ୱାନଖେଡେ ଟେଷ୍ଟ ମ୍ୟାଚ ପରେ ଅବସର ନେବେ ଏହି ଷ୍ଟାର ଖେଳାଳି!

 

ଟିମ୍ ଇଣ୍ଡିଆ ବର୍ତ୍ତମାନ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳୁଛି। ଖେଳାଯାଇଥିବା ପ୍ରଥମ ଦୁଇଟି ମ୍ୟାଚରେ ଟିମ୍ ଇଣ୍ଡିଆ ପରାଜୟର ସମ୍ମୁଖୀନ ହୋଇଛି, ଯେଉଁଥିପାଇଁ ଟିମ୍ ଇଣ୍ଡିଆ ସିରିଜ୍ ମଧ୍ୟ ହାରିଯାଇଛି। ଏହି ସିରିଜର ଶେଷ ମ୍ୟାଚ୍ ୱାନଖେଡେ ଷ୍ଟାଡିୟମରେ ଖେଳାଯିବ, ଯେଉଁଠାରେ ଟିମ୍ ଇଣ୍ଡିଆ ଏହାର ସମ୍ମାନ ବଞ୍ଚାଇବାକୁ ଚେଷ୍ଟା କରିବ ନିଶ୍ଚିତ। କିନ୍ତୁ ଏହାରି ମଧ୍ୟରେ ଜଣେ ଖେଳାଳି ଟିମ୍ ଇଣ୍ଡିଆ ସହିତ ତାଙ୍କର ଶେଷ ମ୍ୟାଚ୍ ଖେଳୁଥିବା ଦେଖିବାକୁ ମିଳିପାରେ। ଆସନ୍ତୁ ଏହି ଖେଳାଳୀ ବିଷୟରେ ଜାଣିବା…

ନ୍ୟୁଜିଲ୍ୟାଣ୍ଡ ସିରିଜରେ ଟିମ୍ ଇଣ୍ଡିଆ ପ୍ରଥମ ଦୁଇଟି ମ୍ୟାଚ୍ ହାରିଛି ଏବଂ ଶେଷ ମ୍ୟାଚ୍ ଉପରେ ସମସ୍ତଙ୍କ ନଜର ରହିଛି। ୱାନଖେଡେରେ ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚ୍ ଜିତିବାକୁ ଟିମ୍ ଇଣ୍ଡିଆ ନିଶ୍ଚିତ ଭାବେ ଚାହିଁବ।  କିନ୍ତୁ ସେପଟେ ୱାନଖେଡେରେ ଅନୁଷ୍ଠିତ ମ୍ୟାଚ୍ ପରେ ରବିଚନ୍ଦ୍ରନ ଅଶ୍ୱିନ୍ ଅବସର ନେଉଥିବାର ମଧ୍ୟ ଦେଖିବାକୁ ମିଳିପାରେ। ଅଶ୍ୱିନଙ୍କ ଅବସର ନେଇ ଆଲୋଚନା କିଛି ସମୟ ଧରି ଚାଲିଛି।  ଅଶ୍ୱିନଙ୍କ ବଢୁଥିବା ବୟସ ତାଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି, ବର୍ତ୍ତମାନ ତାଙ୍କୁ ୩୮ ବର୍ଷ ହୋଇଛି। 

ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଉଥିବା ସିରିଜରେ ଅଶ୍ୱିନଙ୍କ ପ୍ରଦର୍ଶନ ବିଶେଷ ଭଲ ରହିନାହିଁ। ସେ ପୁଣେ ଟେଷ୍ଟରେ ୬ଟି ୱିକେଟ୍ ନେଇଥିଲେ କିନ୍ତୁ ତାଙ୍କ ବୋଲିଂରେ ସମାନ ଶକ୍ତି ପ୍ରଦର୍ଶନ ଦେଖିବାକୁ ମିଳିନଥିଲା।  ତେବେ ବାଂଲାଦେଶ ସହ ପୂର୍ବ ସିରିଜରେ ସେ ଚମତ୍କାର ପ୍ରଦର୍ଶନ କରିଥିଲେ।  କେବଳ ବଲ ନୁହେଁ ବ୍ୟାଟ ସହ ସେ ଏକ ଶତକ ହାସଲ କରି ଟିମ୍ ଇଣ୍ଡିଆକୁ ବିଜୟ ଦ୍ୱାରରେ ପହଞ୍ଚାଇଥିଲେ। 

ଟିମ୍ ଇଣ୍ଡିଆ ପାଇଁ ଆର ଅଶ୍ୱିନ୍ ଜଣେ ଗୁରୁତ୍ୱପୂର୍ଣ୍ଣ ସ୍ପିନ୍ ବୋଲର ଅଟନ୍ତି। ଅଶ୍ୱିନ ଏବଂ ଜାଡେଜାଙ୍କ ଯୋଡିଙ୍କ ଶକ୍ତିରେ ଟିମ୍ ଇଣ୍ଡିଆ ୧୨ ବର୍ଷ ଧରି ଘରେ କୌଣସି ସିରିଜ୍ ହାରି ନଥିଲା।  ଏହି ଯୋଡି ଟିମ୍ ଇଣ୍ଡିଆ ପାଇଁ ବୋଲିଂ ତଥା ବ୍ୟାଟିଂରେ ଅନେକ ଥର ପ୍ରଭାବଶାଳୀ ପ୍ରମାଣିତ ହୋଇଛି।  ଅଶ୍ୱିନ ବର୍ତ୍ତମାନ ପର୍ଯ୍ୟନ୍ତ ଟିମ୍ ଇଣ୍ଡିଆ ପାଇଁ ୧୦୪ ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି, ଯେଉଁଥିରେ ତାଙ୍କ ନାମରେ ୫୩୩ ୱିକେଟ୍ ଅଛି। ଏହା ବ୍ୟତୀତ ସେ ହେଉଛନ୍ତି ସେହି ବୋଲର ଯିଏକି ବର୍ତ୍ତମାନର ଖେଳୁଥିବା ଖେଳାଳିଙ୍କ ମଧ୍ୟରେ ସର୍ବାଧିକ ୱିକେଟ୍ ନେଇଛନ୍ତି।