ଧୋନୀଙ୍କ ଫେସବୁକ୍ ପୋଷ୍ଟ ଦେଖି ଫେନ୍ସ ହେଲେ ଦୁଃଖିତ, କଣ ଧୋନି IPL ନଖେଲି ହୋଇଯିବେ CSK ର ମେଣ୍ଟର?

 
Csk

ଚଳିତ ମାର୍ଚ୍ଚ ମାସ ୨୨ ତାରିଖ ଠାରୁ ଭାରତରେ IPL ୨୦୨୪ ଆରମ୍ଭ ହେବାକୁ ଯାଉଛି। ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଦର୍ଶକ ମାନଙ୍କ ମଧ୍ୟରେ ଯେତିକି ଉତ୍ସାହ ପୁଣିଥରେ ମହେନ୍ଦ୍ର ସିଂ ଧୋନୀଙ୍କୁ ପଡ଼ିଆରେ ଦେଖିବା ପାଇଁ CSK ଦର୍ଶକମାନଙ୍କ ଠାରେ ସେତିକି ଉତ୍କଣ୍ଠା ଦେଖିବାକୁ ମିଳିଛି। ତେବେ, ଚଳିତବର୍ଷ ଧୋନୀଙ୍କୁ IPLରେ ଏକ ନୂଆ ରୂପରେ ଦେଖିବାକୁ ମିଳିପାରେ।

Dhoni

ଏହି କଥା ଆମ୍ଭେ କହୁନାହୁଁ ବରଂ ଖୋଦ୍ ଧୋନୀ ନିଜ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ସୂଚନା ଦେଇଛନ୍ତି। ଯାହାକି ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ତେବେ, ନୂଆ ସିଜନରେ ଧୋନୀ କେଉଁ ପ୍ରକାର ନୂଆ ରୋଲରେ ନଜର ଆସିବେ ସେଥିନେଇ କଳ୍ପନାଜଳ୍ପନା ଜାରି ରହିଛି। ଧୋନୀ ଆଗାମୀ ସିଜନରେ ଅଧିନାୟକ ରହିଥିବା ବେଳେ ତାଙ୍କୁ ଦଳର ମେଣ୍ଟର ଭାବରେ ମଧ୍ୟ ନିଯୁକ୍ତି ମିଳିପାରେ ବୋଲି ଚର୍ଚ୍ଚା ହେଉଛି।

ଅନ୍ୟପକ୍ଷରେ ଚେନ୍ନାଇ ଦଳର ନିୟମିତ ଓପ୍ନିଂ ବ୍ୟାଟର ଡେଭନ୍ କନୱେ ଆଘାତ ଜନିତ ସମସ୍ୟା ପାଇଁ ଚଳିତ ସିଜନରେ ଖେଳିନପାରନ୍ତି। ଏଭଳି ପରିସ୍ଥିତିରେ ଧୋନୀ ଇନିଂସ ଓପନ କରି ପାରନ୍ତି ବୋଲି ଫ୍ୟାନ୍ସ ମାନଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି। ଅନ୍ୟପକ୍ଷରେ ଧୋନୀଙ୍କୁ ଭାରତୀୟ ଟିମ ପାଇଁ କୌଣସି ଏକ ବଡ଼ ଦାୟିତ୍ୱ ମିଳିଥାଇ ପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି।

ଆଗକୁ ଟି-୨୦ ବିଶ୍ୱକପ ଆସୁଥିବା ବେଳେ ଧୋନୀଙ୍କୁ ଦଳର ମେଣ୍ଟର କିମ୍ବା ଅନ୍ୟ କୌଣସି ବଡ଼ ଦାୟିତ୍ୱ ମିଳିପାରେ ବୋଲି ଆଶା କରାଯାଇପାରେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଧୋନୀ ହିଁ ଏକମାତ୍ର ଅଧିନାୟକ ଯାହାଙ୍କ ଅଧିନାୟକତ୍ୱରେ ଭାରତ ଟି-୨୦ ବିଶ୍ୱକପ ଜିତିଥିଲା। ଭାରତ ୨୦୦୭ ମସିହାରେ ଏହି କୀର୍ତ୍ତି ହାସଲ କରିଥିଲା। ତେବେ, ଧୋନୀଙ୍କୁ ଆଗକୁ କେଉଁ ନୂଆ ରୋଲରେ ଦେଖିବାକୁ ମିଳିବ ତାହା ଦେଖିବା ବାକି ରହିଛି।