ବିରାଟ ଓ ଶୁଭମାନଙ୍କୁ ହଟାଇ ଶୀର୍ଷରେ ଶ୍ରେୟସ୍ ଆୟର୍…..

 
Sreyash

ଚାମ୍ପିଅନ୍ସ ଟ୍ରଫି ୨୦୨୫ ର ସେମିଫାଇନାଲରେ ଟିମ୍ ଇଣ୍ଡିଆ ନିଜର ସ୍ଥାନ ହାସଲ କରିଛି। ନ୍ୟୁଜିଲ୍ୟାଣ୍ଡକୁ ହରାଇ ଭାରତ ଗ୍ରୁପ ପର୍ଯ୍ୟାୟର ଶୀର୍ଷରେ ରହିଛି। କିୱି ଦଳ ବିପକ୍ଷରେ ଟିମ୍ ଇଣ୍ଡିଆ ପାଇଁ ଶ୍ରେୟସ୍ ଆୟର ସର୍ବାଧିକ ଇନିଂସ ଖେଳିଛନ୍ତି। ଯାହାଫଳରେ ବିରାଟ କୋହଲି ଏବଂ ଶୁବମାନ ଗିଲଙ୍କୁ ଅତିକ୍ରମ କରି ସେ ଏକ ରେକର୍ଡ ଦୃଷ୍ଟିରୁ ବହୁ ଆଗକୁ ଚାଲି ଯାଇଛନ୍ତି।

Sreyash

ଟିମ୍ ଇଣ୍ଡିଆ ବର୍ତ୍ତମାନ ଚାମ୍ପିଅନ୍ସ ଟ୍ରଫି ୨୦୨୫ ର ଏକ ଅଂଶ ଅଟେ, ଯେଉଁଠାରେ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ଶେଷ ହେବା ପର୍ଯ୍ୟନ୍ତ ମିଡିଲ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ଶ୍ରେୟସ୍ ଆୟର ଟିମ୍ ଇଣ୍ଡିଆ ପାଇଁ ସର୍ବାଧିକ ରନ୍ ସଂଗ୍ରହ କରିଛନ୍ତି। ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୭୯ ରନ୍‌ର ଇନିଂସ ଖେଳିବା ପରେ ଶ୍ରେୟସ୍ ଏକ ବଡ଼ ରେକର୍ଡ ସୃଷ୍ଟି କରିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷରେ ୮୦ର ଷ୍ଟ୍ରାଇକ୍ ହାରରେ ଶ୍ରେୟାସ ଆୟର ୯୮ ବଲରେ ୭୯ ରନ ଖେଳିଥିଲେ।  ଯେଉଁଥିରେ ସେ ୪ ଚୌକା ଓ ୨ ଛକା ମାରିଥିଲେ। ଏହା ପରେ ସେ ଚାମ୍ପିଅନ୍ସ ଟ୍ରଫିରେ ଭାରତ ପାଇଁ ସର୍ବାଧିକ ରନ୍ ସ୍କୋରର ହୋଇଛନ୍ତି। ଚାମ୍ପିଅନ୍ସ ଟ୍ରଫି ୨୦୨୫ ର ତିନୋଟି ମ୍ୟାଚ୍ ରେ ଶ୍ରେୟସ୍ ମୋଟ ୧୫୦ ରନ୍ ସଂଗ୍ରହ କରିଛନ୍ତି। ଯେଉଁଥିରେ ସେ ବାଂଲାଦେଶ ବିପକ୍ଷରେ ୧୫ ରନ୍ ଏବଂ ପାକିସ୍ତାନ ବିପକ୍ଷରେ ୫୬ ରନ୍ କରିଥିଲେ। 

ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଶ୍ରେୟସ୍ ଆୟରଙ୍କ ଇନିଂସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଥିଲା। ୱିକେଟ୍ ପଡ଼ିବା ମଧ୍ୟରେ ସେ ଏହି ଇନିଂସ ଖେଳିଥିଲେ ଏବଂ କ୍ରମାଗତ ଭାବରେ ଟିମ୍ ଇଣ୍ଡିଆର ସ୍କୋରବୋର୍ଡକୁ ଆଗକୁ ବଢ଼ାଇଥିଲେ। ମ୍ୟାଚର ତୃତୀୟ ଓଭରର ଶେଷ ବଲରେ ଓପନର୍ ଶୁବମାନ ଗିଲ ବ୍ୟକ୍ତିଗତ ୨ ରନ୍ କରି ଆଉଟ୍ ହୋଇଥିଲେ। ତା’ପରେ ଷଷ୍ଠ ଓଭରର ପ୍ରଥମ ବଲରେ ଅଧିନାୟକ ରୋହିତ ଶର୍ମା ୧୫ ରନ୍ ସ୍କୋର କରିବା ପରେ ପାଭିଲିୟନକୁ ଫେରିଥିଲେ। ଗତ ମ୍ୟାଚ୍‌ରେ ଶତକ ହାସଲ କରିଥିବା ବିରାଟ କୋହଲି ସପ୍ତମ ଓଭରରେ ୧୧ ରନ୍‌ର ବ୍ୟକ୍ତିଗତ ସ୍କୋରରେ ଆଉଟ୍ ହୋଇଥିଲେ।

ଏହା ପରେ ଶ୍ରେୟସ୍ ଆୟର ଏବଂ ଆକ୍ସର ପଟେଲ ଇନିଂସକୁ ଆଗକୁ ନେଇଥିଲେ। ଉଭୟଙ୍କ ମଧ୍ୟରେ ୯୮ ରନର ଭାଗିଦାରୀ ହୋଇଥିଲା। ୩୦ ତମ ଓଭରରେ ୪୨ ରନ୍ ସ୍କୋର କରିବା ପରେ ଅକ୍ଷର ରଚିନ୍ ରବିନ୍ଦ୍ରଙ୍କ ବଲର ଶିକାର ହୋଇଥିଲେ। ଶ୍ରେୟସ୍ ଆୟର ୭୯ ରନ୍‌ର ଏକ ଭଲ ଇନିଂସ ଖେଳିଥିଲେ। ଯାହାଫଳରେ ୫୦ ଓଭରରେ ୯ ୱିକେଟ୍ ହରାଇ ଟିମ୍ ଇଣ୍ଡିଆ ୨୪୯ ରନ୍ ସଂଗ୍ରହ କରିଥିଲା।  ଜିତିବା ପାଇଁ କିୱି ଦଳକୁ ୨୫୦ ରନ୍ ଟାର୍ଗେଟ ଦେବାରେ ସଫଳ ହୋଇଥିଲା ଦଳ।

ଶ୍ରେୟସ୍ ଆୟର ମଧ୍ୟ ୨୦୨୩ ଏକଦିବସିୟ ବିଶ୍ୱକପ୍ ରେ ମିଡ଼ିଲ ଅର୍ଡରରେ ବ୍ୟାଟିଂ କରିଥିଲେ। ସେ ଟିମ୍ ଇଣ୍ଡିଆ ପାଇଁ ତୃତୀୟ ସର୍ବାଧିକ ରନ୍ ସ୍କୋରର ଥିଲେ। ବିରାଟ କୋହଲି (୭୬୫ ରନ୍) ନମ୍ବର-୧ରେ ଏବଂ ରୋହିତ ଶର୍ମା (୫୯୭ ରନ୍) ନମ୍ବର ୨ରେ ରନ୍ ସ୍କୋରର ମଧ୍ୟରେ ରହିଥିଲେ। କିନ୍ତୁ ଶ୍ରେୟାସ ୧୧ ଟି ମ୍ୟାଚରେ ୫୩୦ ରନ୍ ସ୍କୋର କରିଥିଲେ। ଯେଉଁଥିରେ ଦୁଇ ଶତକ ଏବଂ ତିନି ଅର୍ଦ୍ଧ ଶତକ ଅନ୍ତର୍ଭୁକ୍ତ ରହିଥିଲା। ସେମିଫାଇନାଲରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଶ୍ରେୟସ୍ ଆୟର ଏକ ଶତକ ହାସଲ କରିଥିଲେ।  ଚାମ୍ପିଅନ୍ସ ଟ୍ରଫିରେ ଜଳଦି ୱିକେଟ୍ ଖସିଯିବା ପରେ ମଧ୍ୟ ରନ୍ ସ୍କୋର କରି ଶ୍ରେୟସ୍ ପୁଣି ଥରେ ପ୍ରମାଣ କରିଛନ୍ତି ଯେ ଟିମ୍ ଇଣ୍ଡିଆ ପାଇଁ ଏକଦିବସିୟ ଫର୍ମାଟରେ ମିଡ଼ିଲ ଅର୍ଡରରେ ସେ ଜଣେ ସ୍ତମ୍ଭ ଅଟନ୍ତି।