ଶ୍ରୀଲଙ୍କା ବିପକ୍ଷ ସିରିଜ ହାରିବା ପରେ ହେବ ବଡ଼ ପରିବର୍ତ୍ତନ! ଏହି ୫ ଖେଳାଳିଙ୍କୁ ମିଳିବନାହିଁ ସୁଯୋଗ….

 

ବିଶ୍ବବିଜେତା ହେବା ପରେ ମଧ୍ୟ ଭାରତ ଶ୍ରୀଲଙ୍କା ଠାରୁ ଏକଦିବସିୟ ସିରିଜ ହାରି ଯାଇଛି। ଭାରତୀୟ ଦଳ ଶୋଚନୀୟ ଭାବରେ ଏହି ସିରିଜ ପରାସ୍ତ ହୋଇଥିବା ବେଳେ ଏଥିନେଇ ଦଳ ଭିତରେ ବଡ଼ ପରିବର୍ତ୍ତନ ଦେଖା ଦେବାର ସମ୍ଭାବନା ରହିଛି। ଏତେ ଶକ୍ତିଶାଳୀ ଦଳ ହୋଇଥିଲେ ହେଁ ଶ୍ରୀଲଙ୍କା ଠାରୁ କିଭଳି ହାରିଲା ସେଥିନେଇ ଚାଲିଛି ତର୍ଜମା।

ଏହି ଗସ୍ତରେ ଗୌତମ ଗମ୍ଭୀର ନୂଆ କରି କୋଚିଂ ଦାୟିତ୍ୱ ଗ୍ରହଣ କରିଥିଲେ। ଭାରତୀୟ ଦଳ ଟି-୨୦ ସିରିଜ ଜିତିଯାଇଥିଲେ ହେଁ ଦିନିକିଆ ସିରିଜରେ ଲଜ୍ଜାଜନକ ପରାଜୟ ଭୋଗିଥିଲା। ପ୍ରଥମ ମ୍ୟାଚ ଟାଇ ଭାବରେ ସମାପ୍ତ ହୋଇଥିବା ବେଳେ ଦ୍ଵିତୀୟ ମ୍ୟାଚରେ ଭାରତକୁ ୩୭ ରନରେ ପରାଜୟ ମିଳିଥିଲା। ଅନ୍ୟପକ୍ଷରେ ତୃତୀୟ ମ୍ୟାଚରେ ଭାରତ ୧୧୦ ରନରେ ପରାଜୟ ବରଣ କରିଥିଲା।

ଏହି ସିରିଜରେ ରୋହିତ ଶର୍ମା, ଅକ୍ସର ପଟେଲ ଏବଂ ୱାସିଂଟନ୍ ସୁନ୍ଦରଙ୍କୁ ଛାଡିଦେଲେ କେହି ବ୍ୟାଟ ସହିତ ଭଲ ପ୍ରଦର୍ଶନ କରି ପାରିନଥିଲେ। ୨୦୨୫ ଆରମ୍ଭରେ ଚାମ୍ପିୟନ୍ସ ଟ୍ରଫି ଆୟୋଜିତ ହେଉଥିବା ବେଳେ ଭାରତୀୟ ଦିନିକିଆ ଦଳର କିପରି ରୂପରେଖ ହେବ ସେଥିନେଇ ପ୍ରଶ୍ନବାଚି ସୃଷ୍ଟି ହୋଇଛି। ଶ୍ରୀଲଙ୍କାରେ ହୋଇଥିବା ନୈରାଶ୍ୟଜନକ ସିରିଜ ପରେ  ଶୁବମନ ଗିଲ୍‌, ଲୋକେସ ରାହୁଲ, ଶିବମ ଦୁବେ, ଅର୍ଶଦୀପ ସିଂହ ଏବଂ ରିୟାନ୍ ପରାଗଙ୍କୁ ବାଦ୍‌ ଦେଇପାରେ ଦଳ। ସେହିପରି ଭାବରେ ଋତୁରାଜ ଗାଇକୱାଡ୍, ରିଙ୍କୁ ସିଂ, ମୁକେଶ କୁମାର ଏବଂ ଜୟସ୍ୱାଲଙ୍କ ପରି ଖେଳାଳି ମାନଙ୍କୁ ସୁଯୋଗ ମିଳିପାରେ। ଚାମ୍ପିୟନ୍ସ ଟ୍ରଫି ପାଇଁ ସମ୍ଭାବ୍ୟ ଦଳ:-

ରୋହିତ ଶର୍ମା (ଅଧିନାୟକ), ଯଶସ୍ବୀ ଜୟସ୍ବାଲ, ଋତୁରାଜ ଗାୟକ୍ବାଡ୍‌, ବିରାଟ କୋହଲି, ଶ୍ରେୟସ ଆୟର, ଋଷଭ ପନ୍ତ, ରିଙ୍କୁ ସିଂହ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଓ୍ବାଶିଂଟନ ସୁନ୍ଦର, କୁଲଦୀପ ଯାଦବ, ରବି ବିଷ୍ଣୋଇ ଜସପ୍ରୀତ ବୁମରାହ, ମୁକେଶ କୁମାର ଓ ମହମ୍ମଦ ସାମି।