ଦେଖନ୍ତୁ ଫଟୋ: ଏହି ୫ ଜଣ ସୁନ୍ଦରୀ ମହିଳା କ୍ରିକେଟରଙ୍କ ଆଗରେ ହାର ମାନିବେ ସବୁ ବଲିଉଡ ଅଭିନେତ୍ରୀ

କ୍ରିକେଟ୍ ଖବର : ନିକଟରେ ଆଇସିସି ମହିଳା କ୍ରିକେଟ୍ ବିଶ୍ୱକପ୍ ଶେଷ ହୋଇଛି। ଏହି ମହିଳା କ୍ରିକେଟ୍ ବିଶ୍ୱକପରେ ମହିଳା କ୍ରିକେଟରମାନେ ନିଜର ଜବରଦସ୍ତ ପ୍ରଦର୍ଶନ କରିଥିଲେ ଏବଂ କ୍ରିକେଟ୍ ଦୁନିଆରେ ସେମାନଙ୍କର ନାମ ପ୍ରତିଷ୍ଠା କରିପାରିଛନ୍ତି। କିନ୍ତୁ ବର୍ତ୍ତମାନ ଏହି ମହିଳା ଖେଳାଳି ମାନଙ୍କ ମଧ୍ୟରୁ କେତେ ଜଣ ଖେଳାଳି ନିଜର ସୌନ୍ଦର୍ଯ୍ୟକୁ ନେଇ …
 

କ୍ରିକେଟ୍ ଖବର : ନିକଟରେ ଆଇସିସି ମହିଳା କ୍ରିକେଟ୍ ବିଶ୍ୱକପ୍ ଶେଷ ହୋଇଛି। ଏହି ମହିଳା କ୍ରିକେଟ୍ ବିଶ୍ୱକପରେ ମହିଳା କ୍ରିକେଟରମାନେ ନିଜର ଜବରଦସ୍ତ ପ୍ରଦର୍ଶନ କରିଥିଲେ ଏବଂ କ୍ରିକେଟ୍ ଦୁନିଆରେ ସେମାନଙ୍କର ନାମ ପ୍ରତିଷ୍ଠା କରିପାରିଛନ୍ତି। କିନ୍ତୁ ବର୍ତ୍ତମାନ ଏହି ମହିଳା ଖେଳାଳି ମାନଙ୍କ ମଧ୍ୟରୁ କେତେ ଜଣ ଖେଳାଳି ନିଜର ସୌନ୍ଦର୍ଯ୍ୟକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ବିଶ୍ୱକପ ସମୟରେ ନିଜର ସୌନ୍ଦର୍ଯ୍ୟରେ କ୍ରିକେଟପ୍ରେମୀମାନଙ୍କୁ ମତୁଆଲା କରିଛନ୍ତି ଏହି ୫ ଜଣ ମହିଳା କ୍ରିକେଟ୍ ଖେଳାଳି। ତେବେ ଆଜି ଆମେ ଆପଣଙ୍କୁ ଏହି ୫ଜଣ ସୁନ୍ଦରୀ ମହିଳା କ୍ରିକେଟରଙ୍କ ବିଷୟରେ କହିବାକୁ ଯାଉଛୁ।

୧) ଏଲିସା ପ୍ୟାରୀ :

ଅଷ୍ଟ୍ରେଲୀୟ ମହିଳା କ୍ରିକେଟ୍ ଦଳର ଅଲରାଉଣ୍ଡର ଏଲିସା ପ୍ୟାରୀ ଏହି ବିଶ୍ୱକପ୍‌ରେ ନିଜର ଉତ୍ତମ ଖେଳ ପ୍ରଦର୍ଶନ ସହ ଅନେକଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। ତେବେ ଆଜିକାଲି ଏଲିସା ପ୍ୟାରୀ ନିଜର ସୌନ୍ଦର୍ଯ୍ୟ ପାଇଁ ମଧ୍ୟ ବେଶ୍ ଚର୍ଚ୍ଚାରେ ରହୁଛନ୍ତି। ଏହି ବିଶ୍ୱକପ ସମୟରେ ସେ ଯେତେବେଳେ ପଡ଼ିଆରେ ରହିଥିଲେ ସେହି ସମୟରେ ସମସ୍ତେ ତାଙ୍କୁ ହିଁ ଦେଖୁଥିଲେ। ଏଲିସାଙ୍କର ସୌନ୍ଦର୍ଯ୍ୟର କୌଣସି ତୁଳନା ନାହିଁ। ମହିଳା କ୍ରିକେଟରେ ଏଲିସା ପ୍ୟାରୀଙ୍କୁ ସବୁଠାରୁ ସୁନ୍ଦର ମହିଳା କ୍ରିକେଟର ଭାବରେ ବିବେଚନା କରାଯାଏ।

୨) ସରାହ ଟେଲର :

ଇଂଲଣ୍ଡ ମହିଳା କ୍ରିକେଟ୍ ଦଳର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ସରାହ ଟେଲର ବର୍ତ୍ତମାନ ମହିଳା କ୍ରିକେଟରେ ସବୁଠାରୁ ଭଲ ଉଇକେଟକିପର ଭାବରେ ପରିଗଣିତ ହୋଇଛନ୍ତି। ଏଥିସହିତ ସାରା ଟେଲରଙ୍କ ବ୍ୟାଟିଂ ମଧ୍ୟ ବହୁତ ଆଶ୍ଚର୍ଯ୍ୟ ଚକିତ ପରି , କିନ୍ତୁ ସରାହ ଟେଲର ତାଙ୍କର ସୁନ୍ଦରତା କାରଣରୁ ପଡ଼ିଆରେ ଅଧିକ ଚର୍ଚ୍ଚିତ ହୋଇ ରହିଛନ୍ତି। ସୌନ୍ଦର୍ଯ୍ୟରେ ଟେଲର ରାଣୀ କୌଣସି ଅଭିନେତ୍ରୀଙ୍କଠାରୁ କମ୍ ନୁହଁନ୍ତି।

୩) ଡାନ୍ ୱାନ୍ ନିଏର୍କ :

ଦକ୍ଷିଣ ଆଫ୍ରିକା ମହିଳା କ୍ରିକେଟ୍ ଦଳର ଅଧିନାୟକ ଡେନ୍ ୱାନ୍ ନିଏର୍କ ଜଣେ ଜବରଦସ୍ତ କ୍ରିକେଟର ଅଟନ୍ତି। ମହିଳା କ୍ରିକେଟ୍ ରେ ଡାନ୍ ୱାନ୍ ନିଜର ସାହସିକତା ପାଇଁ ଏକ ଅଭିନ୍ନ ନାମ ସୃଷ୍ଟି କରିଛନ୍ତି। କିନ୍ତୁ ଡାନ୍ ମଧ୍ୟ ନିଜର ସୁନ୍ଦରତା ପାଇଁ ଚର୍ଚ୍ଚାରେ ରହିଛନ୍ତି। ତାଙ୍କର ସୁନ୍ଦରତାର କୌଣସି ଆକଳନ କରିବା ଆମର ଏକ ଭୁଲ୍। କାରଣ ସେ ନିଜର ସୁନ୍ଦରତାରେ କୌଣସି ବି ବଲିଉଡ ସୁନ୍ଦରୀ ଅଭିନେତ୍ରୀଙ୍କୁ ପଛରେ ପକାଇଦେବେ।

୪) ସ୍ମୃତି ମନ୍ଦନା :

ଭାରତୀୟ ମହିଳା କ୍ରିକେଟ୍ ଦଳର ଯୁବ ଓପନର୍ ସ୍ମୃତି ମନ୍ଦନା ତାଙ୍କ ବ୍ୟାଟିଂ ଓ ସୁନ୍ଦରତାରେ ବହୁତ କ୍ରିକେଟପ୍ରେମୀଙ୍କୁ ପ୍ରଭାବିତ କରିଛନ୍ତି। ପ୍ରଥମ ଦୁଇଟି ମ୍ୟାଚ୍‌ରେ ଚମତ୍କାର ବ୍ୟାଟିଂ କରି ସ୍ମୃତି ମନ୍ଦନା ଏହି ବିଶ୍ୱକପ୍‌ରେ ନିଜ ପାଇଁ ଏକ ଭିନ୍ନଧରଣର ସୁନାମ ଅର୍ଜନ କରିଥିଲେ। ଭାରତୀୟ ମହିଳା କ୍ରିକେଟରଙ୍କ ମଧ୍ୟରେ ସ୍ମୃତିଙ୍କୁ ସବୁଠାରୁ ସୁନ୍ଦରୀ କ୍ରିକେଟର କୁହାଯାଇଛି। ସ୍ମୃତି ମନ୍ଦନାଙ୍କର ସୁନ୍ଦରତାର କୌଣସି ତୁଳନା ନାହିଁ।

୫) ହେଥର ନାଇଟ୍ :

ଇଂଲଣ୍ଡ କ୍ରିକେଟ୍ ଦଳର ଅଧିନାୟକ ହେଥର ନାଇଟ୍ ଏହି ମହିଳା କ୍ରିକେଟ୍ ବିଶ୍ୱକପରେ ପ୍ରଥମ ଥର ପାଇଁ ଅଧିନାୟକ ଭାବରେ ପ୍ରଥମ ମହିଳା ବିଶ୍ୱକପ୍‌ ଇଂଲଣ୍ଡକୁ ଜିତାଇଥିଲେ। ହେଥର ନାଇଟ୍ ତାଙ୍କ ବ୍ୟାଟିଂରେ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହା ବ୍ୟତୀତ, ହେଥର ନାଇଟଙ୍କର ସୌନ୍ଦର୍ଯ୍ୟ ମଧ୍ୟ କାହାଠାରୁ କମ୍ ନୁହେଁ। ହେଥର ନାଇଟ୍ ଙ୍କ ସୌନ୍ଦର୍ଯ୍ୟ ତାଙ୍କୁ ସବୁଠୁ ସୁନ୍ଦର ମହିଳା କ୍ରିକେଟରଙ୍କ ଭାବରେ ଏକ ଭିନ୍ନ ନାଁ ଦେଇଛି।