ଧର୍ମ ଠାରୁ ଦେଶ ବଡ଼! ଟିମ୍ ଇଣ୍ଡିଆ ପାଇଁ ରୋଜା ଭାଙ୍ଗି ଚର୍ଚ୍ଚାରେ ମହମ୍ମଦ ଶାମି…..

ଦୁବାଇରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାମ୍ପିଅନ୍ସ ଟ୍ରଫି ୨୦୨୫ ର ସେମିଫାଇନାଲ ମ୍ୟାଚ୍ ଖେଳାଯାଉଛି। କଙ୍ଗାରୁ ଅଧିନାୟକ ଷ୍ଟିଭ୍ ସ୍ମିଥ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ, କିନ୍ତୁ ଟିମ୍ ଇଣ୍ଡିଆର ତାରକା ଦ୍ରୁତ ବୋଲର ମହମ୍ମଦ ଶାମି ସେମାନଙ୍କୁ ଏକ ବଡ଼ ଝଟକା ଦେଇଥିଲେ। ନିଜର ପ୍ରଥମ ମ୍ୟାଚ ଖେଳୁଥିବା ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍ କୁପର୍ କନୋଲିଙ୍କୁ ଶାମି ଖାତା ଖୋଲିବା ପୂର୍ବରୁ ଆଉଟ କରି ଦେଇଥିଲେ।
ଏହାରି ମଧ୍ୟରେ ମହମ୍ମଦ ଶାମିଙ୍କ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଫୋଟୋରେ ଭାରତୀୟ ଷ୍ଟାର ବୋଲର ବାଉଣ୍ଡରୀରେ ଫିଲ୍ଡିଂ କରୁଥିବା ସମୟରେ ଏନର୍ଜୀ ଡ୍ରିଂକ୍ସ ପିଉଥିବା ଦେଖିବାକୁ ମିଳିଥିଲା। ବର୍ତ୍ତମାନ ଆପଣ ଭାବୁଥିବେ ଯେ ଖେଳାଳିମାନେ ମ୍ୟାଚ୍ ସମୟରେ ପାଣି କିମ୍ବା ଫଳ ରସ ପିଇବା ସାଧାରଣ କଥା, ତେବେ ଏହାକୁ ନେଇ ବିଶେଷ କ’ଣ ଅସୁବିଧା ହେଲା? ଆସନ୍ତୁ ପୁରା କାହାଣୀ ଜାଣିବା।
ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ମହମ୍ମଦ ଶାମି ଚମତ୍କାର ବୋଲିଂ କରି ୩ ୱିକେଟ୍ ନେଇଥିଲେ। ସେ ତାଙ୍କ ୧୦ ଓଭରରେ ମାତ୍ର ୪୮ ରନ୍ ଦେଇଥିଲେ। ମ୍ୟାଚ୍ ମଝିରେ, ଯେତେବେଳେ ସେ ବାଉଣ୍ଡରୀ ଲାଇନରେ ଫିଲ୍ଡିଂ କରୁଥିଲେ ସେହି ସମୟରେ ସେ ଏନର୍ଜୀ ଡ୍ରିଂକ୍ସ ପିଉଥିଲେ, ଯାହା ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଏହା ପଛର କାରଣ ହେଉଛି ଶାମି ଇସଲାମ ଧର୍ମକୁ ଅନୁସରଣ କରନ୍ତି ଏବଂ ବର୍ତ୍ତମାନ ସମୟରେ ରମଜାନ ଚାଲିଛି।
ଅଷ୍ଟ୍ରେଲିଆର ଦୁବାଇ ଠାରେ ଖେଳାଯାଉଥିବା ସେମିଫାଇନାଲ ମ୍ୟାଚ୍ ବିଷୟରେ କହିବାକୁ ଗଲେ ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ଭାରତ ପାଇଁ ୨୬୫ ରନ୍ ର କଷ୍ଟସାଧ୍ୟ ଲକ୍ଷ୍ୟ ସ୍ଥିର କରିଥିଲା। ଯାହାକୁ ଭାରତ ୪ ୱିକେଟ ବାକି ଥାଇ ହାସଲ କରି ନେଇଥିଲା। ଚେଜ୍ ସମୟରେ ବିରାଟ କୋହଲି ଚମତ୍କାର ଅର୍ଦ୍ଧଶତକ ହାସଲ କରିଥିଲେ।