"ଜିତିବା ଉପରେ ମୋର ଧ୍ୟାନ ନଥିଲା" ଏହିପରି କିଛି IPL ୨୦୨୪ କୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ହାର୍ଦ୍ଦିକ...

 
For me, it was about surviving

ଲଗାତାର ଦୁଇଟି ଆଇସିସି ଟାଇଟଲ ଜିତିବା ପରେ ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ବର୍ତ୍ତମାନ ସମସ୍ତଙ୍କ ପ୍ରଶଂସା ର ପାତ୍ର ହୋଇଛନ୍ତି । ଗତବର୍ଷ ଟି-୨୦ ବିଶ୍ୱକପ୍ ଏବଂ ଏହି ମାସ ଆରମ୍ଭରେ ଚାମ୍ପିଅନ୍ସ ଟ୍ରଫିରେ ଦଳର ଐତିହାସିକ ବିଜୟରେ ହାର୍ଦ୍ଦିକ ପାଣ୍ଡ୍ୟା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। 

ମାତ୍ର ଆଇପିଏଲ ୨୦୨୪ ସମୟରେ ଖରାପ ପ୍ରଦର୍ଶନ କରି ପ୍ରଶଂସକଙ୍କ କ୍ରୋଧର ଶିକାର ହୋଇଥିଲେ ପାଣ୍ଡ୍ୟା। ଗତ ସିଜନ ରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ଭାବରେ ହାର୍ଦ୍ଦିକଙ୍କର ପ୍ରଥମ ସିଜନ୍ ଥିଲା। ଗତ ସିଜିନରେ, ସମସ୍ତଙ୍କ ପ୍ରିୟ ରୋହିତ ଶର୍ମାଙ୍କୁ ଅଧିନାୟକ ପଦରୁ ହଟାଇ ପାଣ୍ଡ୍ୟାଙ୍କୁ ଏହି ଦାୟିତ୍ବ ଦିଆଯାଇଥିଲା। 

ଗତ ସିଜନ ବିଷୟରେ ଜଣାଇ ପାଣ୍ଡ୍ୟା କହିଛନ୍ତି ଯେ, ମୋ ପାଇଁ, ଏହା ସର୍ବଦା ଯୁଦ୍ଧକ୍ଷେତ୍ର ଛାଡି ନ ଯିବା ବିଷୟରେ ରହିଆସିଛି। ମୋ କ୍ୟାରିୟରରେ ଏପରି କିଛି ପର୍ଯ୍ୟାୟ ଆସିଥିଲା ଯେଉଁଠାରେ ମୋର ଧ୍ୟାନ ଜିତିବା ଉପରେ ନୁହେଁ ବରଂ ପଡ଼ିଆରେ ତିଷ୍ଠି ରହିବା ଉପରେ ରହିଥିଲା। 

ମୁଁ ଅନୁଭବ କରିଥିଲି ଯେ, ମୋ ଚାରିପାଖରେ ଯାହା ଘଟୁ ନା କାହିଁକି, କ୍ରିକେଟ୍ ସବୁବେଳେ ମୋର ସବୁଠାରୁ ବଡ଼ ସାଥୀ ହୋଇ ରହିବ। ମୁଁ ଆଗକୁ ବଢ଼ି ଚାଲିଲି ଏବଂ ଶେଷରେ ମୋର ସମସ୍ତ କଠିନ ପରିଶ୍ରମକୁ ଫଳ ମିଳିଲା। 

୬ ମାସ ପରେ ଆମେ ବିଶ୍ୱକପ୍ ଜିତିଲୁ ଏବଂ ଫ୍ୟାନ୍ସ ଙ୍କ ଠାରୁ ମିଳିଥିବା ଭଲପାଇବା ଏବଂ ସମର୍ଥନ ମୋ ପାଇଁ ଏକ ସମ୍ପୂର୍ଣ୍ଣ ୩୬୦-ଡିଗ୍ରୀ ପରିବର୍ତ୍ତନ।