ପ୍ରଦର୍ଶନ ସତ୍ତ୍ୱେ ବିସିସିଆଇ ଦେଉନାହିଁ ନିୟମିତ ମଉକା! ସଂକଟରେ ଷ୍ଟାର ଖେଳାଳିଙ୍କ ଭବିଷ୍ୟତ….

 
Samson

ଅନେକ ଖେଳାଳି ଟିମ୍ ଇଣ୍ଡିଆର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ତତ୍ତ୍ୱାବଧାନରେ ଡେବ୍ୟୁ କରିବାର ସୁଯୋଗ ପାଇଛନ୍ତି। ଟି-୨୦ ବିଶ୍ୱକପ ୨୦୨୪ ଟାଇଟଲ ଜିତିବା ପରେ ଅଗରକର ଏବଂ ଚୟନ କମିଟିକୁ ମଧ୍ୟ ବହୁତ ପ୍ରଶଂସା କରାଯାଇଥିଲା। କିନ୍ତୁ, ଅନେକ ଖେଳାଳିଙ୍କୁ ବାଦ ଦେଇଥିବାର ଅଭିଯୋଗ ମଧ୍ୟ ହୋଇଛି।  ଜଣେ ଖେଳାଳି ଟିମ୍ ଇଣ୍ଡିଆରେ ଖେଳିବାକୁ ଯୋଗ୍ୟ କିନ୍ତୁ, ଚୟନକର୍ତ୍ତାମାନେ ସେହି ପ୍ରତିଭାବାନ ଖେଳାଳିଙ୍କୁ ଅଣଦେଖା କରୁଛନ୍ତି। ଆସନ୍ତୁ ସେହି ଖେଳାଳୀଙ୍କ ବିଷୟରେ ..

Samson

ଟିମ୍ ଇଣ୍ଡିଆର ଯୁବ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ସଞ୍ଜୁ ସାମସନ୍ ଖେଳିବାପାଇଁ କ୍ୱଚିତ୍ ସୁଯୋଗ ପାଆନ୍ତି।  ସେ ପ୍ରାୟତଃ ଦଳ ବାହାରେ ରହିଥାନ୍ତି। ତାଙ୍କର ଭାରତୀୟ ଦଳରେ ସ୍ଥାୟୀ ସ୍ଥାନ ନାହିଁ। ଯେଉଁଥିପାଇଁ ଅନେକ ଥର ବିସିସିଆଇକୁ ସଞ୍ଜୁଙ୍କ ପ୍ରଶଂସକଙ୍କ କ୍ରୋଧର ସାମ୍ନା କରିବାକୁ ପଡିଥାଏ। ଅଜିତ ଅଗରକର ଏହି ଯୁବ ଖେଳାଳିଙ୍କ କ୍ୟାରିୟର ନଷ୍ଟ କରୁଥିବା ଅଭିଯୋଗ ହୋଇ ସାରିଛି।

ଏପରିକି ଟିମ୍ ଇଣ୍ଡିଆକୁ ଛାଡି ସେ ସଞ୍ଜୁଙ୍କୁ ଡୁଲିପ୍ ଟ୍ରଫିରେ ଅନ୍ତର୍ଭୁକ୍ତ କରିବା ଯୋଗ୍ୟ ବୋଲି ବିବେଚନା କରିଲେ ନାହିଁ। ସେ ୨୦୧୫ ମସିହାରେ ଭାରତୀୟ ଦଳ ପାଇଁ ତାଙ୍କର ପ୍ରଥମ ମ୍ୟାଚ୍ ଖେଳିଥିଲେ। କିନ୍ତୁ, ୨୦୨୪ ସୁଦ୍ଧା ସେ ଦଳରେ ନିଜର ସ୍ଥାନ ନିଶ୍ଚିତ କରିବାକୁ ସକ୍ଷମ ହୋଇ ନାହାଁନ୍ତି। ଏହା ପଛରେ ମୁଖ୍ୟତଃ ଦୁଇଟି କାରଣ ଅଛି। ଯେତେବେଳେ ସଞ୍ଜୁଙ୍କୁ ସୁଯୋଗ ଦିଆଯାଏ, ସେ ପ୍ରଦର୍ଶନ କରି ପାରନ୍ତିନାହିଁ। 

ନିକଟରେ ତାଙ୍କୁ ଶ୍ରୀଲଙ୍କା ବିପକ୍ଷରେ ଟି-୨୦ ସିରିଜରେ ସାମିଲ କରାଯାଇଥିଲା। ଯେଉଁଠାରେ ସଞ୍ଜୁ ୨ଟି ମ୍ୟାଚ୍‌ରେ ତାଙ୍କ ଖାତା ଖୋଲିପାରିନଥିଲେ। ଦ୍ୱିତୀୟ କାରଣ ହେଉଛି, ତାଙ୍କୁ ବହୁତ କମ ସୁଯୋଗ ମିଳିଥାଏ। ୩ ମ୍ୟାଚ୍ ବିଶିଷ୍ଠ ସିରିଜରେ ଗୋଟିଏ ମ୍ୟାଚ୍ ଖେଳିବା ପରେ ତାଙ୍କୁ ବାଦ୍ ଦିଆଯାଇଥାଏ। ଯାହା ତାଙ୍କ ଖେଳ ଉପରେ ଖରାପ ପ୍ରଭାବ ପକାଇଥାଏ। ଆସନ୍ତା ମାସରେ ବାଂଲାଦେଶ ବିପକ୍ଷରେ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଅନୁଷ୍ଠିତ ହେବ।

ଯେଉଁଥିରେ ଋଷଭ ପନ୍ତ ଫେରିପାରନ୍ତି ଏବଂ ସଞ୍ଜୁ ଡ୍ରପ୍ ହୋଇ ପାରନ୍ତି। ସଞ୍ଜୁ ସାମସନ ଭାରତ ପାଇଁ ୩୦ ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି। ଯେଉଁଥିରେ ସେ ୫୬.୬୬ ଆଭରେଜ ସହିତ ୫୧୦ ରନ୍ ସ୍କୋର କରିଛନ୍ତି। ଏହି ଅବଧିରେ ସେ ଗୋଟିଏ ଶତକ ଏବଂ ୩ ଅର୍ଦ୍ଧ ଶତକ ମଧ୍ୟ ସ୍କୋର କରିଛନ୍ତି। ସେ ୩୦ ଟି-୨୦ ମ୍ୟାଚ୍ ଖେଳିବାର ସୁଯୋଗ ପାଇଛନ୍ତି। ଯେଉଁଥିରେ ସେ ୧୯.୩୦ ର ଆଭରେଜ ସହିତ ୪୪୪ ରନ୍ ସ୍କୋର କରିଛନ୍ତି।