IND vs NZ: ବର୍ଷା ଯୋଗୁଁ ଯଦି ଚମ୍ପିଆନ୍ସ ଟ୍ରଫି ଫାଇନାଲ ମ୍ୟାଚ ବାତିଲ ହୁଏ, ତେବେ କିଏ ଜିତିବ?

 
What happen If the match between India vs New Zealand ends draw?

ଚମ୍ପିଆନ୍ସ ଟ୍ରଫି ଫାଇନାଲ ମ୍ୟାଚ : ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଫାଇନାଲ୍ ମ୍ୟାଚ୍ ୯ ମାର୍ଚ୍ଚରେ ଦୁବାଇ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ। ଭାରତ ଟିମ୍ ଏହି ଟୁର୍ଣ୍ଣାମେଣ୍ଟରେ ଗୋଟିଏ ବି ମ୍ୟାଚ୍ ହାରିନାହିଁ । 

ଏମିତି କି ନ୍ୟୁଜିଲ୍ୟାଣ୍ଡକୁ ମଧ୍ୟ ଟିମ୍ ଇଣ୍ଡିଆ ପରାସ୍ତ କରିଛି । ଏବେ ଦୁଇ ଦଳ ପୁଣି ଦ୍ୱିତୀୟ ଥର ପାଇଁ ପରସ୍ପରର ମୁହାଁମୁହିଁ ହେବାକୁ ଯାଉଛନ୍ତି  । ତେବେ ପ୍ରଶଂସକଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି ଯେ, ଯଦି ଫାଇନାଲ ମ୍ୟାଚ୍ ଟାଇ ହୁଏ, ତେବେ ଫଳାଫଳ କିପରି ଘୋଷଣା କରାଯିବ?

ଭାରତୀୟ ଦଳ ବର୍ତ୍ତମାନ ବହୁତ ଭଲ ଫର୍ମରେ ଅଛି। ଗ୍ରୁପ୍ ପର୍ଯ୍ୟାୟରେ ବାଂଲାଦେଶ, ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି । ଏହା ପରେ, ଅଷ୍ଟ୍ରେଲିଆ ଦଳକୁ ମଧ୍ୟ ସେମିଫାଇନାଲରେ ପରାସ୍ତ ହୋଇଥିଲା  । 

ଫାଇନାଲରେ ଯଦି ମ୍ୟାଚ୍ ଡ୍ରରେ ଶେଷ ହୁଏ ଏବଂ ଟାଇ ହୁଏ, ତେବେ ମ୍ୟାଚ୍‌ର ଫଳାଫଳ ସୁପର ଓଭର ମାଧ୍ୟମରେ ନିର୍ଣ୍ଣୟ କରାଯିବ।

ଅନ୍ୟପକ୍ଷରେ, ଯଦି ବର୍ଷା ଯୋଗୁଁ ଫାଇନାଲ୍ ବାତିଲ ହୁଏ, ତେବେ ମ୍ୟାଚ୍ ପାଇଁ ଏକ ରିଜର୍ଭ ଡେ ରଖାଯାଇଛି। ତଥାପି, ପାଣିପାଗ ବିଭାଗର ୱେବସାଇଟ୍ ଅନୁଯାୟୀ, ପାଗ ଭଲ ରହିବ ବୋଲି ଆଶା କରାଯାଉଛି । ଯାହା ଫଳରେ ଚାମ୍ପିଅନ୍ସ ଟ୍ରଫି ୨୦୨୫ ଫାଇନାଲ୍ ମ୍ୟାଚ୍ରେ କୌଣସି ଅସୁବିଧା ନାହିଁ ।