ଜିମ୍ବାୱେ ବିପକ୍ଷରେ ଫ୍ଲଫ୍ ସାବ୍ୟସ୍ତ ହେଲେ ଏହି ଦୁଇ ଯୁବ ଖେଳାଳି! ତଥାପି ଟ୍ରଫି ଧରି ଉଠାଉଛନ୍ତି ଫୋଟୋ….

 

ଶୁଭମାନ ଗିଲଙ୍କ ଅଧିନାୟକତ୍ୱରେ ଯୁବ ଭାରତୀୟ ଦଳ ଜିମ୍ବାୱେ ଗସ୍ତରେ ଚମତ୍କାର ପ୍ରଦର୍ଶନ କରିଛି। ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ଭାରତ ଜିମ୍ବାୱେକୁ ୪-୧ରେ ପରାସ୍ତ କରି ଟ୍ରଫି ଉପରେ କବଜା କରିଛି। ମ୍ୟାଚ୍ ପରେ ଟ୍ରଫି ଟିମ୍ ଇଣ୍ଡିଆକୁ ହସ୍ତାନ୍ତର କରାଯାଇଥିଲା। ଏହି ଅବଧି ମଧ୍ୟରେ ଡେବ୍ୟୁ କରିଥିବା ଯୁବ ଖେଳାଳି ରିଆନ୍ ପାରାଗ ଏବଂ ଅଭିଷେକ ଶର୍ମାଙ୍କ ପାଇଁ ଅଧିନାୟକ ଗିଲଙ୍କ ଖୁସିର କୌଣସି ସୀମା ନଥିଲା। ସିରିଜ୍ ଜିତିବା ପରେ ଭାରତୀୟ ଖେଳାଳିମାନେ ଭିନ୍ନ ଶୈଳୀରେ ସେଲିବ୍ରେସନ କରିଥିଲେ। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ଭାରତ ଏବଂ ଜିମ୍ବାୱେ ମଧ୍ୟରେ ଚାଲିଥିବା ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଶେଷ ମ୍ୟାଚକୁ ଭାରତ ୪୨ ରନରେ ଜିତିଛି। ପ୍ରଥମେ ବ୍ୟାଟିଂ କରି ଧାର୍ଯ୍ୟ ୨୦ ଓଭରରେ ୬ ଟି ୱିକେଟ୍ ହରାଇ ଟିମ୍ ଇଣ୍ଡିଆ ୧୬୭ ରନ୍ ସଂଗ୍ରହ କରିଥିଲା। ଏହି ଟାର୍ଗେଟକୁ ପିଛା କରିଥିବା ଜିମ୍ବାୱେ ଦଳ ମାତ୍ର ୧୨୫ ରନରେ ସୀମିତ ରହିଥିଲା। ଏହି ସିରିଜରେ ବିଜୟ ପରେ ଖେଳାଳିଙ୍କ ଖୁସିର କୌଣସି ସୀମା ନଥିଲା।

ଭାରତୀୟ ଖେଳାଳିମାନେ ଏହି ଚମତ୍କାର ବିଜୟକୁ ଖୋଲାଖୋଲି ଭାବେ ପାଳନ କରିଥିଲେ। ଟ୍ରଫି ଭାରତୀୟ ଅଧିନାୟକ କ୍ୟାପଟେନ ଗିଲଙ୍କୁ ଦିଆଯିବା ମାତ୍ରେ ସେ ଏହାକୁ ଡେବ୍ୟୁାଣ୍ଟ ରିଆନ ପାରାଗ ଏବଂ ତୁଶର ଦେଶପାଣ୍ଡେଙ୍କୁ ଦେଇଥିଲେ।  ଅଭିଷେକ ଶର୍ମା ପାଖରେ ଛିଡା ହୋଇଥିବା ବେଳେ ତାଙ୍କୁ ଟ୍ରଫି ଦିଆଯାଇନଥିଲା। ତେବେ ଟ୍ରଫି ଉଠାଇଥିବା ଉଭୟ ଖେଳାଳି ଫ୍ଲପ୍ ସାବ୍ୟସ୍ତ ହୋଇଛନ୍ତି। ପରାଗ ବ୍ୟାଟିଂରେ ୨ ଏବଂ ୨୨ ରନର ଇନିଂସ ଖେଳିଥିଲେ। ଅନ୍ୟପ୍ଯଷରେ ତୁଷାର ଦେଶପାଣ୍ଡେ ବହୁତ ମହଙ୍ଗା ପ୍ରମାଣିତ ହୋଇଥିଲେ। ସେ ପ୍ରଥମ ମ୍ୟାଚରେ ୩୦ ରନ୍ ଏବଂ ଦ୍ୱିତୀୟ ମ୍ୟାଚରେ ୩ ​​ଓଭରରେ ୨୬ ରନ୍ ଦେଇଥିଲେ।