ଭାରତୀୟ ପେସ୍ ବୋଲିଂର ଆଗାମୀ ସୁପରଷ୍ଟାର ‘ମୟଙ୍କ ଯାଦବ’! ଭାଙ୍ଗୁଛନ୍ତି ଏହି ରେକର୍ଡ….

 

ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୪ ଭାରତୀୟ କ୍ରିକେଟ୍ ଦଳକୁ ଦ୍ରୁତ ବୋଲିଂର ସୁପରଷ୍ଟାର ଦେଇଛି। ଏହି ସୁପରଷ୍ଟାରଙ୍କ ନାମ ହେଉଛି ମୟଙ୍କ ଯାଦବ ଅଟେ। ପଞ୍ଜାବ କିଙ୍ଗ୍ସ ବିପକ୍ଷ ମ୍ୟାଚରେ ବ୍ୟାଟ୍ସମ୍ୟାନ୍ ମାନଙ୍କୁ ଆଉଟ କରି ଲଖ୍ନୌ ଦଳକୁ ବିଜୟ ଦେଇଥିବା ମୟଙ୍କ ଆରସିବି ବିପକ୍ଷରେ ମଧ୍ୟ ସମାନ ପ୍ରଦର୍ଶନ କରିଛନ୍ତି। 

ଏହି ମ୍ୟାଚରେ ମୟଙ୍କ ଯାଦବଙ୍କ ତୁଫାନି ବୋଲିଂର ଯାଦୁ ମଧ୍ୟ ଦେଖିବାକୁ ମିଳିଥିଲା। ଯାହା ସାମ୍ନାରେ ଆରସିବିର ଭେଟେରାନ ବ୍ୟାଟ୍ସମ୍ୟାନ୍ ନତମସ୍ତକ ହୋଇଥିଲେ। ଯେତେବେଳେ ଭାରତୀୟ ଦ୍ରୁତ ବୋଲିଂର ଭବିଷ୍ୟତ ଭାବରେ ଦେଖାଯାଉଥିବା ମୟଙ୍କ ଯାଦବ ଆରସିବି ବିପକ୍ଷରେ ବୋଲିଂ କରିବାକୁ ଆସିଥିଲେ। ସେ ନିଜ ପେସ୍ ଏବଂ ବାଉନ୍ସ ଦ୍ୱାରା ବିପକ୍ଷ ଦଳର ବ୍ୟାଟରଙ୍କ ମନରେ ଭୟ ସୃଷ୍ଟି କରିପାରିଥିଲେ।

ସେ କ୍ରମାଗତ ଭାବରେ ୧୫୦ରୁ ଅଧିକ ଗତିରେ ବୋଲିଂ କରି ବିରୋଧୀ ଦଳର ବ୍ୟାଟିଂ ମେରୁଦଣ୍ଡକୁ ଭାଙ୍ଗି ଦେଇଥିଲେ। ମୟଙ୍କ କ୍ରମାଗତ ଭାବରେ ୧୫୦ରୁ ଅଧିକ ଗତିରେ ବୋଲିଂ କରିଥିଲେ, ଏହି ସମୟ ମଧ୍ୟରେ ସେ ୧୫୬.୭ ବେଗରେ ବଲ୍ ବୋଲିଂ କରିଥିଲେ ଯାହା ସମସ୍ତ ଲଖ୍ନୌ ଖେଳାଳି ଏବଂ ଆରସିବି ବ୍ୟାଟ୍ସମ୍ୟାନ୍ ତଥା ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଥିଲା।

୫୦ ରୁ କମ୍ ବଲ୍ ବୋଲିଂ କରିଥିବା ମୟଙ୍କ ଆଇପିଏଲ୍ ଇତିହାସରେ ସବୁଠାରୁ ଅଧିକ ୧୫୫+ ସ୍ପୀଡ଼ ଥିବା ବଲ୍ ପକାଇଛନ୍ତି। ମୟଙ୍କ ଯାଦବ କ୍ରମାଗତ ଦ୍ୱିତୀୟ ମ୍ୟାଚ୍ ପାଇଁ ଚମତ୍କାର ପ୍ରଦର୍ଶନ କରିଛନ୍ତି। ପଞ୍ଜାବ ବିପକ୍ଷରେ ଲଖ୍ନୌକୁ ବିଜୟ ଦେଇଥିବା ମୟଙ୍କ ପୁଣିଥରେ ଆରସିବି ବିପକ୍ଷରେ ସମାନ ବିପଜ୍ଜନକ ଏବଂ ଉତ୍କୃଷ୍ଟ ବୋଲିଂ ପ୍ରଦର୍ଶନ କରିଥିଲେ।

ପେସ୍ ବୋଲିଂ ବିପକ୍ଷରେ ଭଲ ପ୍ରଦର୍ଶନ କରି ଆସୁଥିବା ଅଷ୍ଟ୍ରେଲିୟ ଖେଳାଳିଙ୍କ ବିପକ୍ଷରେ ମୟଙ୍କ ଚମତ୍କାର ପ୍ରଦର୍ଶନ କରିଥିଲେ। ସେ ପ୍ରଥମେ ଗ୍ଲେନ ମ୍ୟାକ୍ସୱେଲ୍ ଏବଂ ପରେ କ୍ରିସ୍ ଗ୍ରୀନଙ୍କୁ ନିଜର ଶିକାର କରିଥିଲେ। ସେ ଏହି ମ୍ୟାଚରେ ୪ ଓଭରରେ ୧୪ ରନ୍ ଦେଇ ୩ ୱିକେଟ୍ ହାସଲ କରି ନେଇଥିଲେ।

୨୧ବର୍ଷୀୟ ମୟଙ୍କ ଯାଦବ ଆଇପିଏଲ ୨୦୨୪ ରେ ପଞ୍ଜାବ କିଙ୍ଗସ ବିପକ୍ଷରେ ନିଜର ଆଇପିଏଲ କ୍ୟାରିୟର ଆରମ୍ଭ କରିଥିଲେ ଏବଂ ପ୍ରାୟ ହାରିଯାଇଥିବା ମ୍ୟାଚରେ ନିଜ ଦଳକୁ ବିଜୟୀ କରାଇଥିଲେ। ସେହି ମ୍ୟାଚରେ ସେ ୪ ଓଭରରେ ୨୭ ରନ୍ ଦେଇ ୩ ୱିକେଟ୍ ନେଇଥିଲେ। ୪ ଓଭରର ସ୍ପେଲରେ ସେ ୧୪୦ ରୁ କମ୍ କୌଣସି ବଲ୍ ବୋଲିଂ କରିନଥିଲେ ଏବଂ ୧୫୦ ରୁ ଅଧିକ ୮ ଟି ବଲ୍ ବୋଲିଂ କରିଥିଲେ। ତାଙ୍କର ପ୍ରଦର୍ଶନ ପାଇଁ ତାଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ଭାବରେ ସମ୍ମାନିତ କରାଯାଇଥିଲା।