ଡେଲ୍ ଷ୍ଟେନ୍ ବାଛିଲେ କେଉଁ ଦଳ ପହଞ୍ଚିବେ ସେମି-ଫାଇନାଲରେ! ଇଂଲଣ୍ଡକୁ ଦେଲେ ନାହିଁ ମୌକା….

 

ବର୍ତ୍ତମାନ ସମୟରେ ଟି-୨୦ ବିଶ୍ୱକପ ୨୦୨୪ର ସୁପର-୮ ପର୍ଯ୍ୟାୟ ଜାରି ରହିଛି। ପ୍ରତି ଗ୍ରୁପରୁ ଦୁଇଟି ଲେଖାଏଁ ଟିମ୍ ଏହି ପର୍ଯ୍ୟାୟରେ ପହଞ୍ଚି ସାରିଥିବା ବେଳେ ଇଂଲଣ୍ଡ ଏବଂ ସାଉଥ୍ ଆଫ୍ରିକା ନିଜର ପ୍ରଥମ ମ୍ୟାଚ୍ ଜିତି ସାରିଛନ୍ତି। ତେବେ, ଲେଜେଣ୍ଡ କ୍ରିକେଟର ଡେଲ୍ ଷ୍ଟେନ୍ କେଉଁ ୪ ଦଳ ସେମିଫାଇନାଲରେ ପହଞ୍ଚିବେ ସେଥିନେଇ ସୂଚନା ଦେଇଛନ୍ତି।

ତାଙ୍କ କହିବା ଅନୁଯାଇ ସେମିଫାଇନାଲରେ ସାଉଥ୍ ଆଫ୍ରିକା, ୱେଷ୍ଟଇଣ୍ଡିଜ, ଭାରତ ଏବଂ ଅଷ୍ଟ୍ରେଲିଆ ପହଞ୍ଚିବେ। ଇଂଲଣ୍ଡ ଠାରୁ ୱେଷ୍ଟଇଣ୍ଡିଜ୍ ହାରିଥିଲେ ହେଁ ଷ୍ଟେନ୍ ଘରୋଇ ଦଳକୁ ସୁଯୋଗ ଦେଇଛନ୍ତି। ଦଳର ଚମତ୍କାର ବ୍ୟାଟିଂ ଲାଇନଅପ୍ ଏହାର ମୁଖ୍ୟ କାରଣ ଅଟେ। ଚଳିତ ଟୁର୍ଣ୍ଣାମେଣ୍ଟରେ ଏହି ଦଳ ଯେଭଳି ଭାବରେ ବ୍ୟାଟିଂ ପ୍ରଦର୍ଶନ କରୁଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି।

ଗୋଟିଏ ପଟେ ସୁପର ୮ ମ୍ୟାଚରେ ଇଂଲଣ୍ଡ ୱେଷ୍ଟଇଣ୍ଡିଜକୁ ହରାଇ ଦେଇଥିଲେ ହେଁ ଷ୍ଟେନ ଏବେ ମଧ୍ୟ ୱେଷ୍ଟଇଣ୍ଡିଜକୁ ହିଁ ଫେଭରେଟ୍ ଆଖ୍ୟା ଦେଇଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୨୨ରେ ଖେଳାଯାଇଥିବା ଟି-୨୦ ବିଶ୍ୱକପରେ ଇଂଲଣ୍ଡ ଟିମ୍ ଚାମ୍ପିୟନ ହୋଇଥିଲା । ଇଂଲଣ୍ଡ ଟିମ୍ ୨୦୧୦ ଏବଂ ୨୦୨୨ରେ ଟି-୨୦ ବିଶ୍ୱକପ୍ ଟାଇଟଲ୍ ଜିତିବାରେ ସଫଳ ହୋଇଥିଲା।