ଦେଖନ୍ତୁ ଭିଡ଼ିଓ: ପ୍ରଥମ ମ୍ୟାଚରେ ରୋହିତଙ୍କୁ ଅସମ୍ମାନ କରିଲେ ମୁମ୍ବାଇ ଇଣ୍ଡିଆନ୍ସର ଏହି ଖେଳାଳି….

 
Luke wood

ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ଗୁଜୁରାଟ ଟାଇଟାନ୍ସ ବନାମ ମୁମ୍ବାଇ ଇଣ୍ଡିଆନ୍ସ ମ୍ୟାଚରେ ଗୁଜୁରାଟ ଟାଇଟାନ୍ସ ୬ ରନରେ ମୁମ୍ବାଇକୁ ହରାଇବାରେ ସଫଳ ହୋଇଛି। ପ୍ରଥମେ ବ୍ୟାଟିଂ କରି ଗୁଜୁରାଟ ୧୬୮  ରନ୍ ସଂଗ୍ରହ କରିଥିଲା। ମୁମ୍ବାଇ ପକ୍ଷରୁ ରୋହିତ ଶର୍ମା ୪୩ ଏବଂ ଡେୱଲ୍ଡ ବ୍ରେଭିସ୍ ୪୬ ରନ କରିବା ସତ୍ତ୍ୱେ ମୁମ୍ବାଇ ମ୍ୟାଚ ହାରି ଯାଇଥିଲା।

Mi vs gt

ମୁମ୍ବାଇ ଦଳର କ୍ୟାପଟେନ ହାର୍ଦିକ ପାଣ୍ଡ୍ୟା ଦଳ ପାଇଁ ପ୍ରଥମ ଓଭର ବୋଲିଂ କରିଥିଲେ ଯେଉଁଥିରେ ସେ ୧୧ ରନ ଖର୍ଚ୍ଚ କରିଥିଲେ। ଇଂଲଣ୍ଡ ବୋଲର ଲୁକ ଉଡ୍ ଦ୍ଵିତୀୟ ଓଭର ନେଇ ଆସିଥିଲେ। ପ୍ରକୃତରେ ଆହତ ସମସ୍ୟା ହେତୁ ଆଇପିଏଲ ୨୦୨୪ ରୁ ଜେସନ ବେହେରେଣ୍ଡୋରଫ ତାଙ୍କ ନାମ ପ୍ରତ୍ୟାହାର କରି ନେଇଥିଲେ ତାଙ୍କ ସ୍ଥାନରେ ଲୁକ୍ ଉଡ୍ ଦଳରେ ସ୍ଥାନ ପାଇଛନ୍ତି। 

ତେବେ, ସେ ଇନିଂସର ଦ୍ୱିତୀୟ ଓଭର ବୋଲିଂ କରିଥିଲେ, ଯାହାର ଚତୁର୍ଥ ବଲରେ ରୋହିତ ଶର୍ମାଙ୍କ ସହ ଏକ ଘଟଣା ଘଟିଥିଲା ​​ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଲୁକ ଉଡ୍ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଦ୍ୱିତୀୟ ଓଭର ବୋଲିଂ କରୁଥିଲେ।  ପ୍ରାୟ ୧୪୨ ବେଗରେ ଆସିଥିବା ଏହି ବଲକୁ ରିଦ୍ଧିମାନ ସାହା ଡ଼ିଫନ୍ସ କରିଥିଲେ ଏବଂ ବଲ୍ ସିଧା ବୋଲରଙ୍କ ନିକଟକୁ ଯାଇଥିଲା। ଏକ ଭଲ ବଲ୍ ବୋଲିଂ କରିଥିବା ହେତୁ ରୋହିତ ଶର୍ମା ତାଙ୍କ ଆଡକୁ ଦୌଡ଼ି ଆସିଥିଲେ।

<a href=https://youtube.com/embed/7CWlGSLoGAw?autoplay=1&mute=1><img src=https://img.youtube.com/vi/7CWlGSLoGAw/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">

କିନ୍ତୁ, ରୋହିତ ତାଙ୍କୁ ସାବାସୀ ଦେବା ପୂର୍ବରୁ ଲୁକ୍ ମୁହଁ ବୁଲାଇ ଅନ୍ୟ ପାର୍ଶ୍ୱକୁ ଚାଲି ଯାଇଥିଲେ ଏବଂ ପଛକୁ ମଧ୍ୟ ଚାହିଁ ନଥିଲେ। ଲୋକମାନେ ସୋସିଆଲ ମିଡିଆରେ ଏହି ଘଟଣାକୁ ନେଇ ପ୍ରତିକ୍ରିୟା ରଖୁଛନ୍ତି। ଏହାପୂର୍ବରୁ ରୋହିତ ଶର୍ମା ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମଧ୍ୟରେ ମତଭେଦ ଖବର ଚର୍ଚ୍ଚାର ବିଷୟ ପାଲଟିଥିଲା ​​ଏବଂ ବର୍ତ୍ତମାନ ଉଡ୍ ତାଙ୍କୁ ଅଣଦେଖା କରିବା ରୋହିତ ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ପର୍ଯ୍ୟାପ୍ତ ସମ୍ମାନ ପାଉନଥିବା ନେଇ ଇଙ୍ଗିତ କରୁଛି।

ଗୁଜୁରାଟ ଟାଇଟାନ୍ସ ବନାମ ମୁମ୍ବାଇ ଇଣ୍ଡିଆନ୍ସ ମ୍ୟାଚରେ ଜସପ୍ରୀତ ବୁମ୍ରା ଚମତ୍କାର ବୋଲିଂ କରିଥିଲେ। ୪ ଓଭରରେ ସେ ମାତ୍ର ୧୪ ରନ୍ ଦେଇ ୩ଟି ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ନେଇଥିଲେ।  ସେ ପ୍ରଥମେ ରିଦ୍ଧିମାନ ସାହା ଏବଂ ପରେ ଡେଭିଡ ମିଲର ଏବଂ ସାଇ ସୁଦର୍ଶନଙ୍କ ୱିକେଟ୍ ନେଇଥିଲେ। ଅନ୍ୟପକ୍ଷରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ୩ ଓଭରରେ ୩୦ ପଡିଥିଲା। ବ୍ୟାଟିଂ ସମୟରେ ମଧ୍ୟ ପାଣ୍ଡ୍ୟା ଦଳକୁ ଜିତାଇବାରେ ସଫଳ ହୋଇନଥିଲେ। ଅଧିନାୟକ ଭାବରେ ତାଙ୍କର କିଛି ନିଷ୍ପତ୍ତିକୁ ନେଇ ମଧ୍ୟ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।