ଆହତ ସମସ୍ୟାରେ ଭାରତ! ବାଦ୍ ପଡିଲେ ଦୁଇ ଷ୍ଟାର ପ୍ଲେୟାର୍….​​​​​​​

 
Star player

ଇଂଲଣ୍ଡ ଏବଂ ଭାରତ ମଧ୍ୟରେ ଟି-୨୦ ସିରିଜ ବର୍ତ୍ତମାନ ଜାରି ରହିଛି ଭାରତ ଦୁଇଟି ମ୍ୟାଚରେ ଦୁଇଟି ବିଜୟ ସହିତ ସିରିଜରେ ୨-୦ ରେ ଅଗ୍ରଣୀ ହାସଲ କରିଛି। କିନ୍ତୁ, ଆଗାମୀ ମ୍ୟାଚରେ ଭାରତ ପାଇଁ ସମସ୍ୟା ସୃଷ୍ଟି ହୋଇଛି। କାରଣ ଭାରତର ଦୁଇଜଣ ଷ୍ଟାର ପ୍ଲେୟାର୍ ବର୍ତ୍ତମାନ ଆହତ ସମସ୍ୟା ହେତୁ ପୁରା ସିରିଜରୁ ବାଦ୍ ପଡିଛନ୍ତି। ଏଥିରେ ଷ୍ଟାର ବ୍ୟାଟର୍ ରିଙ୍କୁ ସିଂ ଏବଂ ନୀତିଶ ରେଡ୍ଡୀ ସାମିଲ ରହିଛନ୍ତି।

Rinku

ଏହି ଦୁଇଜଣଙ୍କ ସ୍ଥାନରେ ଶିବମ୍ ଦୁବେ ଏବଂ ରମନଦୀପଙ୍କୁ ସାମିଲ କରାଯାଇଛି। ଏହି ଦୁଇ ଖେଳାଳି ମଧ୍ୟ ଭଲ ପ୍ରଦର୍ଶନ କରି ଆସୁଛନ୍ତି। ଦୁବେ ଗତ ଟି-୨୦ ବିଶ୍ୱକପ ଖେଳିଥିବା ବେଳେ ରମନଦୀପ ମଧ୍ୟ ଦକ୍ଷିଣ ଆଫ୍ରିକାରେ ଟି-୨୦ ସିରିଜରେ ଭଲ ପ୍ରଦର୍ଶନ କରିଥିଲେ। ଉଭୟ ଖେଳାଳିଙ୍କୁ ଦ୍ଵିତୀୟ ଟି-୨୦ ମ୍ୟାଚରେ ସ୍ଥାନ ନ ମିଳିଥିଲେ ହେଁ ସେମାନେ ତୃତୀୟ ମ୍ୟାଚରେ ଚୂଡାନ୍ତ ଏକାଦଶରେ ଖେଳିବାର ସୁଯୋଗ ପାଇପାରନ୍ତି।

ଅନ୍ୟପକ୍ଷରେ ଅଭ୍ୟାସ ସମୟରେ ନୀତିଶ କୁମାର ରେଡ୍ଡୀଙ୍କୁ ଆଘାତ ଲାଗିଥିଲା। ଯାହା ଫଳରେ ତାଙ୍କୁ ୪-୫ ସପ୍ତାହ ପର୍ଯ୍ୟନ୍ତ ବିଶ୍ରାମ ମିଳିଛି। ସେ ଏବେ ଏନସିଏ ଯାଇଥିବା ବେଳେ ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି। ସେହିପରି ଭାବରେ ପ୍ରଥମ ଟି-୨୦ ରେ ଫିଲଡିଂ କରୁଥିବା ବେଳେ ରିଙ୍କୁ ସିଂଙ୍କ ପିଠିରେ ଆଘାତ ଲାଗିଥିଲା। ଯାହା ଫଳରେ ତାଙ୍କୁ ମଧ୍ୟ ଇଂଲଣ୍ଡ ସିରିଜରୁ ବାଦ୍ ଦିଆଯାଇଛି। ଭାରତ ପ୍ରଥମ ଏବଂ ଦ୍ଵିତୀୟ ମ୍ୟାଚ ଜିତି ସିରିଜର ଭଲ ଆରମ୍ଭ କରିଛି।