ଦେଖନ୍ତୁ ଭିଡ଼ିଓ: ତେନ୍ଦୁଲକର ଏବଂ କୋହଲିଙ୍କ ମଧ୍ୟରେ ଶ୍ରେଷ୍ଠ କିଏ? ନିଜେ 'ଗର୍ଡ ଅଫ୍ କ୍ରିକେଟ୍' ଦେଲେ ଉତ୍ତର

 
Virat and sachin

କ୍ରିକେଟ୍ ଖବର : ଭାରତୀୟ କ୍ରିକେଟର ନାମକୁ ଆଗକୁ ନେବାରେ ସଚିନ ତେନ୍ଦୁଲକର ଅନେକ ଅବଦାନ ଦେଇଛନ୍ତି। କ୍ରିକେଟ୍ ପ୍ରଶଂସକଙ୍କ ସହ ଯୁବ ଖେଳାଳି ମଧ୍ୟ କିମ୍ବଦନ୍ତୀ ସଚିନ୍ ତେନ୍ଦୁଲକରଙ୍କ ପ୍ରଶଂସକ ଅଟନ୍ତି। ଅନ୍ୟ ସାଥୀ ଖେଳାଳିଙ୍କ ପରି ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲି ମଧ୍ୟ ସଚିନଙ୍କୁ ତାଙ୍କର ଆଦର୍ଶ ବୋଲି ମାନନ୍ତି। ତେବେ ପୂର୍ବରୁ ସଚିନ ତେନ୍ଦୁଲକର ଏବଂ ବିରାଟ କୋହଲି ପଡ଼ିଆରେ ଏକାଠି ଖେଳୁଥିବା ଦେଖିବାକୁ ମିଳିଛନ୍ତି।

Virat and sachin

କିନ୍ତୁ ଇତି ମଧ୍ୟରେ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ଅପେକ୍ଷା ବିରାଟ କୋହଲି ଜଣେ ଭଲ ଖେଳାଳି ବୋଲି ତର୍କବିତର୍କ ହୋଇଥିଲା। ଆଉ ଏହି ତର୍କବିତର୍କରେ ନିଜେ "ଗର୍ଡ ଅଫ କ୍ରିକେଟ" ସଚିନ ତେନ୍ଦୁଲକର ସାମିଲ ଥିଲେ। ରେକର୍ଡ ଦୃଷ୍ଟିରୁ ବିରାଟ ଦିନେ ସଚିନ୍ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗି ପାରିବେ କି ?  ସଚିନଙ୍କୁ ଏହି ପ୍ରଶ୍ନ ପଚାରାଯାଇଥିଲା। ଆଉ ଏହାର ଉତ୍ତର ଦେବାକୁ ଯାଇ ସେ କଣ କହିଛନ୍ତି ଚାଲନ୍ତୁ ଜାଣିବା।

କ୍ରିକେଟ୍ ଜଗତର ରନ୍ ମେସିନ୍ ହେଉଛନ୍ତି ବିରାଟ କୋହଲି। କିନ୍ତୁ ଦୀର୍ଘ ୨ ବର୍ଷ ହେବ ବିରାଟ କୋହଲି ଆଶାଅନୁଯାୟୀ ପଡ଼ିଆରେ ଖେଳି ପାରୁନାହାନ୍ତି। ୨୦୧୯ ନଭେମ୍ବର ମାସରେ ବିରାଟ ନିଜର ଶେଷ ଶତକ ମାରିଥିଲେ। ଏହି ଶତକ ଥିଲା ବିରାଟଙ୍କର ଅନ୍ତର୍ଜାତୀୟ କ୍ୟାରିୟର ୭୦ ତମ ଶତକ। ତେବେ ଗତ ଦୁଇ ବର୍ଷରୁ ଅଧିକ ସମୟ ହେଲାଣି ବିରାଟ ଗୋଟିଏ ବି ଶତକୀୟ ପାରି ଖେଳିନାହାନ୍ତି। ଯାହା କ୍ରିକେଟ୍ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ ଲାଗିଛି।

ଏହାରି ମଧ୍ୟରେ ବିରାଟ ଆଉ ସଚିନଙ୍କ ମଧ୍ୟରେ ତୁଳନାର ଏକ ଭିଡ଼ିଓ ସାମ୍ନାକୁ ଆସିଛି। ଯେଉଁ ଭିଡ଼ିଓରେ ନିଜେ ସଚିନ ତେନ୍ଦୁଲକର ଅଛନ୍ତି। ଆଉ ତାଙ୍କୁ ପଚରାଯାଇଛି ଯେ, ବିରାଟ କୋହଲି ଆଉ ତେନ୍ଦୁଲକର୍ ମଧ୍ୟରେ ଭଲ ଖେଳାଳି କିଏ ? ଆଉ ଏହି ପ୍ରଶ୍ନର ଉତ୍ତରରେ ସେ ଦୁହିଁଙ୍କୁ ସମାନ ସ୍ଥାନରେ ରଖିଛନ୍ତି। ଆଉ ବିରାଟଙ୍କୁ ବହୁତ ପ୍ରଶଂସା କରିଛନ୍ତି। 

ସଚିନ ତେନ୍ଦୁଲକର ୨୦୧୩ ମସିହାରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ। ଆଉ ଅନ୍ୟପଟେ ବର୍ତ୍ତମାନ ବିରାଟ କୋହଲି ନିଜର ଭଲ ଫର୍ମ ଦେଇ ଗତି କରୁନାହାଁନ୍ତି।  ସେ ୨୦୧୯ ପର ଠାରୁ କୌଣସି ଆନ୍ତର୍ଜାତୀୟ ଶତକ ହାସଲ କରିନାହାଁନ୍ତି। କୋହଲିଙ୍କ ପାଇଁ ସଚିନଙ୍କ ରେକର୍ଡ ଭାଙ୍ଗିବା ବର୍ତ୍ତମାନ କଷ୍ଟକର ହୋଇପଡିଛି କିନ୍ତୁ ସେ ନିଶ୍ଚିତ ଭାବରେ ତାଙ୍କ ନିକଟତର ହୋଇପାରିବେ ବୋଲି ନିଜେ ସଚିନ ସ୍ବୀକାର କରିଛନ୍ତି।

ଆମେରିକୀୟ ସାମ୍ବାଦିକ ଗ୍ରାହାମ ବେନସିଙ୍ଗର୍ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ତେନ୍ଦୁଲକରଙ୍କ ସାକ୍ଷାତକାର ଏକ ଭିଡ଼ିଓ ପୋଷ୍ଟ କରିଛନ୍ତି। ଆଉ ଏହି ଭିଡ଼ିଓରେ ଗ୍ରାହାମ, ତେନ୍ଦୁଲକରଙ୍କୁ ପଚାରିଥିଲେ, ଭଲ କ୍ରିକେଟର କିଏ - ସଚିନ୍ ନା ବିରାଟ? ଆଉ ଉତ୍ତରରେ ସଚିନ କହିଥିଲେ, ଆମ ଦୁହିଁଙ୍କୁ ଗୋଟିଏ ଦଳରେ ରଖିଲେ ସମ୍ଭବ କିପରି ହେବ? ବିରାଟ ହେଉଛନ୍ତି ଜଣେ ଅତି ଉତ୍ତମ ଖେଳାଳି। ମୋର କ୍ୟାରିୟର ସରିବା ସମୟରେ ସେ ଭାରତୀୟ ଦଳରେ ସ୍ଥାନ ପାଇଥିଲେ। ବିରାଟଙ୍କର ଖେଳ ଆରମ୍ଭରୁ ହିଁ ବହୁତ ଭଲ ରହିଛି। ସେ ଆରମ୍ଭରୁ ଫାୟାର। ସେ ରନ ବନାଇବା ପାଇଁ ସବୁବେଳେ ଭୋକିଲାଥାନ୍ତି। 

ଦେଖନ୍ତୁ ଭିଡ଼ିଓ : 

<a href=https://youtube.com/embed/MOIa8yd_O4I?autoplay=1><img src=https://img.youtube.com/vi/MOIa8yd_O4I/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640" height="360" frameborder="0">