ବାଂଲାଦେଶ କ୍ରିକେଟର ସୌମ୍ୟ ସରକାର ଙ୍କ ବିବାହ ଉତ୍ସବରେ ଏଭଳି କାମ ପାଇଁ ହୋଇପାରେ ୩ ବର୍ଷ ଜେଲ ଦଣ୍ଡ !!

ବାଂଲାଦେଶ କ୍ରିକେଟ୍ ଦଳର ଖେଳାଳି ସୌମ୍ୟ ସରକାର ଗତ ଫରିବୁଆରି ୨୭ ବୁଧବାର ଦିନ ଦୀର୍ଘ ଦିନର ଗର୍ଲଫ୍ରେଣ୍ଡ ପ୍ରିୟୋତି ଦେବନାଥ ପୂଜାଙ୍କୁ ବିବାହ କରିଥିଲେ । ବାଂଲାଦେଶ କ୍ରିକେଟର ସୌମ୍ୟ ସରକାର ଙ୍କୁ ନେଇ ବିବାଦ ଦେଖାଦେଇଛି। ସୌମ୍ୟଙ୍କ ବିବାହ ସମୟରେ ମୋବାଇଲ ଚୋରି ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରାଯିବା ପରେ ଏହି …
 

ବାଂଲାଦେଶ କ୍ରିକେଟ୍‌ ଦଳର ଖେଳାଳି ସୌମ୍ୟ ସରକାର ଗତ ଫରିବୁଆରି ୨୭ ବୁଧବାର ଦିନ ଦୀର୍ଘ ଦିନର ଗର୍ଲଫ୍ରେଣ୍ଡ ପ୍ରିୟୋତି ଦେବନାଥ ପୂଜାଙ୍କୁ ବିବାହ କରିଥିଲେ । ବାଂଲାଦେଶ କ୍ରିକେଟର ସୌମ୍ୟ ସରକାର ଙ୍କୁ ନେଇ ବିବାଦ ଦେଖାଦେଇଛି। ସୌମ୍ୟଙ୍କ ବିବାହ ସମୟରେ ମୋବାଇଲ ଚୋରି ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରାଯିବା ପରେ ଏହି ଘଟଣା ଏବେ ସାମ୍ନାକୁ ଆସିଛି ।

ବର୍ତ୍ତମାନ ରିପୋର୍ଟରେ ଦର୍ଶାଯାଇଛି ଯେ ଟପ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ହରିଣର ଜବରଦଖଲ କରି ଛାଲକୁ ଆସନ କରି ବିବାହ ଉତ୍ସବରେ ସେ ଏହା ଉପରେ ବସିଥିଲେ । ଯାହା ବର୍ତମାନ ଚର୍ଚ୍ଚା ବିଷୟ ପାଲଟିଛି, ଯଦି ତାଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ ଏବଂ ଯଦି ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ସୌମ୍ୟ ସରକାର ଙ୍କୁ ତିନି ବର୍ଷ ଜେଲ ଦଣ୍ଡ ହୋଇପାରେ ପରେ ବୋଲି ଗଣମାଧ୍ୟମରେ ପ୍ରକାଶ ପାଉଛି ।

କାହିଁକି ନା ଯଦି ଜଣେ ବ୍ୟକ୍ତି ବିନା ଲାଇସେନ୍ସରେ ପଶୁ କିମ୍ବା ବନ୍ୟଜନ୍ତୁ ଛାଲ ବ୍ୟବହାର କରନ୍ତି ବନ୍ୟଜନ୍ତୁ ସୁରକ୍ଷା ଆଇନର ଧାରା ୬ ଅନୁଯାୟୀ,୩ ବର୍ଷ ଜେଲ ଦଣ୍ଡ ମଧ୍ୟ ଭୋଗୀ ପାରନ୍ତି ।