ୨ ଟି ଦିନିକିଆ ମ୍ୟାଚରେ ୩ ୱିକେଟ୍ ନେଇଥିଲେ। 

୨୦୨୧ ମସିହାରେ ଖେଳାଯାଇଥିବା ବର୍ଡର ଗାଭାସ୍କର ଟ୍ରଫିରେ ଭାରତ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା। ଏହା କରିବାରେ ଭାରତ ପ୍ରଥମ ଏସୀୟ ଦଳ ହୋଇଥିଲା। ଟି.ନଟରାଜନ ସେହି ଦଳର ଅଂଶ ଥିଲେ। ସେହି ମ୍ୟାଚରେ ମଧ୍ୟ ସେ ଭଲ ବୋଲିଂ କରିଥିଲେ ହେଁ ଦୁଃଖର ବିଷୟ ଏହିକି ଯେ ତାଙ୍କୁ ଏପର୍ଯ୍ୟନ୍ତ ସୁଦ୍ଧା ଆଉ ଟେଷ୍ଟ ଦଳରେ ସୁଯୋଗ ମିଳୁନାହିଁ।