ମ୍ୟାଚ ମଝିରେ ରାଗିଗଲେ ରୋହିତ ଶର୍ମା! ଏପରି ଭାବରେ ବ୍ୟବହାର କରିଲେ ଅପଶବ୍ଦ, ରେକର୍ଡ ହୋଇଗଲା ସବୁ କାଣ୍ଡ….
Feb 10, 2025, 22:17 IST
ଫେବ୍ରୁଆରୀ ୯ ତାରିଖରେ ଇଂଲଣ୍ଡ ବିପକ୍ଷରେ ଏକ ବୃହତ ଶତକ ହାସଲ କରିବା ସହିତ କ୍ୟାପଟେନ୍ ରୋହିତ ଶର୍ମା ଫର୍ମକୁ ଫେରିଛନ୍ତି। ଦୃଢତା ଏବଂ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରି ରୋହିତ ସମସ୍ତ ଫ୍ୟାନ୍ସମାନଙ୍କ ମନକୁ ଖୁସି ଓ ଉଲ୍ଲାସରେ ଭରି ଦେଇଛନ୍ତି। ଚାମ୍ପିୟନ୍ସ ଟ୍ରଫି ପୂର୍ବରୁ ହିଁ ରୋହିତଙ୍କ ଫର୍ମକୁ ଫେରିବା ନିଶ୍ଚିତ ଭାବରେ ଭାରତୀୟ ଦଳ ପାଇଁ ଏକ ଶୁଭ ଖବର ଅଟେ।
ମ୍ୟାଚ ଚାଲୁ ରହିଥିବା ବେଳେ ୭ମ ଓଭର ସମୟରେ ଷ୍ଟାଡିୟମରେ ଥିବା ଏକ ଫ୍ଲଡ଼ଲାଇଟ ଜଳିନଥିଲା। ଯାହାଫଳରେ ପ୍ରାୟ ୩୦ ମିନିଟ ପର୍ଯ୍ୟନ୍ତ ଖେଳ ବନ୍ଦ ରହିଥିଲା। ସମସ୍ତ ଖେଳାଳି ଏଥିରେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ତେବେ ଖେଳ ପୁଣିଥରେ ଆରମ୍ଭ ହେବାପରେ ମଧ୍ୟ ରୋହିତ ଶର୍ମା କିଛି ସମୟ ପାଇଁ ବିରକ୍ତ ହୋଇ ପଡ଼ିଥିଲେ।