ଏହି ଦୁଇ ଦଳକୁ ବିଶ୍ୱକପ ଜିତିବାର ଦାବିଦର ବୋଲି କହିଲେ ହେଡେନ୍! ପାକିସ୍ତାନକୁ ଦେଲେନାହିଁ ମଉକା….

 
Hayden

ଆସନ୍ତା ଜୁନ ୧ ତାରିଖରୁ ଆମେରିକା ଏବଂ ୱେଷ୍ଟଇଣ୍ଡିଜ୍ ଠାରେ ଟି-୨୦ ବିଶ୍ୱକପ ୨୦୨୪ ଆରମ୍ଭ ହେବାକୁ ଯାଉଛି। ଏହି ମେଗା ଟୁର୍ଣ୍ଣାମେଣ୍ଟ ପାଇଁ ଭାଗ ନେଉଥିବା ସମସ୍ତ ଦେଶ ନିଜର ସର୍ବଶ୍ରେଷ୍ଠ ଦଳର ଚୟନ କରିଛନ୍ତି। ଏହାରି ମଧ୍ୟରେ ଅନେକ ପୂର୍ବତନ କ୍ରିକେଟର ନିଜ ନିଜର ସର୍ବଶ୍ରେଷ୍ଠ ଦଳ ଏବଂ କିଏ ବିଶ୍ୱକପ ଜିତିବ ସେଥିନେଇ ଆକଳନ ଆରମ୍ଭ କରିଛନ୍ତି।

Hayden

ତେବେ ଅଷ୍ଟ୍ରେଲିୟ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ମ୍ୟାଥୟୁ ହେଡେନ୍ ଆଗାମୀ ବିଶ୍ୱକପ ବିଜେତାଙ୍କୁ ନେଇ ବଡ଼ ଆକଳନ କରିଛନ୍ତି। ତାଙ୍କ ଅନୁଯାଇ ବିଶ୍ୱକପ ୨୦୨୪ ଜିତିବା ପାଇଁ ଭାରତ ପ୍ରଥମ ଦାବିଦାର ଅଟେ। ଭାରତ ପାଖରେ ଏକ ଭଲ ଏବଂ ସନ୍ତୁଳିତ ଦଳ ରହିଛି। ଭାରତ ପାଖରେ  ଭଲ ବୋଲିଂ ଏବଂ ବ୍ୟାଟିଂ ଲାଇନଅପ୍ ମଧ୍ୟ ରହିଛି।

ଏହା ବ୍ୟତୀତ ଭାରତ ପାଖରେ ସଞ୍ଜୁ ସାମସନ ଏବଂ ଋଷବ ପନ୍ତଙ୍କ ପରି ଭଲ ୱିକେଟକିପର ବ୍ୟାଟ୍ସମ୍ୟାନ ମଧ୍ୟ ରହିଛନ୍ତି। ହେଡେନଙ୍କ କହିବା ଅନୁଯାଇ ଭାରତ ପାଖରେ ଗିଲଖ୍ରୀଷ୍ଟଙ୍କ ପରି ଏକ ରୁ ଅଧିକ ମ୍ୟାଚ ୱିନର୍ ରହିଛନ୍ତି। ସେମାନେ ଭାରତକୁ ଜିତାଇବାକୁ ନିଶ୍ଚିତ ଭାବରେ ଚେଷ୍ଟା କରିବେ। ଏହା ବ୍ୟତୀତ ବିଶ୍ୱକପ ଜିତିବା ପାଇଁ ଅଷ୍ଟ୍ରେଲିଆ ଦ୍ଵିତୀୟ ଦାବିଦାର ବୋଲି କହିଛନ୍ତି ହେଡେନ। ଅଷ୍ଟ୍ରେଲିଆ ବଡ଼ ମ୍ୟାଚ ଗୁଡିକରେ ଭଲ ପ୍ରଦର୍ଶନ କରିଥାଏ ତେଣୁ ସେମାନେ ଟ୍ରଫି ଜିତିବାକୁ ନିଶ୍ଚିତ ଭାବରେ ସକ୍ଷମ ଅଟନ୍ତି।