ଏହି ୩ ଜଣ ପାକିସ୍ତାନ କ୍ରିକେଟରଙ୍କୁ ଯଦି IPL ରେ ସୁଯୋଗ ମିଳେ, ତେବେ ଏକାକୀ ବଦଳାଇ ଦେବେ ମ୍ୟାଚ ର ପରିଣାମ

କ୍ରିକେଟ୍ ଖବର : ଯେତେବେଳେ ୨୦୦୮ ମସିହାରେ ଆଇପିଏଲ୍ ର ପ୍ରଥମ ସିଜନ୍ ଖେଳାଯାଇଥିଲା, ଏହା ଏକମାତ୍ର ସିଜନ ଥିଲା ଯେଉଁଥିରେ ପାକିସ୍ତାନୀ ଖେଳାଳିମାନେ ଅଂଶ ଗ୍ରହଣ କରିଥିଲେ। ତେବେ ପୂର୍ବତନ ସିନିୟର ଅଲରାଉଣ୍ଡର ସହିଦ ଆଫ୍ରିଦି ହେଉ କିମ୍ବା ପୂର୍ବତନ ଫାଷ୍ଟ ବୋଲର ସୋହେଲ ତନଭୀର ହୁଅନ୍ତୁ, ଅନେକ ପାକିସ୍ତାନୀ କିମ୍ବଦନ୍ତୀ ସେମାନଙ୍କର ଖେଳ …
 

କ୍ରିକେଟ୍ ଖବର : ଯେତେବେଳେ ୨୦୦୮ ମସିହାରେ ଆଇପିଏଲ୍ ର ପ୍ରଥମ ସିଜନ୍ ଖେଳାଯାଇଥିଲା, ଏହା ଏକମାତ୍ର ସିଜନ ଥିଲା ଯେଉଁଥିରେ ପାକିସ୍ତାନୀ ଖେଳାଳିମାନେ ଅଂଶ ଗ୍ରହଣ କରିଥିଲେ। ତେବେ ପୂର୍ବତନ ସିନିୟର ଅଲରାଉଣ୍ଡର ସହିଦ ଆଫ୍ରିଦି ହେଉ କିମ୍ବା ପୂର୍ବତନ ଫାଷ୍ଟ ବୋଲର ସୋହେଲ ତନଭୀର ହୁଅନ୍ତୁ, ଅନେକ ପାକିସ୍ତାନୀ କିମ୍ବଦନ୍ତୀ ସେମାନଙ୍କର ଖେଳ ଦ୍ୱାରା ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି।

କିନ୍ତୁ ୨୦୦୮ ମସିହାରେ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ପାକିସ୍ତାନର ଲିଙ୍କ ସାମ୍ନାକୁ ଆସିବା ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଖରାପ ହୋଇଯାଇଥିଲା। ଯାହାର ଫଳାଫଳ ସ୍ୱରୂପ ଆଇପିଏଲ ସହିତ ଭାରତର ମାଟି ମାଡ଼ିବାକୁ ଦିଆଗଲାନି ପାକିସ୍ତାନ ଖେଳାଳିଙ୍କୁ। ତେଣେ ଏହି ଆର୍ଟିକିଲରେ, ଆମେ ବର୍ତ୍ତମାନର କେତେକ ପାକିସ୍ତାନୀ କ୍ରିକେଟରଙ୍କ ବିଷୟରେ ଆଲୋଚନା କରିବୁ, ଯେଉଁମାନେ ଯଦି ବର୍ତ୍ତମାନ ଆଇପିଏଲରେ ସୁଯୋଗ ପାଆନ୍ତି ତେବେ ସେମାନଙ୍କ ଖେଳ ସହିତ ସମସ୍ତଙ୍କୁ ପ୍ରଭାବିତ କରିବେ।

୧) ବାବର ଆଜାମ :

ପଞ୍ଜାବର ଲାହୋରରୁ ଆସିଥିବା ୨୬ ବର୍ଷ ବୟସ୍କ ଯୁବ ବ୍ୟାଟ୍ସମ୍ୟାନ୍ ତଥା ପାକିସ୍ତାନ ଦଳର ଅଧିନାୟକ ବାବର ଆଜାମ ୨୦୧୫ ମସିହାରେ ପାକିସ୍ତାନ ଦଳ କ୍ରିକେଟ୍ ଖେଳି ଆନ୍ତର୍ଜାତୀୟ ସ୍ତରରେ ଡେବ୍ୟୁ କରିଥିଲେ। ଦୀର୍ଘ ୫ ବର୍ଷ ଧରି ଆନ୍ତର୍ଜାତୀୟ ସ୍ତରର ଟି-୨୦ ଫର୍ମାଟରେ ବାବର ୪୭ଟି ମ୍ୟାଚ୍ ଖେଳିସାରିଲେଣି। ଏହି ମ୍ୟାଚଗୁଡିକରେ ସେ ୪୮.୦୫ ହାରରେ ବ୍ୟାଟିଂ କରି ୧୭୩୦ ରନ୍ ସଂଗ୍ରହ କରିଛନ୍ତି। ଏହା ବ୍ୟତୀତ ବାବର ପାକିସ୍ତାନର ଘରୋଇ କ୍ରିକେଟରେ ମଧ୍ୟ ବହୁତ ଭଲ ପ୍ରଦର୍ଶନ କରୁଛି। ଗତ କିଛି ବର୍ଷ ମଧ୍ୟରେ ଏହି ପାକିସ୍ତାନୀ ଅଧିନାୟକ ଯେଉଁ ପ୍ରକାର କ୍ରିକେଟ୍ ଖେଳିଛନ୍ତି ତାହା ଦେଖିଲେ ଭୁଲ୍ ହେବ ନାହିଁ ଯେ ଯଦି ସେ ଏହି ସମୟରେ ଆଇପିଏଲରେ ଭାଗ ନେବେ , ତେବେ ନିଶ୍ଚିତ ଭାବରେ କିଛି ଦଳ ତାଙ୍କୁ ପ୍ରଚୁର ପରିମାଣର ଟଙ୍କା ଦେଇ କିଣିବେ।

୨) ଶାହିନ୍ ଶାହା ଆଫ୍ରିଦି :

୨୦ ବର୍ଷ ବୟସ୍କ ଯୁବ ତଥା ଦକ୍ଷ କ୍ରିକେଟର ଶାହିନ୍ ଶାହା ଆଫ୍ରିଦି ୨୦୧୮ ମସିହାରେ ପାକିସ୍ତାନ ପାଇଁ ଆନ୍ତର୍ଜାତୀୟ କ୍ରିକେଟ୍ ଖେଳିବା ଆରମ୍ଭ କରିଥିଲେ। ପ୍ରାୟ ୩ ବର୍ଷର ଏକ ସ୍ୱଳ୍ପ ଆନ୍ତର୍ଜାତୀୟ କ୍ରିକେଟ୍ କ୍ୟାରିୟରରେ ସେ ୨୧ ଟି ଟି-୨୦ ଆନ୍ତର୍ଜାତୀୟ ମ୍ୟାଚରେ ୨୪ ଟି ୱିକେଟ୍ ନେଇସାରିଲେଣି। ପାକିସ୍ତାନ କ୍ରିକେଟ୍ ବୋର୍ଡ ଦ୍ୱାରା ପରିଚାଳିତ ହେଉଥିବା ପାକିସ୍ତାନ ସୁପର ଲିଗରେ ଚମତ୍କାର ବୋଲିଂ କରି ଶାହିନ୍ ଆଫ୍ରିଦି ଦୁନିଆର ସମସ୍ତ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନଙ୍କୁ ଅସୁବିଧାରେ ପକାଇଛନ୍ତି। କିଛି ଦିନ ପୂର୍ବେ ବାବର ଆଜାମଙ୍କୁ ବୋଲିଂ କରିଥିବା ତାଙ୍କର ୟର୍କର ବଲ ସମସ୍ତ କ୍ରିକେଟ୍ ବିଶେଷଜ୍ଞଙ୍କ ଦ୍ୱାରା ପ୍ରଶଂସା ସାଉଁଟିଥିଲା।

୩) ମହମ୍ମଦ ହାଫିଜ୍ :

୪୦ ବର୍ଷ ବୟସ୍କ ପାକିସ୍ତାନୀ କ୍ରିକେଟର ମହମ୍ମଦ ହାଫିଜ ୨୦୦୩ ମସିହାରେ ପାକିସ୍ତାନ ଦଳ ପାଇଁ ଆନ୍ତର୍ଜାତୀୟ ସ୍ତରରେ କ୍ରିକେଟ୍ ଖେଳିବା ଆରମ୍ଭ କରିଥିଲେ। ତାଙ୍କର ୧୭ ବର୍ଷର ଆନ୍ତର୍ଜାତୀୟ କ୍ରିକେଟ୍ କ୍ୟାରିୟରରେ ସେ ପାକିସ୍ତାନ ପାଇଁ ୯୯ ଟି ଟି -20 ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି। ଏହି ମ୍ୟାଚଗୁଡିକରେ ସେ ବ୍ୟାଟିଂ କରି ୨୩୨୩ ରନ୍ ସଂଗ୍ରହ କରିଛନ୍ତି। ଆଉ ବୋଲିଂ କରି ୫୪ ଟି ୱିକେଟ୍ ନେଇଛନ୍ତି। ପାକିସ୍ତାନୀ କ୍ରିକେଟ ଦଳରେ “ପ୍ରଫେସର” ଭାବରେ ଜଣାଶୁଣା ହାଫିଜ୍ ଅନେକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ରେ ଜଣେ ଭଲ ଅଳରାଉଣ୍ଡର ଭାବରେ କ୍ରିକେଟ୍ ଖେଳି ପାକିସ୍ତାନୀ ଦଳକୁ ବହୁତ ମ୍ୟାଚ ଜିତାଇଛନ୍ତି।