ଚାମ୍ପିଅନ୍ସ ଟ୍ରଫି ଜିତିବା ପରେ ଭାରତୀୟ ଟିମ୍କୁ ବିସିସିଆଇ ଦେଲା ଏତିକି କୋଟିର ଉପହାର...

ଚାମ୍ପିଅନ୍ସ ଟ୍ରଫି 2025 : ଚାମ୍ପିଅନ୍ସ ଟ୍ରଫି ର ଫାଇନାଲ ମ୍ୟାଚ ମାର୍ଚ୍ଚ ୯ ତାରିଖରେ ନ୍ୟୁଜିଲ୍ୟାଣ୍ଡ-ଭାରତ ମଧ୍ୟରେ ହୋଇଥିଲା। ଯେଉଁଥିରେ ଭାରତ ବିଜୟୀ ହୋଇଥିଲା । ଆଇସିସି ଚାମ୍ପିଅନ୍ସ ଟ୍ରଫି ଜିତିବା ପରେ ଭାରତୀୟ କ୍ରିକେଟ୍ ଦଳ ଉପରେ କୋଟି କୋଟି ଟଙ୍କା ବର୍ଷା ହେବାକୁ ଯାଉଛି। ଭାରତୀୟ କ୍ରିକେଟ ଦଳ ପାଇଁ ବିସିସିଆଇ ୫୮ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛି। ଏହା ଭାରତର ତୃତୀୟ ଚାମ୍ପିଅନ୍ସ ଟ୍ରଫି ଥିଲା। ଗତବର୍ଷ ଜୁନ୍ ୨୯ ତାରିଖରେ ଭାରତ ଟି-୨୦ ବିଶ୍ୱକପ୍ ମଧ୍ୟ ଜିତିଥିଲା।
ଟିମ୍ର ଏତେ ବଡ଼ ବଡ଼ ସଫଳତାକୁ ଦେଖି ଗୁରୁବାର ଟିମ୍ ଇଣ୍ଡିଆକୁ ଦିଆଯିବାକୁ ଥିବା ପୁରସ୍କାର ରାଶି ଘୋଷଣା କରିଛି ବିସିସିଆଇ। ଏହି ପୁରସ୍କାର ରାଶି ଖେଳାଳିମାନଙ୍କ ସହିତ ପ୍ରଶିକ୍ଷକ, ସହାୟକ କର୍ମଚାରୀ ଏବଂ ଅଜିତ ଅଗରକରଙ୍କ ନେତୃତ୍ୱାଧୀନ ଚୟନ କମିଟିର ସଦସ୍ୟମାନଙ୍କ ମଧ୍ୟରେ ବଣ୍ଟନ କରାଯିବ। ବିସିସିଆଇ ତା’ର ବିବୃତିରେ ପୁରସ୍କାରର ବିସ୍ତୃତ ବିବରଣୀ ଦେଇନାହିଁ।
ହେଲେ ବିସିସିଆଇ ସଭାପତି ରୋଜର ବିନ୍ନି ଏକ ପ୍ରେସ୍ ରିଲିଜ୍ ଜାରି କରି କହିଛନ୍ତି, "କ୍ରମାଗତ ଦୁଇଟି ଆଇସିସି ଟାଇଟଲ୍ ଜିତିବା ସ୍ୱତନ୍ତ୍ର। ଏହି ପୁରସ୍କାର ଟିମ୍ ଇଣ୍ଡିଆର ପ୍ରତିବଦ୍ଧତା ଏବଂ ଉତ୍କର୍ଷତାର ସ୍ୱୀକୃତି ଦେବ।"
ପୂର୍ବରୁ ବିସିସିଆଇ, ଆଇସିସି ଟି-୨୦ ବିଶ୍ୱକପ୍ ଜିତିଥିବା ଭାରତୀୟ ଦଳକୁ ୧୨୫କୋଟି ଟଙ୍କାର ପୁରସ୍କାର ରାଶି ଦେଇଥିଲା। ଏହି ରାଶି ଖେଳାଳିମାନଙ୍କ ସହିତ ପ୍ରଶିକ୍ଷକ, ସହାୟକ କର୍ମଚାରୀ ଏବଂ ଚୟନ କମିଟିର ସଦସ୍ୟମାନଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା। ଟି-୨୦ ବିଶ୍ୱକପ୍ ପାଇଁ ଏକ ୪୨ ଜଣିଆ ଭାରତୀୟ ଦଳ ଯାଇଥିଲା। ସେମାନଙ୍କ ମଧ୍ୟରେ ୧୫ ଜଣ ଖେଳାଳି ଥିଲେ। ପ୍ରତ୍ୟେକ ଖେଳାଳିଙ୍କୁ ୫ କୋଟି ଟଙ୍କାର ପୁରସ୍କାର ରାଶି ଦିଆଯାଇଥିଲା।
Riyan Parag, one of Rajasthan Royals‘ young talents
To continue reading, please wait...