ଏହି ୩ ଜଣ ଷ୍ଟାର୍ ଭାରତୀୟ ଖେଳାଳି ODI ଓ ଟି-୨୦ ଫର୍ମାଟରୁ ହଜିଗଲେଣି, ସେମାନଙ୍କ ଦଳକୁ ପୁଣି ଫେରିବା ଅସମ୍ଭବ

କ୍ରିକେଟ୍ ଖବର : କ୍ରିକେଟକୁ ଆମ ଦେଶ ଭାରତରେ ଏକ ଧର୍ମ ପରି ବିବେଚନା କରାଯାଏ। ଭାରତୀୟ ଖେଳାଳି କ୍ରିକେଟ୍ ଦଳରେ ସ୍ଥାନ ପାଇବା ପାଇଁ ଅନେକ ଖେଳାଳି ନିଜର ସମ୍ପୂର୍ଣ୍ଣ ପ୍ରୟାସ କରିଥାନ୍ତି। କିନ୍ତୁ ଏହି ଖେଳାଳୀମାନଙ୍କ ମଧ୍ୟରୁ କେବଳ ଅଳ୍ପ କେତେଜଣଙ୍କ ସ୍ୱପ୍ନ ହିଁ ପୂରଣ ହୋଇଥାଏ। ଟିମ୍ ଇଣ୍ଡିଆରେ ପ୍ରତିଯୋଗିତା କ୍ରମାଗତ …
 

କ୍ରିକେଟ୍ ଖବର : କ୍ରିକେଟକୁ ଆମ ଦେଶ ଭାରତରେ ଏକ ଧର୍ମ ପରି ବିବେଚନା କରାଯାଏ। ଭାରତୀୟ ଖେଳାଳି କ୍ରିକେଟ୍ ଦଳରେ ସ୍ଥାନ ପାଇବା ପାଇଁ ଅନେକ ଖେଳାଳି ନିଜର ସମ୍ପୂର୍ଣ୍ଣ ପ୍ରୟାସ କରିଥାନ୍ତି। କିନ୍ତୁ ଏହି ଖେଳାଳୀମାନଙ୍କ ମଧ୍ୟରୁ କେବଳ ଅଳ୍ପ କେତେଜଣଙ୍କ ସ୍ୱପ୍ନ ହିଁ ପୂରଣ ହୋଇଥାଏ। ଟିମ୍ ଇଣ୍ଡିଆରେ ପ୍ରତିଯୋଗିତା କ୍ରମାଗତ ଭାବେ ବୃଦ୍ଧି ପାଉଛି, ଘରୋଇ କ୍ରିକେଟ୍ ଏବଂ ଆଇପିଏଲରେ ଅନେକ ଯୁବ ଖେଳାଳିମାନେ ଚମତ୍କାର ପ୍ରଦର୍ଶନ କରୁଛନ୍ତି, ଯାହା ଆଗାମୀ ଦିନରେ କିଛି ବଡ କ୍ରିକେଟରଙ୍କ କ୍ରିକେଟ୍ କ୍ୟାରିୟରକୁ ଶେଷ କରିପାରେ।

ଆଜି ଏହି ଆର୍ଟିକିଲରେ ଆମେ ଆପଣଙ୍କୁ ଏପରି ୩ ଜଣ ଭାରତୀୟ ଖେଳାଳିଙ୍କ ବିଷୟରେ କହିବୁ, ଯାହାର କ୍ୟାରିୟର ବର୍ତ୍ତମାନ ଶେଷ ହେବା ଉପରେ ଅଛି ଏବଂ ଭାରତୀୟ ଦଳକୁ ଫେରିବା ତାଙ୍କ ପକ୍ଷେ ଅସମ୍ଭବ ମନେ ହେଉଛି।

୧) ଅଜିଙ୍କ୍ୟ ରାହାଣେ :

ଭାରତୀୟ ଟେଷ୍ଟ ଦଳର ଉପ-ଅଧିନାୟକ ଅଜିଙ୍କ୍ୟ ରାହାଣେଙ୍କ କ୍ୟାରିୟର ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ରାହାଣେ ଏକ ସମୟରେ ସମସ୍ତ ତିନୋଟି ଫର୍ମାଟରେ ଭାରତୀୟ ଦଳକୁ ପ୍ରତିନିଧିତ୍ୱ କରିସାରିଛନ୍ତି। ସେ ୨୦୧୧ ମସିହାରେ ଦିନିକିଆ କ୍ରିକେଟ୍ ରେ ଡେବ୍ୟୁ କରିଥିଲେ। ଆଉ ୨୦୧୮ ଫେବୃଆରୀ ମାସରେ ସେଞ୍ଚୁରିଅନ୍ ଗ୍ରାଉଣ୍ଡରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତାଙ୍କର ଶେଷ ଦିନିକିଆ ମ୍ୟାଚ୍ ଖେଳିଥିଲେ। ସେବେଠାରୁ ତାଙ୍କୁ କୌଣସି ଦିନିକିଆ ମ୍ୟାଚ୍ ଖେଳିବାର ସୁଯୋଗ ଦିଆଯାଇ ନାହିଁ। ରାହାନେ ଭାରତୀୟ ଦଳ ପାଇଁ ମୋଟ ୯୦ ଟି ଦିନିକିଆ ଖେଳିଛନ୍ତି। ବର୍ତ୍ତମାନ ତାଙ୍କୁ ଜଣେ ଟେଷ୍ଟ କ୍ରିକେଟ୍ ବିଶେଷଜ୍ଞ ଭାବରେ ଦେଖାଯାଉଛି। ଟିମ୍ ଇଣ୍ଡିଆ ପାଇଁ ମଧ୍ୟମ ଅର୍ଡରରେ ତାଙ୍କ ସ୍ଥାନରେ ସୁର୍ଯ୍ୟକୁମାର ଯାଦବ, ଶ୍ରେୟସ୍ ଆୟର ଏବଂ ଇଶାନ୍ କିଶାନ୍ ଭଲ ପ୍ରଦର୍ଶନ କରି ନିଜର ସ୍ଥାନ ନିଶ୍ଚିତ କରିଛନ୍ତି। ଅନ୍ୟପଟେ ଏହି ବର୍ଷ ଟେଷ୍ଟ କ୍ରିକେଟରେ ମଧ୍ୟ ତାଙ୍କ ପ୍ରଦର୍ଶନ ଅତ୍ୟନ୍ତ ନିରାଶାଜନକ ରହିଛି। ରାହାଣେ ଚଳିତ ବର୍ଷ ହାରାହାରି ୧୯.୫୭ ହାରରେ ରନ୍ ସ୍କୋର କରିଛନ୍ତି।

୨) ମନୀଷ ପାଣ୍ଡେ :

କର୍ଣ୍ଣାଟକ ପାଇଁ ଘରୋଇ କ୍ରିକେଟ୍ ଖେଳୁଥିବା ଜଣେ ଡାହାଣହାତୀ ବ୍ୟାଟ୍ସମ୍ୟାନ୍ ହେଉଛନ୍ତି ମନୀଷ ପାଣ୍ଡେ। ସେ ତାଙ୍କ କ୍ୟାରିୟରର ପ୍ରଥମରୁ ହିଁ ଧୂଆଁଧାର ବ୍ୟାଟିଂ କରି ଅନେକ କ୍ରିକେଟ୍ ପ୍ରେମୀ ଓ ଚୟନକର୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ୨୦୦୯ ମସିହାରେ ଅନୁଷ୍ଠିତ ଆଇପିଏଲର ଦ୍ୱିତୀୟ ସିଜନରେ ମନୀଷ ଆରସିବି ପାଇଁ ଏକ ଶତକ ହାସଲ କରିଥିଲେ ଏବଂ ଏହା କରିବାରେ ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ୍ ହୋଇଥିଲେ। କ୍ରମାଗତ ଭଲ ପ୍ରଦର୍ଶନ ପରେ, ସେ ୨୦୧୫ ମସିହାରେ ଭାରତୀୟ କ୍ରିକେଟ୍ ଦଳ ପାଇଁ ପ୍ରଥମ ଥର ପାଇଁ ଦିନିକିଆ କ୍ରିକେଟ୍ ଖେଳିବାର ସୁଯୋଗ ପାଇଥିଲେ। ପାଣ୍ଡେ ଭାରତ ପାଇଁ ୨୮ଟି ଦିନିକିଆ ମ୍ୟାଚ୍ ରେ ୫୫୫ ରନ୍ ସଂଗ୍ରହ କରିଛନ୍ତି, ଯେଉଁଥିରେ ଏକ ଚମତ୍କାର ଶତକ ମଧ୍ୟ ରହିଛି। କିନ୍ତୁ ବର୍ତ୍ତମାନ ସେ ଟିମ୍ ଇଣ୍ଡିଆରେ ନିଜ ସ୍ଥାନକୁ କାଏମ କରିପାରିବେ ନାହିଁ। ଜାତୀୟ ସ୍ତରରେ ସେ ଘରୋଇ କ୍ରିକେଟ୍ ର ଫର୍ମ ବଜାୟ ରଖିପାରିନଥିଲେ, ଯେଉଁ କାରଣରୁ ସେ ଗତ ୧ ବର୍ଷ ଧରି ଦଳରୁ ଦୂରେଇ ଯାଉଛନ୍ତି ଏବଂ ବର୍ତ୍ତମାନ ସେ ଦଳକୁ ଫେରିବା ଅସମ୍ଭବ ମନେ ହେଉଛି।

୩) ଇଶାନ୍ତ ଶର୍ମା :

ଭାରତର ଟଲ୍ ବୋଲର ତଥା ଦ୍ରୁତ ବୋଲର ଇଶାନ୍ତ ଶର୍ମା ଭାରତୀୟ ଦଳ ପାଇଁ ୧୦୦ ରୁ ଅଧିକ ଟେଷ୍ଟ ମ୍ୟାଚ୍ ଖେଳି ସାରିଛନ୍ତି ଏବଂ ସେ ଭାରତୀୟ ଟେଷ୍ଟ ଦଳର ନିୟମିତ ସଦସ୍ୟ ଅଟନ୍ତି। ତେବେ ସେ ଏକଦିବସୀୟ କ୍ରିକେଟରେ ବିଶେଷ ସଫଳତା ପାଇ ପାରିନାହାନ୍ତି। ଯେଉଁଥିପାଇଁ ୨୦୧୬ ମସିହାରୁ ଇଶାନ୍ତ ଭାରତୀୟ ଦଳ ପାଇଁ କୌଣସି ଦିନିକିଆ ମ୍ୟାଚ୍ ଖେଳି ନାହାଁନ୍ତି। ୨୦୦୮ ମସିହାରେ ଦିନିକିଆ କ୍ରିକେଟରେ ଭାରତ ପାଇଁ ଡେବ୍ୟୁ କରିଥିବା ଏହି ଦିଲ୍ଲୀ ଦ୍ରୁତ ବୋଲର ଭାରତୀୟ ଦଳ ପାଇଁ ମୋଟ ୮୦ ଟି ଦିନିକିଆ ମ୍ୟାଚ୍ ଖେଳିଛନ୍ତି ଯେଉଁଥିରେ ସେ ୧୧୫ ଟି ୱିକେଟ୍ ନେଇଛନ୍ତି। ଦୀପକ ଚହର, ମହମ୍ମଦ ସିରାଜ ଏବଂ ଜସପ୍ରୀତ ବୁମ୍ରାଙ୍କ ପରି ଯୁବ ଦ୍ରୁତ ବୋଲରମାନେ ଭାରତୀୟ ଦଳରେ ଯୋଗଦେବା ପରେ ଇଶାନ୍ତ ବର୍ତ୍ତମାନ ଭାରତୀୟ ଦିନିକିଆ ଦଳରେ ପ୍ରତ୍ୟାବର୍ତ୍ତନ କରିବା ଅସମ୍ଭବ ମନେହେଉଛି।