ସଂକଟରେ ଏହି ୩ ଖେଳାଳିଙ୍କ କ୍ୟାରିଅର! ଚାମ୍ପିୟନ୍ସ ଟ୍ରଫିରେ ମଧ୍ୟ ମିଳିନପାରେ ସୁଯୋଗ…

 

ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍ ରୁ ବାଦ୍ ପଡିବା ପରେ ଟିମ୍ ଇଣ୍ଡିଆର ସମ୍ପୂର୍ଣ୍ଣ ଧ୍ୟାନ ଚାମ୍ପିଅନ୍ସ ଟ୍ରଫି ଉପରକୁ ଆସିଛି। ମିଡିଆ ରିପୋର୍ଟ ଅନୁଯାୟୀ, ଏହି ମେଗା ଇଭେଣ୍ଟ ପାଇଁ ଭାରତୀୟ ଦଳ ଜାନୁଆରୀ ୧୨ ତାରିଖ ସୁଦ୍ଧା ଘୋଷଣା କରାଯିବ। କିଛି ଖେଳାଳିଙ୍କ ଭାଗ୍ୟ ଚମକିବାକୁ ଯାଉଥିବା ବେଳେ ଅନ୍ୟ କିଛି ଖେଳାଳିଙ୍କ କ୍ୟାରିଅରରେ ପୂର୍ଣ୍ଣଛେଦ ଲାଗିବାକୁ ଯାଉଛି। ଏଭଳି ୩ ଜଣ ଖେଳାଳି ଅଛନ୍ତି ଯାହାଙ୍କର ଏକଦିବସୀୟ ରେକର୍ଡ ଭଲ ରହିନାହିଁ ଏବଂ ବିସିସିଆଇ ସେମାନଙ୍କୁ ଅଣଦେଖା କରିପାରେ।

୧.ସୂର୍ଯ୍ୟକୁମାର ଯାଦବ:- ଟି-୨୦ ରେ ଚମତ୍କାର ପ୍ରଦର୍ଶନ ପରେ ସୂର୍ଯ୍ୟକୁମାର ଯାଦବ ଗତ ବର୍ଷ ଏକଦିବସୀୟ ଫର୍ମାଟରେ ଖେଳିବାର ସୁଯୋଗ ପାଇଥିଲେ। କିନ୍ତୁ ସେ ବିଶ୍ୱକପ୍ ୨୦୨୩ ରେ ସମ୍ପୂର୍ଣ୍ଣ ଭାବରେ ଫ୍ଲପ୍ ପ୍ରମାଣିତ ହୋଇଥିଲେ। ଏକଦିବସୀୟରେ ସୂର୍ଯ୍ୟଙ୍କ ପ୍ରଦର୍ଶନ ସେତେ ଭଲ ରହିନାହିଁ। ବର୍ତ୍ତମାନ ସେ ନିଶ୍ଚିତ ଭାବରେ ଚାମ୍ପିଅନ୍ସ ଟ୍ରଫି ପାଇଁ ବିସିସିଆଇର ରାଡାରରେ ରହିବେ ନାହିଁ। ତାଙ୍କ ସ୍ଥାନରେ ଇନ-ଫର୍ମ ଜୟସୱାଲଙ୍କୁ ଦଳର ଅଂଶ କରାଯାଇପାରେ।

୨.ରବିନ୍ଦ୍ର ଜାଡେଜା:- ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କୁ ଏକ ବଡ଼ ଆଶା ସହିତ ବିଶ୍ୱକପ ୨୦୨୩ ପାଇଁ ଦଳରେ ମନୋନୀତ କରାଯାଇଥିଲା। ଭାରତ କ୍ରମାଗତ ୧୦ ଟି ମ୍ୟାଚ୍ ଜିତିଥିଲା, କିନ୍ତୁ ବିଶ୍ୱକପର ଆଶା ପୂରଣ ହୋଇପାରିନଥିଲା। ଜାଡେଜା ବିଶ୍ୱକପ୍ ୨୦୨୩ ରେ ୧୧ ଟି ମ୍ୟାଚ୍ ଖେଳିଥିଲେ ଯେଉଁଥିରେ ସେ ମାତ୍ର ୧୬ ୱିକେଟ୍ ନେଇଥିଲେ।  ଜାଡେଜା ବ୍ୟାଟ୍ସମ୍ୟାନ ଭାବରେ ୫ ଇନିଂସରେ ୩୯ *, ୮, ୩୫, ୨୯* ଏବଂ ୯ ରନ ସ୍କୋର କରିଥିଲେ।  ଏଥର ଅକ୍ଷର ପଟେଲ ତାଙ୍କ ସ୍ଥାନରେ ଖେଳିବାର ସୁଯୋଗ ପାଇପାରନ୍ତି। 

୩. ଇଶାନ୍ କିଶାନ୍:- ତୃତୀୟ ନାମଟି ହେଉଛି ଇଶାନ କିଶନ, ଯିଏ ବିଶ୍ୱକପରେ ୨ ଟି ମ୍ୟାଚ୍ ଖେଳିଥିଲେ ଯେଉଁଥିରେ ସେ ଗୋଟିଏ ମ୍ୟାଚରେ ୦ ରନ୍ କରିଥିବା ବେଳେ ଅନ୍ୟ ମ୍ୟାଚରେ ୪୭ ରନ୍ ଇନିଂସ ଖେଳିଥିଲେ। ବିଶ୍ୱକପ ପରେ ଇଶାନ କିଶନ ଭାରତୀୟ ଦଳକୁ ଫେରିନଥିଲେ। ସେ ଟିମ୍ ଇଣ୍ଡିଆର କେନ୍ଦ୍ରୀୟ ଚୁକ୍ତିରୁ ମଧ୍ୟ ବାହାରେ ଅଛନ୍ତି।  ବିଶ୍ୱକପ୍ ୨୦୨୩ ପରେ ଋଷଭ ପନ୍ତ ଆହତ ଅବସ୍ଥାରୁ ସମ୍ପୂର୍ଣ୍ଣ ଫିଟ୍ ହୋଇ ତାଙ୍କ ସ୍ଥାନକୁ ଫେରିଥିଲେ। ବର୍ତ୍ତମାନ ଇଶାନ କିଶନ ଚାମ୍ପିଅନ୍ସ ଟ୍ରଫିରେ ଫେରିବାର କୌଣସି ଆଶା ନାହିଁ।