ବିରାଟ କୋହଲି ନା ବାବର ଆଜାମ?  କେଉଁ ଖେଳାଳି ସର୍ବଶ୍ରେଷ୍ଠ, କହିଲେ ଶ୍ରୀଲଙ୍କାର କିମ୍ବଦନ୍ତୀ ସନାଥ ଜୟସୁରିୟା

 

କ୍ରିକେଟ ଖବର : ଶ୍ରୀଲଙ୍କା କ୍ରିକେଟ୍ ଦଳର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ସନାଥ ଜୟସୁରିୟାଙ୍କ କୌଣସି ପରିଚୟର ଆବଶ୍ୟକତା ନାହିଁ। ସେ ତାଙ୍କ କ୍ୟାରିୟରରେ ନିଜ ଦଳକୁ ବିଶେଷ ଶକ୍ତି ପ୍ରଦାନ କରିଥିଲେ ଏବଂ ଏକ ନିଆରା ଶୈଳୀରେ କ୍ରିକେଟ୍ କୁ ନୂତନ ଦିଗ ଦେଇଥିଲେ।  90 ଦଶକରେ ବୋଲରମାନେ ତାଙ୍କୁ ବଲ୍ ପକାଇବା ପାଇଁ ଭୟଭୀତ ହେଉଥିଲେ। 

କିନ୍ତୁ, ବର୍ତ୍ତମାନ ସମୟ ବଦଳିଛି ଏବଂ ବିରାଟ କୋହଲି ଏବଂ ବାବର ଆଜାମଙ୍କ ପରି ଖେଳାଳିମାନେ କ୍ରିକେଟ ଦୁନିଆରେ ପ୍ରାଧାନ୍ୟ ବିସ୍ତାର କରୁଛନ୍ତି। ଯାହାଙ୍କୁ ପ୍ରାୟତଃ ପରସ୍ପର ସହିତ ତୁଳନା କରାଯାଏ। ଠିକ୍ ସେହିପରି ବର୍ତ୍ତମାନ ଏହି ଦୁଇ ଖେଳାଳିଙ୍କ ମଧ୍ୟରେ କିଏ ମହାନ, ସନାଥ ଜନସୁରିଆ ନିଜେ ଏହାର ଉତ୍ତର ଦେଇଛନ୍ତି।

ବିରାଟ ଆଉ ବାବର ମଧ୍ୟରେ କିଏ ଭଲ ଖେଳାଳି ?

ଯେତେବେଳେ ଶ୍ରୀଲଙ୍କା ଦଳର ଏହି ପୁର୍ବତନ କ୍ରିକେଟରଙ୍କୁ ପଚାରଗଲା, ବିରାଟ ଆଉ ବାବରଙ୍କ ମଧ୍ୟରେ କିଏ ଭଲ ଖେଳାଳି? ସେତେବେଳେ ଏହି ବିସ୍ଫୋରକ ଖେଳାଳି ଜଣକ ଯାହାର ନାମ କହିଥିଲେ, ତାହା ବୋଧହୁଏ ସଭିଙ୍କ ଉତ୍ତର ରହିଥିବ ।

ସନାଥ ଜୟସୁରିୟା ତାଙ୍କ ବିବୃତ୍ତିରେ କହିଥିଲେ ଯେ, 'ମୁଁ ବିରାଟ କୋହଲିଙ୍କୁ ପସନ୍ଦ କରେ। ବିରାଟ ମୋର ପ୍ରିୟ ଖେଳାଳି। ଏପରିକି ସେ ମୋ ପୁଅର ପ୍ରିୟ ଖେଳାଳି ମଧ୍ୟ।

ତେବେ ତାଙ୍କ ବକ୍ତବ୍ୟରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ ସେ ବାବରଙ୍କୁ ନୁହେଁ ବରଂ ବିରାଟ କୋହଲିଙ୍କୁ ଶ୍ରେଷ୍ଠ ବୋଲି ଭାବନ୍ତି।  ଅନ୍ୟପକ୍ଷରେ ପାକିସ୍ତାନ ଦଳର ଅଧିନାୟକଙ୍କ ବିଷୟରେ କହିଲେ ବାବର ବର୍ତ୍ତମାନ ODI କ୍ରିକେଟରେ ନମ୍ବର 1 ବ୍ୟାଟ୍ସମ୍ୟାନ୍ ହୋଇଥିବାବେଳେ ଟି-20 କ୍ରିକେଟ୍ ରେ ମଧ୍ୟ ସେ ତୃତୀୟ ସ୍ଥାନରେ ରହିଛନ୍ତି।