ଏହି ୫ ଜଣ ବୋଲର ନିଜର କ୍ୟାରିୟରରେ ପକାଇନାହାଁନ୍ତି ଗୋଟିଏ ବି ନୋ ବଲ୍, ଲିଷ୍ଟରେ ଅଛି ଜଣେ ଭାରତୀୟ

 
କ୍ରିକେଟ ଖବର : ଗୋଟିଏ କ୍ରିକେଟ ଦଳରେ ବୋଲର୍ ଓ ବ୍ୟାଟ୍ସମ୍ୟାନଙ୍କର ସମାନ ଭୂମିକା ରହିଥାଏ। ପଡ଼ିଆରେ ଯଦି ଏହି ଦୁଇ ବିଭାଗ ନିଜ ନିଜର କାର୍ଯ୍ୟ ଠିକ ଭାବରେ ତୁଲାଇବେ ନାହିଁ ତେବେ ଖେଳର ପରିସ୍ଥିତି କିଛି ଅଲଗା ପ୍ରକାରର ହେବ। ଖେଳ ସମୟରେ ଦୁହିଁଙ୍କର ଭୂମିକା ସମାନ ରହିଥାଏ। ବ୍ୟାଟ୍ସମ୍ୟାନ୍ ଯେପରି ନିଜର ଭଲ ବ୍ୟାଟିଂ କରି ଦଳକୁ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରେ ଠିକ ସେହିପରି ବୋଲର୍ ମଧ୍ୟ ସଠିକ ଲାଇନ ଆଉ ଲେନ୍ଥରେ ନିଜର ବୋଲିଂ ପାରଦର୍ଶିତା ଦେଖାଇ ଦଳକୁ ଜିତାଇବାରେ ଗୁରୁତ୍ୱପୂର୍ଣ୍ଣ ଭୁମିକା ଗ୍ରହଣ କରିଥାଏ। 

ତେବେ ଖେଳରେ ତ୍ରୁଟି ହେବା ଏକ ସ୍ୱାଭାବିକ କଥା। କାରଣ ଯଦି କୌଣସି ବ୍ୟାଟ୍ସମ୍ୟାନ୍ ଭୁଲ୍ ଶର୍ଟ ଖେଳେ ତେବେ ସେ ଆଉଟ୍ ହୋଇ ପାଭିଲିୟନ ଫେରିବା ନିଶ୍ଚିତ। ଠିକ ସେହିପରି କୌଣସି ବୋଲର୍ ଯଦି ବୋଲିଂ କରିବା ସମୟରେ ଓ୍ବାଇଡ୍ ବଲ୍ କିମ୍ବା ନୋବଲ୍ ପକାଏ ତେବେ ସେ ତାର ଦଳକୁ ମ୍ୟାଚ ଜିତାଇବାରେ ଅସୁବିଧା ସୃଷ୍ଟି କରିଥାଏ। 

ସୂଚନାଯୋଗ୍ୟ ଯେ ୨୦୧୭ ମସିହାର ଚାମ୍ପିଅନ୍ସ ଟ୍ରଫିର ଫାଇନାଲରେ ଭାରତୀୟ ଦଳର ଫାଷ୍ଟ ବୋଲର ଜସପ୍ରୀତ ବୁମ୍ରା ଗୋଟିଏ ନୋ-ବଲ୍ ପକାଇଥିଲେ। ଆଉ ସେହି ନୋ-ବଲ ହେତୁ ଭାରତ ଚାମ୍ପିଅନ୍ସ ଟ୍ରଫି ହାରିଥିଲା। ତେବେ ବିଶ୍ୱ କ୍ରିକେଟରେ ଏପରି କିଛି ବୋଲର ଅଛନ୍ତି ଯେଉଁମାନେ କି ନିଜ କ୍ୟାରିୟରରେ କେବେବି ନୋ-ବଲ୍ ବୋଲିଂ କରିନାହାନ୍ତି। ତେବେ ଆସନ୍ତୁ ଆଜି ଏହିପରି ୫ ଜଣ ବୋଲରଙ୍କ ବିଷୟରେ କଥା ହେବା ଯେଉଁମାନେ କି କେବେ ବି ନୋ ବଲ୍ ବୋଲିଂ କରିନାହାନ୍ତି। 

୧) ଇୟାନ୍ ବୋଥମ୍ :

ଇଂଲଣ୍ଡ କ୍ରିକେଟ୍ ଦଳର ଇଆନ୍ ବୋଥମ୍ ତାଙ୍କ ସମୟର ଘାତକ ଅଲରାଉଣ୍ଡର ଥିଲେ। ଏହି ଡାହାଣ ହାତି ଦ୍ରୁତ ବୋଲର ତାଙ୍କର ୧୬ ବର୍ଷ କ୍ରିକେଟ କ୍ୟାରିୟରରେ ଗୋଟିଏ ବି ନୋ-ବଲ୍ ବୋଲିଂ ପକାଇନାହାଁନ୍ତି। ସେ ନିଜ କ୍ୟାରିୟରରେ ୧୦୨ ଟି ଟେଷ୍ଟ ମ୍ୟାଚ୍ ଖେଳି ୩୮୩ ଟି ୱିକେଟ୍ ନେଇଥିଲେ। ସେ ଟେଷ୍ଟ କ୍ୟାରିୟରରେ ୨୧,୮୧୫ ଟି ବଲ୍ ବୋଲିଂ କରିଥିଲେ। ଏହା ବ୍ୟତୀତ, ଦିନିକିଆରେ ବୋଥାମଙ୍କ ପ୍ରଦର୍ଶନ ମଧ୍ୟ ଉତ୍କୃଷ୍ଟ ଥିଲା, ସେ ଇଂଲଣ୍ଡ ପାଇଁ ୧୧୬ ଟି ଦିନିକିଆ ମ୍ୟାଚ ଖେଳିଥିଲେ। ଯେଉଁଥିରେ ସେ ୧୪୫ ୱିକେଟ୍ ନେଇଥିଲେ। ଦିନିକିଆ ରେ ବୋଥାମ ୬୨୭୧ ଟି ବଲ୍ ବୋଲିଂ କରିଥିଲେ। ଆଉ ସେ ଦିନିକିଆରେ ମଧ୍ୟ ଗୋଟିଏ  ବି ନୋ ବଲ୍ ପକାଇନଥିଲେ। ତେବେ ସେ ୧୯୯୨ ମସିହାରେ ପାକିସ୍ତାନ ବିପକ୍ଷରେ ତାଙ୍କର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ।

୨) ଡେନିସ୍ ଲିଲି : 

ଅଷ୍ଟ୍ରେଲିଆର ସବୁଠାରୁ ଶୃଙ୍ଖଳିତ ବୋଲରମାନଙ୍କ ମଧ୍ୟରୁ ଡେନିସ୍ ଲିଲି ହେଉଛନ୍ତି ଅନ୍ୟତମ। ସେ ଜଣେ ଦ୍ରୁତ ବୋଲର ହେବା ସହିତ ନିଜର ବୋଲିଂରେ କେବେ ବି ଅଣଦେଖା କରି ନାହାଁନ୍ତି। ଲିଲି ନିଜ କ୍ୟାରିୟରରେ ଗୋଟିଏ ବି ନୋ-ବଲ୍ ବୋଲିଂ ପକାଇନାହାନ୍ତି। ଡେନିସ୍ ଅଷ୍ଟ୍ରେଲିଆ ପାଇଁ ୭୦ ଟି ଟେଷ୍ଟ ମ୍ୟାଚ୍ ଏବଂ ୬୩ ଟି ଦିନିକିଆ ମ୍ୟାଚ ଖେଳିଥିଲେ। ସେ ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ ମୋଟ ୨୨୦୭୦ ବଲ୍ ବୋଲିଂ କରିଥିଲେ। ତାଙ୍କ ଚେହେରା ଏବଂ ଦ୍ରୁତ ବୋଲିଂ ହେତୁ ଡେନିସ୍ ଲିଲି ତାଙ୍କ ସମୟରେ ବହୁତ ପ୍ରସିଦ୍ଧ ଥିଲେ। ତାଙ୍କର ବଡ ନିଶ ବ୍ୟାଟ୍ସମ୍ୟାନମାନଙ୍କର ମନରେ ଭୟ ସୃଷ୍ଟି କରୁଥିଲା। 

୩) କପିଲ ଦେବ : 

କପିଲ ଦେବ ହେଉଛନ୍ତି ଭାରତର ସର୍ବଶ୍ରେଷ୍ଠ ଅଲରାଉଣ୍ଡର। ସେ ୧୯୮୩ ମସିହାରେ ଭାରତ ପାଇଁ ପ୍ରଥମ ଆଇସିସି ବିଶ୍ୱକପ ଜିତିଥିଲେ। ଏହା ସହିତ କପିଲ ଦେବ ତାଙ୍କ କ୍ୟାରିୟରରେ ଗୋଟିଏ ବି ନୋ-ବଲ୍ ବୋଲିଂ କରିନାହାଁନ୍ତି। ଏହି ପୂର୍ବତନ ଭାରତୀୟ ଅଧିନାୟକ ଭାରତ ପାଇଁ ୨୨୫ ଟି ଦିନିକିଆ ଖେଳିଛନ୍ତି ଯେଉଁଥିରେ ସେ ୨୫୩ ଟି ୱିକେଟ୍ ନେଇଛନ୍ତି। ଏହା ସହିତ ଟେଷ୍ଟ ମ୍ୟାଚରେ କପିଲଙ୍କ ଆଭିମୁଖ୍ୟ ମଧ୍ୟ ଆଶ୍ଚର୍ଯ୍ୟଜନକ ଥିଲା। ସେ ଭାରତ ପାଇଁ ୧୩୧ ଟି ଟେଷ୍ଟ ମ୍ୟାଚରେ ୪୩୪ ୱିକେଟ୍ ନେଇଥିଲେ।  କପିଲ ଦେବ ତାଙ୍କ କ୍ୟାରିୟରରେ ଦିନିକିଆ ଏବଂ ଟେଷ୍ଟ ମ୍ୟାଚରେ ମୋଟ ୩୮,୯୪୨ ଟି ବଲ ବୋଲିଂ କରିଥିଲେ।

୪) ଇମ୍ରାନ ଖାନ : 

୧୯୯୨ ମସିହାରେ ପାକିସ୍ତାନ ପାଇଁ ବିଶ୍ୱକପ ଜିତିଥିବା କ୍ୟାପଟେନ ଇମ୍ରାନ ଖାନ ମଧ୍ୟ କେବେବି ନୋ ବଲ୍ ପକାଇନାହାଁନ୍ତି। ଇମ୍ରାନ ପାକିସ୍ତାନ ପାଇଁ ୮୮ ଟି ଟେଷ୍ଟ ମ୍ୟାଚ ଖେଳିଥିଲେ ଯେଉଁଥିରେ ସେ ୩୬୨ ୱିକେଟ ନେଇଥିଲେ। ଏହା ସହିତ ଦିନିକିଆରେ ମଧ୍ୟ ଇମ୍ରାନଙ୍କ ରେକର୍ଡ ବହୁତ ଭଲ ରହିଛି। ଇମ୍ରାନ ତାଙ୍କ କ୍ୟାରିୟରରେ ୧୭୫ ଟି ଦିନିକିଆ ଖେଳିଛନ୍ତି।  ଏହି ସମୟ ମଧ୍ୟରେ ସେ ୨୬,୯୧୯ ଟି ବଲ ବୋଲିଂ କରିଥିଲେ, ସେଥିମଧ୍ୟରୁ ଗୋଟିଏ ବି ବଲ୍ ନୋ ବଲ୍ ନଥିଲା। ପାକିସ୍ତାନର ଏହି ପୂର୍ବତନ ଅଧିନାୟକ ପାକିସ୍ତାନ କ୍ରିକେଟର ସ୍ଥିତି ବଦଳାଇ ଦେଇଥିଲେ।  ଜଣେ ମହାନ ଅଧିନାୟକ ହେବା ବ୍ୟତୀତ ଇମ୍ରାନ ମଧ୍ୟ ଜଣେ ଦକ୍ଷ ଅଲରାଉଣ୍ଡର ଥିଲେ। କ୍ରିକେଟ୍ ପରେ ଇମ୍ରାନ ମଧ୍ୟ ପାକିସ୍ତାନ ରାଜନୀତିରେ ଅନେକ ନାମ ଅର୍ଜନ କରିଛନ୍ତି।  ବର୍ତ୍ତମାନ ଇମ୍ରାନ ଖାନ ହେଉଛନ୍ତି ପାକିସ୍ତାନର ୱାଜିର-ଏ-ଆଜମ।

୫) ଲାନ୍ସ ଗିବ୍ସ : 

ୱେଷ୍ଟଇଣ୍ଡିଜ୍ କ୍ରିକେଟ ଦଳ ୮୦ ଦଶକରୁ ୯୦ ଦଶକ ମଧ୍ୟରେ ଅନ୍ତର୍ଜାତୀୟ କ୍ରିକେଟରେ ରାଜ କରିଥିଲା। ଏହା ସହିତ ସେମାନଙ୍କର ଦ୍ରୁତ ବୋଲିଂ ଆକ୍ରମଣ ପାଇଁ ସେମାନେ ବହୁତ ନାଁ କମାଇଥିଲେ। ଅବଶ୍ୟ, ସ୍ପିନର ଲାନ୍ସ ଗିବ୍ସ ୱେଷ୍ଟଇଣ୍ଡିଜ୍ ଟେଷ୍ଟ କ୍ରିକେଟର ଅନ୍ୟତମ ସଫଳ ବୋଲର ହୋଇଥିଲେ। ସେ ଅନ୍ତର୍ଜାତୀୟ କ୍ୟାରିୟରରେ ୭୯ ଟି ଟେଷ୍ଟ ମ୍ୟାଚ୍ ଏବଂ କେବଳ ୩ଟି ଦିନିକିଆ ମ୍ୟାଚ୍ ଖେଳିଥିଲେ। କିନ୍ତୁ ଟେଷ୍ଟରେ ତାଙ୍କର ପ୍ରଦର୍ଶନ ଅତ୍ୟନ୍ତ ଭଲ ଥିଲା। ସେ ୭୯ ଟି ଟେଷ୍ଟ ମ୍ୟାଚରେ ୩୦୯ ଟି ୱିକେଟ୍ ନେଇଥିଲେ।  ସେ ତାଙ୍କ ଆନ୍ତର୍ଜାତୀୟ କ୍ୟାରିୟରରେ ୨୭୨୭୧ ଟି ବଲ ବୋଲିଂ କରିଥିଲେ ଯେଉଁଥିରେ ଗୋଟିଏ ବି ନୋ-ବଲ ନଥିଲା।