ପାକିସ୍ତାନରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ! ପଡ଼ିଆ ଭିତରକୁ ପଶି ଖେଳାଳିଙ୍କ ସାର୍ଟ କଲର୍ ଧରିଲେ ଦର୍ଶକ!

 
Color

ଗତକାଲି ଆଫଗାନିସ୍ତାନ ଏକ କଡା ମୁକାବିଲାରେ ଇଂଲଣ୍ଡକୁ ୮ ରନରେ ହରାଇ ଚାମ୍ପିୟନ୍ସ ଟ୍ରଫି ଇତିହାସରେ ଏକ ଚମତ୍କାର ବିଜୟ ହାସଲ କରିଛି। ବିଜୟ ପରେ ସାରା ଷ୍ଟାଡିୟମରେ ଆଫଗାନିସ୍ତାନ ଦର୍ଶକ ବେସ୍ ହସଖୁସିର ସହିତ ବିଜୟ ମୁହୂର୍ତ୍ତକୁ ପାଳନ କରୁଥିବା ଦେଖିବାକୁ ମିଳିଥିଲା। ଅନ୍ୟପକ୍ଷରେ ଦଳର ଏହି ବିଜୟ ମୁହୂର୍ତ୍ତରେ ଜଣେ ଦର୍ଶକ ସମସ୍ତ ସିକ୍ୟୁରିଟିକୁ ପାର୍ କରି ଖେଳାଳି ମାନଙ୍କ ପାଖକୁ ଚାଲି ଆସିଥିବା ଦେଖିବାକୁ ମିଳିଥିଲା। ଯାହାର ଭିଡିଓ ଲାଇଭ ମଧ୍ୟ ଦେଖିବାକୁ ମିଳିଥିଲା। ତେବେ, ଏହି ଘଟଣା ପରେ ପୁଣିଥରେ ପାକିସ୍ତାନର ସୁରକ୍ଷା ବ୍ୟବସ୍ଥା ଉପରେ ବଡ଼ ପ୍ରଶ୍ନବାଚି ସୃଷ୍ଟି ହୋଇଛି।

Invader

ଏହା ଚଳିତ ଚାମ୍ପିୟନ୍ସ ଟ୍ରଫିରେ ପ୍ରଥମ ଥର ପାଇଁ ହୋଇନାହିଁ ବରଂ ଏହା ଲଗାତାର ଦ୍ଵିତୀୟ ଥର ପାଇଁ ଏପରି ହୋଇଛି। ପ୍ରଥମ ଥର ଏପରି ହିଁ ଜଣେ ଦର୍ଶକ ନ୍ୟୁଜିଲ୍ୟାଣ୍ଡ ଖେଳାଳି ରଚିନ ରବୀନ୍ଦ୍ରଙ୍କ ପାଖକୁ ଦୌଡ଼ି ଆସିଥିଲେ। ଯାହାପରେ ପୋଲିସ ତାଙ୍କୁ ସେଠାରୁ ଗିରଫ କରି ନେଇଥିଲା। ସିକ୍ୟୁରିଟି ଭାଙ୍ଗିଥିବା ଉଭୟ ବ୍ୟକ୍ତିଙ୍କୁ ଷ୍ଟାଡିୟମ ଭିତରକୁ ଯିବାଠାରୁ ବ୍ୟାନ କରାଯାଇଛି। 

ତେବେ, ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ଯୁବକ ଜଣକ ଗୁଲବଦିନ ନାଇବଙ୍କ ସାର୍ଟ କଲର ଧରି ପକାଇଥିବା ଦେଖିବାକୁ ମିଳିଥିଲା। ସୁରକ୍ଷାକର୍ମୀମାନେ ବହୁତ କଷ୍ଟରେ ତାଙ୍କୁ ସେଠାରୁ ଘୋଷାଡି ନେଉଥିବା ଦେଖିବାକୁ ମିଳିଥିଲା। ପୂର୍ବରୁ ମଧ୍ୟ ପାକିସ୍ତାନର ସୁରକ୍ଷା ବ୍ୟବସ୍ଥା ଉପରେ ସମସ୍ତେ ପ୍ରଶ୍ନ ଉଠାଉଥିବା ବେଳେ ଏବେ ଏପରି ଘଟଣା ଆହୁରି ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି।