ଅବସର ନେବା ଖବରକୁ ନେଇ ମୁହଁ ଖୋଲିଲେ ରୋହିତ ଶର୍ମା! କରିଲେ ବଡ଼ ଘୋଷଣା….

 

ଭାରତ ଚାମ୍ପିଅନ୍ସ ଟ୍ରଫି ୨୦୨୫ ଫାଇନାଲରେ ନ୍ୟୁଜିଲ୍ୟାଣ୍ଡକୁ ୪ ୱିକେଟରେ ପରାସ୍ତ କରିବା ପରେ ରୋହିତ ଶର୍ମା ତାଙ୍କ ଭବିଷ୍ୟତ ବିଷୟରେ ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇଛନ୍ତି। ରବିବାର ଦିନ ଚାମ୍ପିଅନ୍ସ ଟ୍ରଫି ୨୦୨୫ ଫାଇନାଲ ମ୍ୟାଚ ରୋହିତ ଶର୍ମାଙ୍କ ଶେଷ ଏକଦିବସିୟ ମ୍ୟାଚ ହେବ ବୋଲି ଗୁଜବ ସୃଷ୍ଟି ହୋଇଥିଲା। ଦୁଇ ମାସ ମଧ୍ୟରେ ରୋହିତ ଶର୍ମାଙ୍କୁ ୩୮ ବର୍ଷ ବୟସ ହେବ ଏବଂ ଭାରତର ପରବର୍ତ୍ତୀ ପ୍ରମୁଖ ଏକଦିବସିୟ ଟୁର୍ନାମେଣ୍ଟ ୨୦୨୭ ODI ବିଶ୍ୱକପ ହୋଇଥିବାରୁ ରୋହିତ ଅବସର ନେଇପାରନ୍ତି ବୋଲି ଗୁଜବ ପ୍ରଚାରିତ ହୋଇଥିଲା। ତେବେ ମ୍ୟାଚ୍ ପରବର୍ତ୍ତୀ ସାମ୍ବାଦିକ ସମ୍ମିଳନୀରେ ରୋହିତ ଶର୍ମା ସ୍ପଷ୍ଟ କରିଛନ୍ତି ଯେ ସେ ତାଙ୍କ ଭବିଷ୍ୟତ ବିଷୟରେ କୌଣସି ନିଷ୍ପତ୍ତି ନେଇ ନାହାଁନ୍ତି। 

“ମୁଁ ଏହି ଫର୍ମାଟରୁ ଅବସର ନେବାକୁ ଯାଉନାହିଁ। ଏପରି କୌଣସି ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ”। ଯାହା ଚାଲିଛି ତାହା ହିଁ ଜାରି ରହିବ ବୋଲି ରୋହିତ ଶର୍ମା କହିଛନ୍ତି। "ଦୀର୍ଘ ଦିନ ଧରି କ୍ରିକେଟ ଖେଳି ସାରିଥିବା ଆମ୍ଭର ଅନେକ ଖେଳାଳିଙ୍କର ଏବେ ମଧ୍ୟ ଖେଳିବାକୁ ଏବଂ ଜିତିବାକୁ ଭୋକ ବାକି ରହିଛି। ଯାହାକି ଯୁବ ଖେଳାଳିଙ୍କ ଉପରେ ସକାରାତ୍ମକ ପ୍ରଭାବ ପକାଉଛି। ଏହି ୫-୬ ଜଣ ଷ୍ଟାର ଖେଳାଳି ଆମ୍ଭ ପାଇଁ କାର୍ଯ୍ୟ ସହଜ କରୁଛନ୍ତି।" ବୋଲି ରୋହିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।