ମହେନ୍ଦ୍ର ସିଂ ଧୋନୀ ଙ୍କୁ ନେଇ ପୂର୍ବତନ ସିଲେକ୍ଟର ଏମଏସକେ ପ୍ରସାଦ ଦେଲେ ଏଭଳି ପ୍ରତିକ୍ରିୟା…

ନିକଟରେ ଏକ ସାକ୍ଷାତକାର ରେ ପୂର୍ବତନ ସିଲେକ୍ଟର ଏମଏସକେ ପ୍ରସାଦଙ୍କ ଧୋନି ଙ୍କୁ ନେଇ ଏକ ବଡ ବୟାନ ସାମ୍ନାକୁ ଆସିଛି, ୨୦୧୫ରୁ ଦଳର ମୁଖ୍ୟ ଚୟନକର୍ତ୍ତା ଭାବେ ଦାୟିତ୍ୱ ତୁଲାଇ ଥିଲେ,କିନ୍ତୁ ବର୍ତମାନ ସୁନୀଲ ଜୋଷୀଙ୍କୁ ଏହି ଦାୟିତ୍ୱ ଦିଆଯାଇଛି । ପୂର୍ବରୁ ମଧ୍ୟ ପୂର୍ବତମ ଅଧିନାୟକ କପିଳ ଦେବ ମଧ୍ୟ ଏହି ବୟାନ …
 

ନିକଟରେ ଏକ ସାକ୍ଷାତକାର ରେ ପୂର୍ବତନ ସିଲେକ୍ଟର ଏମଏସକେ ପ୍ରସାଦଙ୍କ ଧୋନି ଙ୍କୁ ନେଇ ଏକ ବଡ ବୟାନ ସାମ୍ନାକୁ ଆସିଛି, ୨୦୧୫ରୁ ଦଳର ମୁଖ୍ୟ ଚୟନକର୍ତ୍ତା ଭାବେ ଦାୟିତ୍ୱ ତୁଲାଇ ଥିଲେ,କିନ୍ତୁ ବର୍ତମାନ ସୁନୀଲ ଜୋଷୀଙ୍କୁ ଏହି ଦାୟିତ୍ୱ ଦିଆଯାଇଛି । ପୂର୍ବରୁ ମଧ୍ୟ ପୂର୍ବତମ ଅଧିନାୟକ କପିଳ ଦେବ ମଧ୍ୟ ଏହି ବୟାନ ଦେଇଥିଲେ ।

ଏମଏସକେ ପ୍ରସାଦ କହିଛନ୍ତି ଯେ, ଧୋନୀ ଓ ୟୁବରାଜ ସିଂ ଙ୍କ ବିକଳ୍ପ ଖେଳାଳି ଖୋଜିବା କଷ୍ଟକର ଥିଲା । ଏମିତିକି ରବୀନ୍ଦ୍ର ଜାଡେଜା ଓ ଆର ଅଶ୍ୱୀନଙ୍କୁ ଦଳରେ ସାମିଲ କରିବା ମଧ୍ୟ ବହୁ କଷ୍ଟକର ଥିଲା,୫ ବର୍ଷର କାର୍ଯ୍ୟକାଳର ସେ ଅନେକ କଠିନ ନିଷ୍ପତ୍ତି ମଧ୍ୟ ନେଇଛନ୍ତି ।

ଭାରତୀୟ ଦଳ ରେ ମହେନ୍ଦ୍ର ସିଂ ଧୋନୀଙ୍କ ଅଧିନାୟକ ପରେ ବିରାଟ କୋହଲି ଙ୍କ ଦଳ ପାଇଁ ନେତୃତ୍ୱ ନେବା ମଧ୍ୟ ତାଙ୍କ ଉପରେ ପ୍ରଶ୍ନ ଉଠିଥିଲା, ଏବଂ ପରେ ବିରାଟ କୋହଲିଙ୍କ ନେତୃତ୍ୱ ମଧ୍ୟ ଦଳ ସମସ୍ତ ଫର୍ମାଟରେ ନମ୍ବର ୧ ହୋଇଥିଲା । ମହେନ୍ଦ୍ର ସିଂ ଧୋନୀଙ୍କ ବିକଳ୍ପ ଖୋଜିବା ସବୁଠାରୁ କଷ୍ଟକର ଥିଲା ବୋଲି ଏମଏସକେ ପ୍ରସାଦ କହିଛନ୍ତି ।