ଅଶ୍ୱିନୀଙ୍କ କାରଣରୁ ଏହି ଷ୍ଟାର ଖେଳାଳିଙ୍କୁ ମିଳିଲାନି ଟିମ୍ ଇଣ୍ଡିଆରେ ସ୍ଥାନ, IPL ବି ହାତରୁ ଗଲା ଏବଂ କ୍ୟାରିୟର ହେଲା ସମାପ୍ତ

କ୍ରିକେଟ୍ ଖବର : ରବିଚନ୍ଦ୍ରନ ଅଶ୍ୱିନ୍ ଭାରତର ଜଣେ ମାରାତ୍ମକ ବୋଲରମାନଙ୍କ ମଧ୍ୟରୁ ଅନ୍ୟତମ। ସେ ବ୍ୟାଟ୍ସମ୍ୟାନଙ୍କୁ ନିଜ ବୋଲିଂ ଦ୍ୱାରା ବାନ୍ଧି ରଖିବାରେ ଧୁରନ୍ଧର। ବିପକ୍ଷ ଦଳର ରନକୁ ଦବାଇବାରେ ଅଭିଜ୍ଞ ହେଉଛନ୍ତି ଅଶ୍ୱିନୀ। ତାଙ୍କ ବୋଲିଂରେ ଯେକୌଣସି ବ୍ୟାଟ୍ସମ୍ୟାନ୍ ଖେଳିବା ପାଇଁ ଟିକେ ଡରନ୍ତି। ନିକଟରେ ଅଶ୍ୱିନ ମଧ୍ୟ ଟି-୨୦ କ୍ରିକେଟରେ ପ୍ରତ୍ୟାବର୍ତ୍ତନ …
 

କ୍ରିକେଟ୍ ଖବର : ରବିଚନ୍ଦ୍ରନ ଅଶ୍ୱିନ୍ ଭାରତର ଜଣେ ମାରାତ୍ମକ ବୋଲରମାନଙ୍କ ମଧ୍ୟରୁ ଅନ୍ୟତମ। ସେ ବ୍ୟାଟ୍ସମ୍ୟାନଙ୍କୁ ନିଜ ବୋଲିଂ ଦ୍ୱାରା ବାନ୍ଧି ରଖିବାରେ ଧୁରନ୍ଧର। ବିପକ୍ଷ ଦଳର ରନକୁ ଦବାଇବାରେ ଅଭିଜ୍ଞ ହେଉଛନ୍ତି ଅଶ୍ୱିନୀ। ତାଙ୍କ ବୋଲିଂରେ ଯେକୌଣସି ବ୍ୟାଟ୍ସମ୍ୟାନ୍ ଖେଳିବା ପାଇଁ ଟିକେ ଡରନ୍ତି। ନିକଟରେ ଅଶ୍ୱିନ ମଧ୍ୟ ଟି-୨୦ କ୍ରିକେଟରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ରବିଚନ୍ଦ୍ରନ ଅଶ୍ୱିନଙ୍କ ବୋଲିଂକୁ ନେଇ ସମସ୍ତେ ପାଗଳ। କାରଣ ସେ ବଲକୁ ବୁଲାଇବାରେ ( ସ୍ପିନ) ବିଶେଷଜ୍ଞ। ଅନ୍ୟପଟେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚରେ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଦଳରେ ସ୍ଥାନ ଦିଆଯାଇଥିଲା। ଯେଉଁଥିରେ ଅଶ୍ୱିନ୍ ବହୁତ ଭଲ ଖେଳିଥିଲେ।

ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟର ଉଭୟ ଇନିଂସରେ ଟିମ୍ ଇଣ୍ଡିଆର କିମ୍ବଦନ୍ତୀ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନ୍ ୪ଟି -୪ଟି ୱିକେଟ୍ ନେଇଥିଲେ। ଘରୋଇ ମାଟିରେ ଟେଷ୍ଟ କ୍ରିକେଟରେ ୩୦୦ ୱିକେଟ୍ ହାସଲ କରିବାର ରେକର୍ଡ ସୃଷ୍ଟି କରିଛନ୍ତି ସେ। ଅଶ୍ୱିନଙ୍କ ଏଭଳି ଚମତ୍କାର ପ୍ରତ୍ୟାବର୍ତ୍ତନ ପରେ ଜଣେ କିମ୍ବଦନ୍ତୀ ଖେଳାଳିଙ୍କ କ୍ୟାରିୟର ବର୍ତ୍ତମାନ ସଙ୍କଟରେ। ଏମିତିକି ଅଶ୍ୱିନୀ ଯେତେବେଳେ ଅନ୍ତର୍ଜାତୀୟ କ୍ରିକେଟ ଖେଳିବା ଆରମ୍ଭ କଲେ ସେତେବେଳରୁ ହିଁ ଏହି ଖେଳାଳିଙ୍କର କ୍ରିକେଟ୍ ଭବିଷ୍ୟତ ସଙ୍କଟରେ ରହିଥିଲା। କାରଣ ଅଶ୍ୱିନୀ ତାଙ୍କ ଠାରୁ ବି ଭଲ ବୋଲିଂ କରୁଥିଲେ। ଆଉ ସେତେବେଳେର ଅଧିନାୟକ ମାହିଙ୍କର ପସନ୍ଦ ଥିଲେ ଅଶ୍ୱିନୀ।

ହଁ ଆମେ କହୁଛୁ ହରଭଜନ ସିଂଙ୍କର କଥା। ଯେବେଠୁ ଅଶ୍ୱିନୀ ଭାରତୀୟ କ୍ରିକେଟ୍ ଦଳରେ ସ୍ଥାନ ପାଇଲେଣି ସେବେଠାରୁ ଭଜି ଭାଇଙ୍କର କ୍ରିକେଟ୍ କ୍ୟାରିୟରରେ ବାଧା ସୃଷ୍ଟି ହୋଇଛି। ପାଖାପାଖି ୫ ବର୍ଷ ହେବ ହରଭଜନ ସିଂ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳି ନାହାନ୍ତି। ହଁ ଗତ ୫ ବର୍ଷ ମଧ୍ୟରେ ସେ ହାତଗଣତି କେତୋଟି ମ୍ୟାଚରେ ସ୍ଥାନ ପାଇଛନ୍ତି। ଅନ୍ୟପଟେ ମହେନ୍ଦ୍ର ସିଂ ଧୋନି ତାଙ୍କ ଅଧିନାୟକତ୍ୱ ସମୟରେ ଅଶ୍ୱିନଙ୍କୁ ଅଧିକ ସୁଯୋଗ ଦେଇଥିଲେ। ହରଭଜନଙ୍କୁ କମ୍ ଖେଳାଉଥିଲେ।

ତେବେ ଶୁଣିବାକୁ ମିଳୁଛି ଯେ, ଭଜିଙ୍କୁ ଟି-୨୦ ଦଳରୁ ବାହାରର ବାଟ ଦେଖାଯାଇଥିଲେ ଧୋନି। ତେବେ ହରଭଜନ ମଧ୍ୟ ୨୦୦୭ ବିଶ୍ୱକପ ବିଜେତା ଦଳର ଏକ ଅଂଶ ଥିଲେ, କିନ୍ତୁ ଏହା ପରେ ଅଶ୍ୱିନ ତାଙ୍କର ଭଲ ପ୍ରଦର୍ଶନ ହେତୁ ଟିମ୍ ଇଣ୍ଡିଆରେ ନିଜର ସ୍ଥାନ ନିଶ୍ଚିତ କରିଥିଲେ। ସେହିପରି ବର୍ତ୍ତମାନର ଅଧିନାୟକ ରୋହିତ ଶର୍ମା ମଧ୍ୟ ଚହଲଙ୍କ ବଦଳରେ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଖେଳାଇବାକୁ ଚାହାଁନ୍ତି। ତେଣୁ ହରଭଜନ ଇଚ୍ଛା କଲେ ବି ଭାରତୀୟ ଦଳରେ ଯୋଗଦେବା ଅସମ୍ଭବ।