ଅଷ୍ଟ୍ରେଲିଆ ପୂର୍ବତନ ଖେଳାଳିଙ୍କ ବଡ଼ ବୟାନ, କହିଲେ ଭାରତର ଏହି ଖେଳାଳି ହଉଚି ସର୍ବଶ୍ରେଷ୍ଠ ଫିଲ୍ଡର, ଟ୍ୱିଟ କରି ଦେଲେ ସୂଚନା…

ସାରା ବିଶ୍ୱ ଏବେ ଲକ୍ଡାଉନ୍ରେ ଥିବା ବେଳେ ସମସ୍ତ ଖେଳାଳି ନିଜ ନିଜ ଘରେ ରହୁଥିବା ବେଳେ ସୋସିଆଲ ମିଡିଆରେ ମଧ୍ୟ ଅଧିକ ସମୟ ବିତାଉଛନ୍ତି । ଏଭଳି ପରିସ୍ଥିତରେ ଅଷ୍ଟ୍ରେଲିଆର ପୂର୍ବତନ ସ୍ପିନର ବ୍ରାଡ ହଗ କ୍ରିକେଟରଙ୍କ ମଧ୍ୟରୁ ଜଣେ ଯିଏକି ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଅତ୍ୟନ୍ତ ସକ୍ରିୟ ରହୁଛନ୍ତି, …
 

ସାରା ବିଶ୍ୱ ଏବେ ଲକ୍‌ଡାଉନ୍‌ରେ ଥିବା ବେଳେ ସମସ୍ତ ଖେଳାଳି ନିଜ ନିଜ ଘରେ ରହୁଥିବା ବେଳେ ସୋସିଆଲ ମିଡିଆରେ ମଧ୍ୟ ଅଧିକ ସମୟ ବିତାଉଛନ୍ତି ।

ଏଭଳି ପରିସ୍ଥିତରେ ଅଷ୍ଟ୍ରେଲିଆର ପୂର୍ବତନ ସ୍ପିନର ବ୍ରାଡ ହଗ କ୍ରିକେଟରଙ୍କ ମଧ୍ୟରୁ ଜଣେ ଯିଏକି ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଅତ୍ୟନ୍ତ ସକ୍ରିୟ ରହୁଛନ୍ତି, ଗତ କିଛି ସପ୍ତାହ ମଧ୍ୟରେ ହଗ୍ ଙ୍କୁ ପ୍ରଶଂସକଙ୍କ ଦ୍ୱାରା ପଚରା ଯାଇଥିବା ଏକ ପ୍ରଶ୍ନର ଉତ୍ତର ଦେଇ ଏଭଳି ଟ୍ୱିଟ କରିଛନ୍ତି, ତେବେ ଆସନ୍ତୁ ଜାଣିବା ସେହି ପ୍ରଶ୍ନ ବିଷୟରେ ।

ଅଷ୍ଟ୍ରେଲିଆର ପୂର୍ବତନ ସ୍ପିନର ବ୍ରାଡ ହଗଙ୍କୁ ଭାରତର ସର୍ବଶ୍ରେଷ୍ଠ ଫିଲ୍ଡର ବାଛିବା ପାଇଁ ଯୁବରାଜ ସିଂ,ରବିନ୍ଦ୍ର ଜାଡେଜା, ଅଧିନାୟକ କୋହଲି, ଭେଟେରାନ ସୁରେଶ ରାଇନା ଏହି ୪ ଜଣ ଭାରତୀୟ ଫିଲଡର ମଧ୍ୟରୁ ସର୍ବଶ୍ରେଷ୍ଠ ଫିଲ୍ଡର ବାଛିବା ପାଇଁ ଏକ ପ୍ରଶଂସକ ପଚାରିଥିଲେ ।

ଏବଂ ଜବାବରେ ଅଷ୍ଟ୍ରେଲିଆର ପୂର୍ବତନ ସ୍ପିନର ବ୍ରାଡ ହଗ କହିଛନ୍ତି ଯେ ସମସ୍ତ ୪ ଜଣ ଭାରତ ର ଶ୍ରେଷ୍ଠ ଫିଲଡର କିନ୍ତୁ ରବୀନ୍ଦ୍ର ଜାଡେଜାଙ୍କୁ ସେ ଭାରତର ଶ୍ରେଷ୍ଠ ସର୍ବଶ୍ରେଷ୍ଠ ଫିଲ୍ଡର ଭାବେ ବିବେଚନା କରିଛନ୍ତି।