ଆଇସିସି ର଼୍ୟାଙ୍କିଙ୍ଗ୍‌ ତାଲିକାରେ ସମସ୍ତ ତିନୋଟି ଫର୍ମାଟ ରେ ଟପ ୫ ରେ ଏହି ଏକମାତ୍ର ଖେଳାଳି…

ପ୍ରଥମ ରାୱଲପିଣ୍ଡି ଟେଷ୍ଟରେ ବାଂଲାଦେଶ ବିପକ୍ଷରେ ୧୪୩ ରନ୍ କରିବା ପରେ ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗରେ ପାକିସ୍ତାନର ବାବର ଆଜାମ ଦୁନିଆର ଏକ ମାତ୍ର ଖେଳାଳି ଯିଏକି ସମସ୍ତ ଫର୍ମାଟ ରେ ( ଟି୨୦ , ଏକଦିବସୀୟ ,ଓ ଟେଷ୍ଟ ) ଟପ ୫ ଖେଳାଳି ତାଲିକାରେ ସ୍ଥାନ ପାଇଛନ୍ତି, ସେ ଟି୨୦ ଫର୍ମାଟ ରେ …
 

ପ୍ରଥମ ରାୱଲପିଣ୍ଡି ଟେଷ୍ଟରେ ବାଂଲାଦେଶ ବିପକ୍ଷରେ ୧୪୩ ରନ୍ କରିବା ପରେ ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗରେ ପାକିସ୍ତାନର ବାବର ଆଜାମ ଦୁନିଆର ଏକ ମାତ୍ର ଖେଳାଳି ଯିଏକି ସମସ୍ତ ଫର୍ମାଟ ରେ ( ଟି୨୦ , ଏକଦିବସୀୟ ,ଓ ଟେଷ୍ଟ ) ଟପ ୫ ଖେଳାଳି ତାଲିକାରେ ସ୍ଥାନ ପାଇଛନ୍ତି, ସେ ଟି୨୦ ଫର୍ମାଟ ରେ ଶୀର୍ଷରେ ଥିବା ବେଳେ ଏକଦିବସୀୟ ରେ ୩ ନମ୍ବର ଓ ଟେଷ୍ଟ କ୍ରିକେଟ ରେ ୮୦୦ ରେଟିଂ ପଏଣ୍ଟ ସହ ୫ ନମ୍ବର ସ୍ଥାନରେ ରହିଛନ୍ତି ।

ର଼୍ୟାଙ୍କିଙ୍ଗରେ ବାବର ଆଜମଙ୍କଠାରୁ ବିରାଟ କୋହଲି (୯୨୮), ଷ୍ଟିଭ ସ୍ମିଥ (୯୧୧), ମାର୍ନୁସ ଲାବୁସାଗ୍ନେ (୮୨୭) ଏବଂ କେନ ୱିଲିୟମସନ (୮୨୪) ଆଗରେ ଅଛନ୍ତି। ଖେଳର ତିନୋଟି ଫର୍ମାଟରେ ଶ୍ରେଷ୍ଠ ପାଞ୍ଚଜଣଙ୍କ ମଧ୍ୟରେ ବାବର ଆଜାମ ଏକମାତ୍ର ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି।

୨୫ ବର୍ଷୀୟ ପାକିସ୍ତାନର ବାବର ଆଜମ ଟି୨୦ ତାଲିକାରେ ଶୀର୍ଷରେ ରହିଥିବା ବେଳେ ରାହୁଲ ଦ୍ୱିତୀୟ ଅଧିନାୟକ ବିରାଟ କୋହଲି ନବମ ଓ ରୋହିତ ଶର୍ମା ଦଶମ ସ୍ଥାନରେ ରହିଛନ୍ତି । ଅନ୍ୟ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଶ୍ରେୟାସ ଆୟାର (୫୫ତମ ର଼୍ୟାଙ୍କ) ଓ ମନୀଷ ପାଣ୍ଡେ (୫୮ତମ) ସ୍ଥାନରେ ଅଛନ୍ତି ।