ଦକ୍ଷିଣ ଆଫ୍ରିକାର ପୂର୍ବତନ ଖେଳାଳି କହିଲେ "ଯଦି ଏହି ଖେଳାଳି ଫର୍ମରେ ରହିବ ତେବେ ଭାରତ ଟି -20 ବିଶ୍ୱକପ ସହଜରେ ଜିତିଯିବ"

 
Lance Klusener said about hardik pandya

କ୍ରିକେଟ୍ ଖବର : ଭାରତୀୟ କ୍ରିକେଟ୍ ଦଳ ବର୍ତ୍ତମାନ ଫର୍ମ ରେ ଥାଇ ମଧ୍ୟ ମ୍ୟାଚ ହାରିଛି, ଏବେ ବିଶ୍ୱକପ ରେ କେମିତିକା ପ୍ରଦର୍ଶନ ହେବ ତାକୁ ନେଇ ଚିନ୍ତା ସୃଷ୍ଟି ହେଇଚି। ପୂର୍ବରୁ ଅନେକ ବରିଷ୍ଠ ଖେଳାଳିଙ୍କ ଅନୁପସ୍ଥିତି ସତ୍ତ୍ୱେ ଜିମ୍ବାୱେ ଗସ୍ତରେ ଟିମ୍ ଇଣ୍ଡିଆ ବହୁତ ଶକ୍ତିଶାଳୀ ଥିଲା ଏବଂ ସିରିଜ ଜିତିଥିଲେ।

ବର୍ତ୍ତମାନ ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଲରାଉଣ୍ଡର ଲାନ୍ସ କ୍ଲୁସନର୍ ଟିମ୍ ଇଣ୍ଡିଆର ଜଣେ ଖେଳାଳିଙ୍କ ବିଷୟରେ ସକରାତ୍ମକ ମନ୍ତବ୍ୟ ଦେଇଛନ୍ତି। ସେ ଭାରତୀୟ ଦଳର ଚତୁର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ କିଛି ବିଶେଷ ଶବ୍ଦ କହିଛନ୍ତି। ଏଠାରେ ଆମେ କହି ରଖୁଛୁ ଯେ, ଜିମ୍ବାୱେ ବିପକ୍ଷ ସିରିଜରେ ପାଣ୍ଡ୍ୟା ଦଳର ଅଂଶ ନୁହଁନ୍ତି।

ପାଣ୍ଡ୍ୟାଙ୍କ ବିଷୟରେ କଣ କହିଲେ ଲାନ୍ସ କ୍ଲୁସନର୍ :

'ଟାଇମ୍ସ ଅଫ୍ ଇଣ୍ଡିଆ' ସହିତ ଏକ ବାର୍ତ୍ତାଳାପରେ ଲାନ୍ସ କ୍ଲୁସନର କହିଛନ୍ତି, "ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପରି ଦ୍ରୁତ ବୋଲିଂ ଅଲରାଉଣ୍ଡର ସୀମିତ ଓଭର କ୍ରିକେଟରେ କୌଣସି ଦଳ ପାଇଁ ଏକ ପଜେଟିଭ ସୂଚକ। ହାର୍ଦିକଙ୍କ ଫର୍ମ ଫେରିବା ଦେଖି ବହୁତ ଭଲ ଲାଗିଲା ଏବଂ ସେ ଧୀରେ ଧୀରେ ନିଜର ପୁରୁଣା ରୂପକୁ ଫେରି ଆସିଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା ଫର୍ମରେ ଥିବାବେଳେ ଭାରତୀୟ ଦଳ ଏକ ଭିନ୍ନ ରୂପରେ ଦେଖାଯାଏ ବୋଲି କହିଛନ୍ତି କ୍ଲୁସନର୍। 

ind vs wi 3rd t20 pandya records

ବର୍ତ୍ତମାନ ପାଣ୍ଡ୍ୟା ଅଛନ୍ତି ଫର୍ମରେ :

ବର୍ତ୍ତମାନ ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ କ୍ୟାରିୟରର ସୁବର୍ଣ୍ଣ ପର୍ଯ୍ୟାୟ ଦେଇ ଗତି କରୁଛନ୍ତି। ସମ୍ପ୍ରତି ନିଜର ଅଧିନାୟକତ୍ୱରେ ନୂତନ ଆଇପିଏଲ ଦଳ ଗୁଜୁରାଟ ଜିଆଣ୍ଟସକୁ ପ୍ରଥମ ଥର ପାଇଁ ଆଇପିଏଲ ଟାଇଟଲ ଜିତାଇଥିବା ଏହି ଖେଳାଳି ବର୍ତ୍ତମାନ ବିସ୍ଫୋରକ ଫର୍ମରେ ଅଛନ୍ତି। ସେ ଏହି ସମୟରେ ଟିମ୍ ଇଣ୍ଡିଆ ପାଇଁ ସବୁଠୁ ବଡ ତାରକା ଭାବରେ ଉଭା ହୋଇଛନ୍ତି।