ରୋହିତଙ୍କ ବିରୋଧରେ ଏପରି କହି ଚର୍ଚ୍ଚାରେ ଶ୍ରୀକାନ୍ତ! କହିଲେ,“ଆଗାମୀ ବିଶ୍ୱକପ ଖେଳିଲେ ସେ ଅଚେତ ହୋଇଯିବ….

 
Rohit

ଟି-୨୦ ବିଶ୍ୱକପ ଜିତିବା ପରେ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କୁ ଦେଶବାଶୀ ପ୍ରଶଂସାରେ ପୋତି ପକାଉଛନ୍ତି। ଏହାରି ମଧ୍ୟରେ ରୋହିତ ଟି-୨୦ ଫର୍ମାଟ୍ ଖେଳିବେନାହିଁ ବୋଲି ସ୍ପଷ୍ଟ କରି ଦେଇଛନ୍ତି। ଆଗକୁ ସେ କେବଳ ଟେଷ୍ଟ ଏବଂ ଏକଦିବସିୟ ହିଁ ଖେଳିବେ ବୋଲି କହିଛନ୍ତି। ଆଗକୁ ଚମ୍ପିୟନ୍ସ ଟ୍ରଫି ଏବଂ ୨୦୨୭ ଦିନିକିଆ ବିଶ୍ୱକପ ଖେଳିବା ପାଇଁ ରୋହିତ ଲକ୍ଷ ରଖିଛନ୍ତି।

Rohit

କିନ୍ତୁ, ଏହାରି ମଧ୍ୟରେ ପୂର୍ବତନ ଭାରତୀୟ ଖେଳାଳି କୃଷ୍ଣମ୍ମାଚାର୍ଯ୍ୟ ଶ୍ରୀକାନ୍ତ ଏକ ବିବାଦୀୟ ବୟାନ ଦେଇଛନ୍ତି। ତାଙ୍କ କହିବା ଅନୁଯାଇ ରୋହିତ ୨୦୨୭ ବିଶ୍ୱକପ ଖେଳିଲେ ସେ ଅଚେତ ହୋଇଯିବେ। ୟୁଟ୍ୟୁବ ମାଧ୍ୟମରେ ହୋଇଥିବା ଏକ ସାକ୍ଷାତକାରରେ ଏଭଳି ମତ ରଖିଛନ୍ତି ଶ୍ରୀକାନ୍ତ।

ଏପରି କଥା ଶୁଣିବା ପରେ ରୋହିତଙ୍କ ଫ୍ୟାନ୍ସ ମାନଙ୍କୁ ଶକ୍ତ ଧକ୍କା ଲାଗିଛି। ସେମାନେ ସୋସିଆଲ ମିଡିଆ ମାଧ୍ୟମରେ ଶ୍ରୀକାନ୍ତଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି। ଅନ୍ୟପକ୍ଷରେ ବିରାଟ କୋହଲି ନିଜର ଫିଟନେସ୍ ବଜାୟ ରଖି ପାରିଲେ ନିଶ୍ଚିତ ଭାବରେ ଆଗାମୀ ଦିନିକିଆ ବିଶ୍ୱକପ ଖେଳିପାରିବେ ବୋଲି କହିଛନ୍ତି ଶ୍ରୀକାନ୍ତ।

ଶ୍ରୀକାନ୍ତ କହିଛନ୍ତି ଯେ ବର୍ତ୍ତମାନ ରୋହିତଙ୍କୁ ୩୭ ବର୍ଷ ଆଗାମୀ ବିଶ୍ୱକପ ବେଳକୁ ତାଙ୍କୁ ୪୦ ବର୍ଷ ବୟସ ହୋଇ ସାରିଥିବ। ବର୍ତ୍ତମାନ ଗୌତମ ଗମ୍ଭୀର ମଧ୍ୟ କୋଚ୍ ଭୂମିକା ଗ୍ରହଣ କରିଛନ୍ତି। ଏଭଳି ପରିସ୍ଥିତିରେ ତାଙ୍କର ଆଗାମୀ ବିଶ୍ୱକପ ଖେଳିବା ଏକପ୍ରକାର ଅସମ୍ଭବ ଅଟେ। ସେ ଦକ୍ଷିଣ ଆଫ୍ରିକାରେ ଅଚେତ ହୋଇଯିବେ।