ଆଫଗାନି ଖେଳାଳିଙ୍କ ବେକାର ତର୍କ, କହିଲେ "ରୋହିତ-କୋହଲିଙ୍କୁ ଆଉଟ୍ କରିଦେଲେ, ଭାରତୀୟ ଦଳ ଅଧା ମ୍ୟାଚ ହାରିଯିବ ଏବଂ...

 

କ୍ରିକେଟ ଖବର : ଆଫଗାନିସ୍ତାନର ପୂର୍ବତନ ଅଧିନାୟକ ଅସଗର ଆଫଗାନିସ୍ତାନ ଦଳକୁ ଫେରିବାକୁ ପ୍ରସ୍ତୁତ ଅଛନ୍ତି। ଲିଜେଣ୍ଡସ୍ ଲିଗ୍ କ୍ରିକେଟ୍ ରେ ଅସଗର, ଗୌତମ ଗମ୍ଭୀରଙ୍କ ନେତୃତ୍ୱାଧୀନ ଇଣ୍ଡିଆ କ୍ୟାପିଟାଲ୍ ଦଳର ଏକ ଅଂଶ ହୋଇଛନ୍ତି। ଏହି ଟୁର୍ନାମେଣ୍ଟ ଆରମ୍ଭ ପୂର୍ବରୁ ଟି -20 କ୍ରିକେଟରେ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଆଭିମୁଖ୍ୟ ଉପରେ ସେ ନିଜର ମତ ଦେଇଛନ୍ତି। 

ଅସଗର କହିଛନ୍ତି ଯେ, ଯଦି ବିରାଟ ଏବଂ ରୋହିତ ଶର୍ମା ମ୍ୟାଚ ସମୟରେ ଶୀଘ୍ର ଆଉଟ୍ ହୁଅନ୍ତି, ତେବେ ଭାରତୀୟ ଦଳର ଅର୍ଦ୍ଧେକ ଖେଳାଳି ଆଉଟ୍ ହେବା ସମାନ। ଅସଗର ଆହୁରି ବି କହିଛନ୍ତି ଯେ, 'ଯେତେବେଳେ ଜଣେ କ୍ରିକେଟର ପ୍ରଦର୍ଶନ କରିବାରେ ଅସମର୍ଥ, ସେତେବେଳେ ତାଙ୍କ ବିଷୟରେ ଆଲୋଚନା ହେଉଛି। ଏହା ଜଣେ କ୍ରିକେଟରଙ୍କ ଜୀବନର ଏକ ଅଂଶ।  କିନ୍ତୁ ଯେତେବେଳେ ଆମେ ଭାରତ ବିପକ୍ଷରେ ଖେଳୁଥିଲୁ, ସେତେବେଳେ ଆମର ଯୋଜନା ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ଆଉଟ୍ କରିବା ରହିଥିଲା।  ଆମେ ଜାଣିଚୁ ଏହି ଦୁଇ ଖେଳାଳିଙ୍କୁ ଆଉଟ୍ କରିଦେଲେ, ଟିମ୍ ଇଣ୍ଡିଆ ଅଧା ମ୍ୟାଚ ହାରିଯିବ। 

ଆଫଗାନିସ୍ତାନର ଏହି ପୂର୍ବତନ ଅଧିନାୟକ ତାଙ୍କ ବିବୃତ୍ତି ପଛର କାରଣ ବୁଝାଇ କହିଛନ୍ତି:

'ରୋହିତ ଏବଂ ବିରାଟ ନିଜେ ନିଜ ଦମରେ ଦଳକୁ ମ୍ୟାଚ ଜିତାଇବରେ ସାହାଯ୍ୟ କରିପାରିବେ।  ଆମର ଯୋଜନା ଥିଲା ତାଙ୍କୁ ଶୀଘ୍ର ଆଉଟ୍ କରିବା, କାରଣ ଯଦି ଆମେ ତାଙ୍କୁ ଆରମ୍ଭରୁ ଆଉଟ୍ କରି ନ ପାରିବା, ତେବେ ଏହା ବହୁତ କଷ୍ଟସାଧ୍ୟ ହୋଇଥାନ୍ତା। ବିଶେଷକରି ବିରାଟ କୋହଲିଙ୍କ କ୍ଷେତ୍ରରେ। କାରଣ ବିରାଟ ଜଣେ ବ୍ୟସ୍ତ ଖେଳାଳୀ। ଯେତେବେଳେ ସେ ସେଟ୍ ହୁଅନ୍ତି, ତାଙ୍କୁ ଆଉଟ୍ କରିବା ବହୁତ କଷ୍ଟକର।