ଅବସର ଘୋଷଣା କରିବା ପରେ ଧୋନୀଙ୍କୁ ଏଭଳି ପ୍ରଶ୍ନ କରିଲେ ମନୋଜ! ପଚାରିଲେ ଏଭଳି ପ୍ରଶ୍ନ….

 

ପୂର୍ବତନ ଭାରତୀୟ କ୍ରିକେଟର ତଥା ବେଙ୍ଗଲର ଷ୍ଟାର ବ୍ୟାଟ୍ସମ୍ୟାନ ମନୋଜ ତିୱାରୀ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ତେବେ ଏଥିସହିତ ତାଙ୍କର ଛୋଟ ଅନ୍ତର୍ଜାତୀୟ କ୍ୟାରିଅର ପାଇଁ ମନୋଜ ସେତେବେଳର ଟିମ ମ୍ୟାନେଜମେଣ୍ଟ, ଚୟନକର୍ତା ଏବଂ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ଦାୟୀ କରିଛନ୍ତି।

ମନୋଜ କହିଛନ୍ତି ଯେ ତାଙ୍କର ଶେଷ ଅନ୍ତର୍ଜାତୀୟ ମ୍ୟାଚରେ ସେ ଶତକ ହାସଲ କରିଥିଲେ। କିନ୍ତୁ, ଏହାପରେ ତାଙ୍କୁ ଆଉ ସୁଯୋଗ ମିଳିପାରିନଥିଲା। ଯାହାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି। ହୁଏତ ଅନ୍ୟମାନଙ୍କ ପରି ତାଙ୍କୁ ଆଉ କିଛି ସୁଯୋଗ ମିଳିଥିଲେ ସେ ମଧ୍ୟ ବିରାଟ ଏବଂ ରୋହିତଙ୍କ ପରି ମହାନ ବ୍ୟାଟର ହୋଇ ପରିଥାନ୍ତେ ବୋଲି ମନୋଜ କହିଛନ୍ତି।

ବର୍ତ୍ତମାନ ସେ ଅବସର ନେଇ ସାରିଥିବା ବେଳେ ତାଙ୍କର କୌଣସି ଅସୁବିଧା ହେବନାହିଁ ତେଣୁ ସେ ଖୋଲା ଖୋଲି ଭାବରେ ଏଥିନେଇ ଧୋନୀଙ୍କୁ ପ୍ରଶ୍ନ କରିବାକୁ ଚାହୁଁଥିବା କହିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ମନୋଜ ୨୦୧୧ ମସିହାରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ୧୦୪ରନ୍ ସ୍କୋର କରିଥିଲେ। ଏହା ତାଙ୍କର ଶେଷ ଇନିଂସ ରହିଥିଲା।