ବିରାଟ କିମ୍ବା ତେନ୍ଦୁଲକର ନୁହେଁ ବରଂ ଏହି କ୍ରିକେଟରଙ୍କ ରେକର୍ଡ ଭାଙ୍ଗିବାକୁ ଲକ୍ଷ୍ୟ ରଖିଛନ୍ତି ବାବର….

 
Cricket babar

ଆଧୁନିକ କ୍ରିକେଟ ଜଗତରେ ବିରାଟ କୋହଲି ଏବଂ ବାବର ଆଜମଙ୍କୁ ସବୁଠାରୁ ବଡ଼ ଏବଂ ସଫଳ ବ୍ୟାଟର ଭାବରେ ପରିଗଣିତ କରାଯାଇଥାଏ। ଭାରତର ପ୍ରଶଂସକମାନେ ବିରାଟଙ୍କୁ ସର୍ବଶ୍ରେଷ୍ଠ ମଣୁଥିବା ବେଳେ ପାକିସ୍ତାନରେ ବାବରଙ୍କୁ ସବୁଠାରୁ ବଡ଼ ବ୍ୟାଟର ଭାବରେ ପରିଗଣିତ କରାଯାଇଥାଏ। 

Babar

କେବଳ ସେତିକି ନୁହେଁ ଏହି ଦୁଇ ବ୍ୟାଟରଙ୍କୁ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କ ସହିତ ମଧ୍ୟ ତୁଳନା କରାଯାଇଥାଏ। ତେବେ, ଉଭୟ ସଚିନ ଏବଂ କୋହଲି ରେକର୍ଡ ତୁଳନାରେ ବାବରଙ୍କ ଠାରୁ ଯଥେଷ୍ଟ ଆଗରେ ରହିଛନ୍ତି। ଏପରି ପରିସ୍ଥିତିରେ ବାବର କାହାର ରେକର୍ଡ ଭାଙ୍ଗିବାକୁ ଚାହାଁନ୍ତି? 

ଏଥିନେଇ ତାଙ୍କୁ ଏକ ପ୍ରଶ୍ନ କରାଯାଇଥିବା ବେଳେ ସେ ଏହାର ଏକ ଭିନ୍ନ ଉତ୍ତର ଦେଇଛନ୍ତି। ସେ କହିଛନ୍ତି ଯେ ସେ ନିଜକୁ ସଚିନ କିମ୍ବା ବିରାଟଙ୍କ ସହିତ ତୁଳନା କରିବାକୁ ଚାହାଁନ୍ତିନାହିଁ କିମ୍ବା ସେମାନଙ୍କ ରେକର୍ଡ ଭାଙ୍ଗିବାକୁ ଚାହାଁନ୍ତିନାହିଁ। ବରଂ ବାବର ପାକିସ୍ତାନର ସବୁଠାରୁ ସଫଳତମ ବ୍ୟାଟର ହେବାକୁ ଚାହାଁନ୍ତି।

ବର୍ତ୍ତମାନ ସମୟରେ ଇଞ୍ଜମାମ-ଉଲ-ହକ ପାକିସ୍ତାନର ସବୁଠାରୁ ସଫଳତମ ବ୍ୟାଟର ଅଟନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟରେ ୨୦,୫୪୧ ରନ ସଂଗ୍ରହ କରିଛନ୍ତି। ତେଣୁ, ବାବର ତାଙ୍କ ଠାରୁ ଅଧିକ ରନ ହାସଲ କରିବା ନେଇ ଲକ୍ଷ ରଖିଛନ୍ତି। ବର୍ତ୍ତମାନ ସମୟରେ ବାବର ଅନ୍ତର୍ଜାତୀୟ କ୍ରିକେଟରେ ୧୩୩୨୫ ରନ ସଂଗ୍ରହ କରି ସାରିଲେଣି।