ଚାମ୍ପିୟନ୍ସ ଟ୍ରଫିରୁ ବାଦ୍ ପଡ଼ିବେ ଏହି ଦୁଇ ଖେଳାଳି! ଗୌତମ ଗମ୍ଭୀର ଦେଲେ ସୂଚନା….

 

ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଏକ ତିନି ମ୍ୟାଚ୍ ବିଶିଷ୍ଟ ଏକଦିବସିୟ ସିରିଜ୍ ଖେଳାଯାଇଥିଲା। ବରିଷ୍ଠ ଖେଳାଳିଙ୍କ ସହ ସଜ୍ଜିତ ଟିମ୍ ଇଣ୍ଡିଆକୁ ଶ୍ରୀଲଙ୍କା ୨-୦ ରେ ହରାଇବାରେ ସଫଳ ହୋଇଛି। ଭାରତୀୟ ଦଳ ବିଶେଷ କରି ବ୍ୟାଟ୍ସମ୍ୟାନମାନେ ନିରାଶାଜନକ ପ୍ରଦର୍ଶନ କରିଥିଲେ। ତେବେ ବୋଲିଂରେ ଟିମ୍ ଇଣ୍ଡିଆର ପ୍ରଦର୍ଶନ ମଧ୍ୟ ଭଲ ନଥିଲା। ଏହି ସିରିଜର ସମସ୍ତ ତିନୋଟି ମ୍ୟାଚରେ ରୋହିତ ଶର୍ମା ମହମ୍ମଦ ସିରାଜଙ୍କୁ ସୁଯୋଗ ଦେଇଥିଲେ, କିନ୍ତୁ ସେ ଖରାପ ପ୍ରଦର୍ଶନ କରିଥିଲେ।

ଖେଳାଯାଇଥିବା ତିନି ମ୍ୟାଚ୍ ବିଶିଷ୍ଟ ସିରିଜରେ ରୋହିତ ଶର୍ମା ମହମ୍ମଦ ସିରାଜଙ୍କ ଉପରେ ବହୁତ ଆତ୍ମବିଶ୍ୱାସ ପ୍ରକାଶ କରିଥିଲେ। ସେ ସମସ୍ତ ତିନୋଟି ମ୍ୟାଚ୍ ଖେଳିବାର ସୁଯୋଗ ପାଇଲେ।  କିନ୍ତୁ ସିରାଜଙ୍କ ପ୍ରଦର୍ଶନ ଅତ୍ୟନ୍ତ ନିରାଶାଜନକ ରହିଥିଲା। ଖେଳାଯାଇଥିବା ସମସ୍ତ ମ୍ୟାଚରେ ସେ ଖରାପ ପ୍ରଦର୍ଶନ କରିଥିଲେ। ଖାସ୍ କରି ତୃତୀୟ ମ୍ୟାଚ୍‌ରେ ସେ ବହୁତ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। କ୍ରମାଗତ ଖରାପ ପ୍ରଦର୍ଶନ ସତ୍ତ୍ୱେ ତାଙ୍କୁ  ଭାରତୀୟ ଦଳ ପାଇଁ ଖେଳିବାର ସୁଯୋଗ ମିଳିଥିଲା।

ତେବେ ଶ୍ରୀଲଙ୍କା ବିପକ୍ଷ ଏକଦିବସିୟ ସିରିଜରେ ସିରାଜଙ୍କ ସ୍ଥାନରେ ରୋହିତ ଅନ୍ୟ ଜଣେ ଖେଳାଳିଙ୍କୁ ସୁଯୋଗ ଦେଇ ପାରିଥାନ୍ତେ। କିନ୍ତୁ ସେ ତାହା କଲେ ନାହିଁ। ସିରାଜଙ୍କ ବଦଳରେ ରୋହିତ ଏକଦିବସୀୟ ସିରିଜରେ ଦ୍ରୁତ ବୋଲର ହର୍ଷିତ ରାଣାଙ୍କୁ ସୁଯୋଗ ଦେଇ ପାରିଥାନ୍ତେ। ସେ ଗୋଟିଏ ବି ମ୍ୟାଚ୍ ଖେଳିବାର ସୁଯୋଗ ପାଇନଥିଲେ। 

୨୦୨୪ ଆଇପିଏଲରେ ସେ କେକେଆର୍ ପାଇଁ ଡେଥ୍ ଓଭରରେ ଚମତ୍କାର ପ୍ରଦର୍ଶନ କରିଥିଲେ। ୧୩ ଟି ମ୍ୟାଚ୍ ଖେଳିବାବେଳେ ସେ ୧୯ ଜଣ ବ୍ୟାଟ୍ସମ୍ୟାନଙ୍କୁ ତାଙ୍କର ଶିକାର କରିଥିଲେ। ଏହି ଅବଧିରେ, ସେ ଓଭର ପ୍ରତି ମାତ୍ର ୯.୮ ରନ ଲେଖାଏଁ ଖର୍ଚ୍ଚ କରିଥିଲେ। ଏହା ସତ୍ତ୍ୱେ ହର୍ଷିତଙ୍କୁ ଖେଳିବାର ସୁଯୋଗ ମିଳିନଥିଲା। ଅନ୍ୟପକ୍ଷରେ ଦିନିକିଆ ବିଶ୍ୱକପ ୨୦୨୩ ପରଠାରୁ ସିରାଜଙ୍କ ପ୍ରଦର୍ଶନ ନିରାଶାଜନକ ରହିଛି। ସେ ତିନୋଟି ଯାକ ଫର୍ମାଟରେ ନିଜ ବୋଲିଂ ସହିତ ସଂଘର୍ଷ କରୁଛନ୍ତି।