ଚାମ୍ପିୟାନ୍ସ ଟ୍ରଫି ୨୦୨୫ ଖେଳିବେନି ଏହି ୨ ଘାତକ ଖେଳାଳି, BCCI କରିଦେଲା ବାହାର

 

Champions Trophy 2025: ଆସନ୍ତା ଫେବୃଆରୀ ୧୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଆଇସିସି ଚାମ୍ପିୟାନ୍ସ ଟ୍ରଫି ୨୦୨୫।ଚାମ୍ପିୟାନ୍ସ ଟ୍ରଫି ୨୦୨୫ ପାଇଁ ଇଣ୍ଡିଆର ଟିମ୍ ହେଲା ଘୋଷଣା । ମଜବୁତ୍ ରହିଛି ଭାରତୀୟ ଦଳ । 

ଚାମ୍ପିୟନ୍ସ ଟ୍ରଫି ପାଇଁ ଚୟନ ହୋଇଥିବା ଭାରତୀୟ ଦଳ:

ରୋହିତ ଶର୍ମା ( ଅଧିନାୟକ), ଶୁଭମନ ଗିଲ୍ (ଉପ ଅଧିନାୟକ), ବିରାଟ କୋହଲି, ଶ୍ରେୟସ ଆୟର, କେ ଏଲ୍ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ସର ପଟେଲ, କୁଲଦୀପ ଯାଦବ, ଜଶପ୍ରୀତ ବୁମରାହମ, ମହମ୍ମଦ ଶାମି, ଅର୍ଶଦୀପ ସିଂହ, ଯଶସ୍ୱୀ ଜୟସ୍ୱାଲ, ଋଷଭ ପନ୍ଥ, ରବୀନ୍ଦ୍ର ଜାଡ଼େଜା.

ଟିମ୍ ଇଣ୍ଡିଆର ଇଂଲଣ୍ଡ ସିରିଜ ଓ ଚାମ୍ପିୟାନ୍ସ ଟ୍ରଫି ପାଇଁ ଦଳରୁ କିନ୍ତୁ ବାଦ୍ ପଡିଛନ୍ତି ଭାରତୀୟ ଷ୍ଟାର ବୋଲର ମହମ୍ମଦ ସିରାଜ । ତାହାସହ ବିଜୟ ହଜାରେ ଟ୍ରଫି ତଥା ଘରୋଇ କ୍ରିକେଟରେ ଦମଦାର ପ୍ରଦର୍ଶନ କରିଥିଲେ ମଧ୍ୟ କରୁଣ ନାୟରଙ୍କୁ ଦଳରେ ସାମିଲ କରାଯାଇ ନାହିଁ । ବିଜୟ ହଜାରେ ଟ୍ରଫିରେ କରୁଣ ଏପର୍ଯ୍ୟନ୍ତ ମୋଟ ୮ ଟି ମ୍ଯାଚ ଖେଳି ସାରିଛନ୍ତି । ୭ ଟି ପାରିରେ ସେ ବ୍ଯାଟିଂ କରି ମୋଟ ୭୫୨ ରନ କରିଛନ୍ତି । ଯାହାଙ୍କ ବ୍ଯାଟି ଆବରେଜ ରହିଛି ୭୫୨ । ତଥାପି ଦଳ ତାଙ୍କୁ ସୁଯୋଗ ନ ଦେଇ ଅଣଦେଖା କରିଛି ।

ଚାମ୍ପିୟାନ୍ସ ଟ୍ରଫି ୨୦୨୫ ରେ ଅଧିନାୟକ ଭାବରେ ପୁଣି ଦାୟିତ୍ଵ ତୁଲାଇବେ ହିଟ୍ ମ୍ୟାନ ରୋହିତ ଶର୍ମା । ସେହିଭଳି ଭାରତୀୟ ଷ୍ଟାର ବ୍ଯାଟର ଶୁଭମନ ଗିଲଙ୍କୁ ଦଳରେ ମିଳିଛି ବଡ ଦାୟିତ୍ୱ । ଏହି ଆଇସିସି ଇଭେଣ୍ଟ ପାଇଁ ସେ ହୋଇଛନ୍ତି ଉପ ଅଧିନାୟକ । କାରଣ ବିସିସିଆଇ ତାଙ୍କୁ ନେଇ ଭବିଷ୍ୟତ ଯୋଜନା ପ୍ରସ୍ତୁତ କରୁଛି ।

ଆଇସିସି ଚାମ୍ପିୟାନ୍ସ ଟ୍ରଫି ୧୯ ଫେବୃଆରୀରୁ ପାକିସ୍ତାନ ଓ ୟୁଏଇରେ ହାଇବ୍ରିଡ ମଡେଲରେ ଖେଳାଯିବ । ଭାରତ ଶେଷଥର ପାଇଁ ୨୦୧୩ ମସିହାରେ ଚାମ୍ପିୟାନ୍ସ ଟ୍ରଫି  ବିଜୟଲାଭ କରିଥିଲା । ଏଥର ଦଳ ପୁଣିଥରେ ଏ ବିଜୟକୁ ବଜାୟ ରଖିବ ବୋଲି ଆଶା କରାଯାଉଛି ।