ଚାମ୍ପିୟନ୍ସ ଟ୍ରଫିରୁ ବାଦ୍ ପଡ଼ିବେ ଏହି ଦୁଇ ଖେଳାଳି! ଗୌତମ ଗମ୍ଭୀର ଦେଲେ ସୂଚନା….

 

ଏଥର ଚାମ୍ପିଅନ୍ସ ଟ୍ରଫି ପାକିସ୍ତାନ ଦ୍ୱାରା ଆୟୋଜିତ ହେବ। ଶେଷ ଥର ପାଇଁ ୨୦୧୭ ରେ ଇଂଲଣ୍ଡରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯାଇଥିଲା। ସେତେବେଳେ ଭାରତକୁ ପରାସ୍ତ କରି ପାକିସ୍ତାନ ଟାଇଟଲ ଜିତିଥିଲା। ମୋଟ ୮ ଟି ଦଳ ଏଥର ଟୁର୍ଣ୍ଣାମେଣ୍ଟରେ ଭାଗ ନେବାକୁ ଯାଉଛନ୍ତି। ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତୀୟ ଦଳ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଛି। ତେବେ ଆଗାମୀ ମେଗା ଇଭେଣ୍ଟରେ ଦୁଇ ଖେଳାଳିଙ୍କୁ ଟିମ୍ ଇଣ୍ଡିଆରୁ ହଟାଇ ଦିଆଯାଇପାରେ।  

ଏହି ଖେଳାଳିମାନେ ସେମାନଙ୍କର ସାମ୍ପ୍ରତିକ ଫର୍ମ ସହିତ ଟିମ୍ ମ୍ୟାନେଜମେଣ୍ଟକୁ ପ୍ରଭାବିତ କରିବାରେ ବିଫଳ ହୋଇଛନ୍ତି। ଚାମ୍ପିଅନ୍ସ ଟ୍ରଫି ୨୦୨୫ ପୂର୍ବରୁ ଭାରତୀୟ ଦଳ ବର୍ତ୍ତମାନ ଶ୍ରୀଲଙ୍କା ଗସ୍ତରେ ଅଛି, ଯେଉଁଠାରେ ୩ ମ୍ୟାଚ୍ ବିଶିଷ୍ଟ ଏକଦିବସିୟ ସିରିଜ୍ ଖେଳାଯାଉଛି। ଯୁବ ଖେଳାଳିଙ୍କ ବ୍ୟତୀତ ବରିଷ୍ଠ ଖେଳାଳିଙ୍କୁ ମଧ୍ୟ ଏହି ସିରିଜ ପାଇଁ ଭାରତୀୟ ଦଳରେ ସୁଯୋଗ ଦିଆଯାଇଥିଲା।  

କିନ୍ତୁ ଏପର୍ଯ୍ୟନ୍ତ ଖେଳାଯାଇଥିବା ୨ଟି ମ୍ୟାଚ୍‌ରେ କେ.ଏଲ୍ ରାହୁଲ ଏବଂ ଶ୍ରେୟସ୍ ଆୟର ନିଜ ବ୍ୟାଟିଂକୁ ନେଇ ନିରାଶ କରିଛନ୍ତି। ଖେଳାଯାଇଥିବା ମ୍ୟାଚରେ ସେମାନେ ଭଲ ପ୍ରଦର୍ଶନ କରି ପାରିନଥିଲେ। ଯଦି ଆଗାମୀ କିଛି ମ୍ୟାଚରେ ଏହି ଖେଳାଳିଙ୍କ ପ୍ରଦର୍ଶନ ଖରାପ ରହେ, ତେବେ ଟିମ୍ ମ୍ୟାନେଜମେଣ୍ଟ ଉଭୟ ଖେଳାଳିଙ୍କୁ ଦଳରୁ ବିଦା କରିପାରେ।

ରାହୁଲ ପ୍ରଥମ ମ୍ୟାଚ୍‌ରେ ୩୧ ରନ୍‌ର ସଂଘର୍ଷପୂର୍ଣ୍ଣ ଇନିଂସ ଖେଳିଥିଲେ। ଏହି ମ୍ୟାଚରେ ସେ ବହୁତ ନିରାଶ କରିଥିଲେ। ଏହା ବ୍ୟତୀତ ଦ୍ୱିତୀୟ ମ୍ୟାଚ୍‌ରେ ରାହୁଲ ଖାତା ଖୋଲି ନପାରି ଦ୍ୱିତୀୟ ବଲରେ ପାଭିଲିୟନକୁ ଫେରିଥିଲେ। ଆୟରଙ୍କ ବିଷୟରେ କହିବାକୁ ଗଲେ ଏହି ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ୍ ପ୍ରଥମ ମ୍ୟାଚରେ ୨୩ ରନର ଇନିଂସ ଖେଳିଥିବାବେଳେ ଦ୍ୱିତୀୟ ମ୍ୟାଚରେ ସେ ଶ୍ରୀଲଙ୍କା ବିପକ୍ଷରେ ମାତ୍ର ୭ ରନ୍ ସ୍କୋର କରିପାରିଥିଲେ। ତାଙ୍କର ସାମ୍ପ୍ରତିକ ପ୍ରଦର୍ଶନ ଟିମ୍ ଇଣ୍ଡିଆ ପାଇଁ ଏକ ବଡ଼ ସମସ୍ୟା ସୃଷ୍ଟି କରିପାରେ। 

ଆୟର୍ ଏବଂ ରାହୁଲ ଭାରତ ଦ୍ୱାରା ଆୟୋଜିତ ଏକଦିବସିୟ ବିଶ୍ୱକପ ୨୦୨୩ ରେ ଭାରତ ପାଇଁ ଦୃଢ ବ୍ୟାଟିଂ କରିଥିଲେ। ମିଳିତ ଭାବେ ଉଭୟେ ବିପକ୍ଷ ବୋଲରଙ୍କୁ ବହୁତ ଅସୁବିଧାରେ ପକାଇଥିଲେ। ରାହୁଲ ୭୫.୩୩ର ଆଭରେଜ ସହିତ ୪୫୨ ରନ୍ ସଂଗ୍ରହ କରିଥିବାବେଳେ ଆୟର ୬୬.୨୫ର ଆଭରେଜ ସହିତ ୫୩୦ ରନ୍ ସ୍କୋର କରିଛନ୍ତି। ତଥାପି, ଯଦି ଏହି ଖେଳାଳିମାନେ ଶୀଘ୍ର ଫର୍ମକୁ ନ ଫେରନ୍ତି, ତେବେ ସେମାନଙ୍କୁ ଭାରତୀୟ ଦଳରୁ ବିଦା ହେବାକୁ ପଡିପାରେ।