ଏହି ୩ ଜଣ ଭାରତୀୟ ଖେଳାଳି ପଡିଆରେ ହିଁ ଭୋ ଭୋ ହୋଇ କାନ୍ଦିଥିଲେ, କାରଣ ଜାଣିଲେ ଭାବୁକ ହେବେ ଆପଣ

୧) ବିରାଟ କୋହଲି :
୨୦୧୨ ମସିହାରେ ଆଇସିସି ଟି-୨୦ ବିଶ୍ୱକପ୍ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ବିଜୟ ହାସଲ କରିଥିଲା। କିନ୍ତୁ ୨୦୧୨ ମସିହାର ଟି-୨୦ ବିଶ୍ୱକପ ସମୟରେ ବିରାଟ କୋହଲି ପଡ଼ିଆରେ ହିଁ କାନ୍ଦୁଥିବା ଦେଖିବାକୁ ମିଳିଥିଲା । ଏହାର କାରଣ ଥିଲା ଟି-୨୦ ବିଶ୍ୱକପର ଫାଇନାଲ୍ ମ୍ୟାଚ ଖେଳିବାରୁ ବଂଚିତ ହୋଇଥିଲା ଭାରତୀୟ କ୍ରିକେଟ ଦଳ। ଦଳକୁ ଟୁର୍ଣ୍ଣାମେଣ୍ଟରୁ ବାହାର ହେବାକୁ ପଡିଥିଲା। ଏହାର କାରଣ ଥିଲା ଟି-୨୦ ବିଶ୍ୱକପରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତର ପରାଜୟ ପରେ ବିରାଟ ନିରାଶ ହୋଇଥିଲେ। ଆଉ ସେତେବେଳେ ଖେଳ ପ୍ରତି ବିରାଟଙ୍କ ଉତ୍ସାହ ଦେଖିବାକୁ ମିଳିଥିଲା। ତେବେ ଆପଣ ଜାଣିଥିବେ ଯେ, ବିଜୟ ପରେ ବିରାଟ ଖୁସିକୁ ଏକ ଭିନ୍ନ ଉପାୟରେ ପାଳନ କରନ୍ତି, କିନ୍ତୁ ଯେତେବେଳେ ଦଳ ପରାଜୟ ହୁଏ, ସେତେବେଳେ ସେ ସୀମାଠାରୁ ଅଧିକ ନିରାଶ ମଧ୍ୟ ହୁଅନ୍ତି।
୨) ଯୁବରାଜ ସିଂ :
କେବଳ ମ୍ୟାଚରେ ହାରିଲେ ହିଁ ଖେଳାଳିଙ୍କ ଆଖିରେ ଲୁହ ଆସେ। ଏ କଥା ଭାବିବା ଭୁଲ୍ । ଅନେକ ଖେଳାଳି ମ୍ୟାଚ ଜିତିବା ପରେ ମଧ୍ୟ ଆନନ୍ଦରେ ଭୋ ଭୋ ହୋଇ କାନ୍ଦନ୍ତି। ଏହିଭଳି ସମାନ ଦୃଶ୍ୟ ୨୦୧୧ ମସିହାରେ ଆଇସିସି ଦିନିକିଆ ବିଶ୍ୱକପ ଭାରତ ଜିତିବା ପରେ ଦେଖାଯାଇଥିଲା। ଦୀର୍ଘ ୨୮ ବର୍ଷ ପରେ ଭାରତୀୟ ଦଳ ବିଶ୍ୱକପ ଜିତି ଇତିହାସ ସୃଷ୍ଟି କରିଥିବା କାରଣରୁ ଏହି ସମୟରେ ଯୁବରାଜ ସିଂ ଖୁସିରେ ପଡିଆ ମଝିରେ ହିଁ କାନ୍ଦି ପକାଇଥିଲେ।
୩) ବିନୋଦ କାମ୍ବଲି :
୧୯୯୬ ମସିହାରେ କ୍ରିକେଟ୍ କପ୍ ରେ, ଭାରତକୁ ସେମିଫାଇନାଲ ମ୍ୟାଚରେ ପରାଜୟର ସାମ୍ନା କରିବାକୁ ପଡିଥିଲା। ଟିମ୍ ଇଣ୍ଡିଆର ଖରାପ ପ୍ରଦର୍ଶନ ହେତୁ ଦର୍ଶକମାନେ ପଡ଼ିଆରେ ହୋହାଲା ସୃଷ୍ଟି କରିଥିଲେ। ଯେଉଁ କାରଣରୁ ଶ୍ରୀଲଙ୍କା ଦଳ ବିଜେତା ଘୋଷିତ ହୋଇଥିଲା। ଆଉ ଏହି ପରାଜୟ ପରେ ବିନୋଦ କାମ୍ବଲି ଷ୍ଟାଡିୟମରେ କାନ୍ଦୁଥିବା ଦେଖାଯାଇଥିଲା।