ଭାରତୀୟ କ୍ରିକେଟର ଦଳର ଫିଲ୍ଡିଂ କୋଚ୍ ମଧ୍ୟ PM-CARES fund କୁ ଦାନ କଲେ ଏତେ ଟଙ୍କା, ଏବଂ ଟ୍ୱିଟ କରି କହିଲେ ଏମିତି

କରୋନାଭାଇରସ୍ ବିଶ୍ୱବ୍ୟାପୀ କାୟା ବିସ୍ତାର କରିଛି, ଏହି ଭୟଙ୍କର ନୁଆଁ କରୋନାଭାଇରସ୍ ଯୋଗୁଁ ସାରା ଦେଶରେ ୨୧ ଦିନ ପାଇଁ ଲକଡାଉନ୍ କରିଦିଯାଇଥିଲା । ଏପରି ବିପତ୍ତି ସମୟରେ ସେଲିବ୍ରେଟି ଠୁ ଆରମ୍ଭ କରି ରାଜନେତା ଓ ବିଭିନ୍ନ ବର୍ଗର ଜନପ୍ରତିନିଧି ମାନେ ରିଲିଫ୍ ପାଣ୍ଠି ପ୍ରତି ସେମାନଙ୍କର ଅବଦାନ ବା ଦେଶ ପାଇଁ ଟଙ୍କା …
 

କରୋନାଭାଇରସ୍ ବିଶ୍ୱବ୍ୟାପୀ କାୟା ବିସ୍ତାର କରିଛି, ଏହି ଭୟଙ୍କର ନୁଆଁ କରୋନାଭାଇରସ୍ ଯୋଗୁଁ ସାରା ଦେଶରେ ୨୧ ଦିନ ପାଇଁ ଲକଡାଉନ୍ କରିଦିଯାଇଥିଲା । ଏପରି ବିପତ୍ତି ସମୟରେ ସେଲିବ୍ରେଟି ଠୁ ଆରମ୍ଭ କରି ରାଜନେତା ଓ ବିଭିନ୍ନ ବର୍ଗର ଜନପ୍ରତିନିଧି ମାନେ ରିଲିଫ୍ ପାଣ୍ଠି ପ୍ରତି ସେମାନଙ୍କର ଅବଦାନ ବା ଦେଶ ପାଇଁ ଟଙ୍କା ଦାନ କରୁଛନ୍ତି।

ଏମିତିକି ଭାରତୀୟ କ୍ରିକେଟ ଦଳର ଫିଲ୍ଡିଂ କୋଚ୍ ଆର ଶ୍ରୀଧର ଟ୍ୱିଟରରେ ଲେଖିଛନ୍ତି ଯେ ଜଣେ ଗର୍ବିତ ଭାରତୀୟ ନାଗରିକ ଭାବରେ ୪ ଲକ୍ଷ ଟଙ୍କା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠି କୁ ୨ ଲକ୍ଷ ଏବଂ ୧.୫ ଲକ୍ଷ ତେଲେଙ୍ଗାନା ସିଏମ ରିଲିଫ ପାଣ୍ଠି ସହିତ ସେ ସିକନ୍ଦରା କ୍ୟାଣ୍ଟନମେଣ୍ଟ ବୋର୍ଡକୁ ୫୦,୦୦୦ ଟଙ୍କା ଦେବାକୁ ନିଷ୍ପତ୍ତି ନେଇଛନ୍ତି।

ଏମିତିକି ଭାରତୀୟ କ୍ରିକେଟର ରୋହିତ ଶର୍ମା ମଧ୍ୟ ମୋଟ ୮୦ ଲକ୍ଷ ଟଙ୍କା ଦାନ କରିଛନ୍ତି। ଏହାପୂର୍ବରୁ ଭାରତୀୟ କ୍ରିକେଟ୍ ଦଳର ସୌରଭ ଗାଙ୍ଗୁଲି ଓ ସଚିନ୍ ତେନ୍ଦୁଲକର, ସୁରେଶ ରାଇନା ଓ ଗୌତମ ଗମ୍ଭୀର ଏବଂ ଅଜିଙ୍କ୍ୟ ରାହାଣେ ମଧ୍ୟ ସହଯୋଗର ହାତ ବଢାଇଥିଲେ । ବିସିସିଆଇ ୫୧ କୋଟି ଟଙ୍କା ଦାନ କରିଛି।