ଆହତ ହେଲେ ରୋହିତ ଶର୍ମା! ଏହି ବଡ଼ ସିରିଜରେ ଖେଳିବା ନେଇ ସନ୍ଦେହ….

 

ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଶ୍ରୀଲଙ୍କାରେ ଟିମ୍ ଇଣ୍ଡିଆ ୩ ମ୍ୟାଚ୍ ବିଶିଷ୍ଟ ଏକଦିବସିୟ ସିରିଜ୍ ଖେଳୁଛି। ଏହି ସିରିଜର ଶେଷ ମ୍ୟାଚ୍ ଆଜି ଖେଳାଯାଉଛି। ଏହି ସିରିଜ୍ ପରେ ଭାରତକୁ ବାଂଲାଦେଶ ବିପକ୍ଷରେ ୨ ମ୍ୟାଚ୍ ଟେଷ୍ଟ ସିରିଜ୍ ଖେଳିବାକୁ ପଡିବ।  ଯାହା ସେପ୍ଟେମ୍ବରରେ ଆରମ୍ଭ ହେବ। କିନ୍ତୁ, ଏହାପୂର୍ବରୁ କଲମ୍ବୋରୁ ଏକ ଖରାପ ଖବର ସାମ୍ନାକୁ ଆସୁଛି ଯେ ରୋହିତ ଶର୍ମା ଆହତ ହୋଇ ଯାଇଛନ୍ତି।  ଶ୍ରୀଲଙ୍କା ବିପକ୍ଷରେ ଖେଳାଯିବାକୁ ଥିବା ତୃତୀୟ ଦିନିକିଆ ପୂର୍ବରୁ ରୋହିତ ନେଟ୍ସ ସେସନରେ ଭାଗ ନେଇଥିଲେ।

କିନ୍ତୁ ସେଠାରେ ସେ ଯନ୍ତ୍ରଣା ଅନୁଭବ କରିଥିଲେ। ଯାହା ପରେ ସେ ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜରୁ ବାଦ୍ ପଡ଼ିପାରନ୍ତି ବୋଲି କଳ୍ପନାଜଳ୍ପନା ହେଉଛି। ସିରିଜକୁ ୧-୧ ରେ ବରାବର କରିବା ଉଦ୍ଦେଶ୍ୟରେ ବୁଧବାର ତୃତୀୟ ମ୍ୟାଚ୍‌ରେ ଟିମ୍ ଇଣ୍ଡିଆ ଶ୍ରୀଲଙ୍କା ବିପକ୍ଷରେ ଖେଳୁଛି।  ଅବଶ୍ୟ ରୋହିତ ଏହି ମ୍ୟାଚ ଖେଳୁଛନ୍ତି।

ବାସ୍ତବରେ ରୋହିତ ଅଭ୍ୟାସ କରିବାକୁ ପଡ଼ିଆକୁ ଆସିଥିଲେ।  କିନ୍ତୁ, ଏହି ସମୟରେ ତାଙ୍କ ଡାହାଣ ଜଙ୍ଘରେ ସେ ଯନ୍ତ୍ରଣା ଅନୁଭବ କରିଥିଲେ। ଯେଉଁଥିପାଇଁ ଫିଜିସିୟାନ୍ ମାନଙ୍କୁ ଶୀଘ୍ର ପଡ଼ିଆକୁ ଡାକିବାକୁ ପଡିଥିଲା। ତେବେ, ସମ୍ପତ୍ତି ରୋହିତ ଠିକ୍ ଅଛନ୍ତି ଏବଂ ତୃତୀୟ ଏକଦିବସିୟ ମ୍ୟାଚ ଖେଳୁଛନ୍ତି। ରିପୋର୍ଟ ଅନୁଯାୟୀ, ରୋହିତ ଆହତ ହେବା ପରେ ଅଭ୍ୟାସ ଅଧିବେଶନରେ ଅଂଶଗ୍ରହଣ କରିନଥିଲେ।  

ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧରେ ବିସିସିଆଇ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ। ଭାରତ ଏବଂ ବାଂଲାଦେଶ ମଧ୍ୟରେ ୨ ଟି ଟେଷ୍ଟ ମ୍ୟାଚ୍ ସିରିଜ୍ ଖେଳାଯିବ। ଯାହା ସେପ୍ଟେମ୍ବରରେ ଆରମ୍ଭ ହେବ। ରୋହିତ ଶର୍ମାଙ୍କ ଆଘାତ ସମସ୍ୟା ପରେ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ପ୍ରଶ୍ନ ଉଠିଛି। ରୋହିତ ସମ୍ପୂର୍ଣ୍ଣ ଫିଟ୍ ନହେବା ପର୍ଯ୍ୟନ୍ତ ବାଂଲାଦେଶ ବିପକ୍ଷରେ ବିଶ୍ରାମ ଦିଆଯାଇପାରେ ବୋଲି ବିଶ୍ୱାସ କରାଯାଉଅଛି। କାରଣ, ଫେବୃଆରୀରେ ପାକିସ୍ତାନରେ ଚାମ୍ପିଅନ୍ ଟ୍ରଫି ୨୦୨୪ ଖେଳାଯିବ। ଏପରି ପରିସ୍ଥିତିରେ ଚୟନକର୍ତ୍ତାମାନେ ରୋହିତଙ୍କ ଫିଟନେସ୍ ସହିତ କୌଣସି ରିସ୍କ ନେବାକୁ ଚାହିଁବେନାହିଁ ନିଶ୍ଚିତ।