ଅଧିନାୟକତ୍ୱ ଯିବା ପରେ ବିରାଟ କୋହଲିଙ୍କୁ ହେଲା କୋଟି କୋଟି ଟଙ୍କାର କ୍ଷତି, ମାତ୍ର ଧୋନିଙ୍କୁ ହେଲା ଏହି ବଡ଼ ଫାଇଦା

 

2021 T-20 ବିଶ୍ୱକପ ପରେ ବିରାଟ କୋହଲି ଭାରତୀୟ ଦଳର ଅଧିନାୟକତ୍ୱ ଛାଡିଥିଲେ, ଏବଂ ପରେ ତାଙ୍କୁ ODI ଦଳର ଅଧିନାୟକ ଭାବରେ ହଟାଇ ଦିଆଯାଇଥିଲ । ପରେ ବିରାଟ କୋହଲି ମଧ୍ୟ ଟେଷ୍ଟ ଫର୍ମାଟର ଅଧିନାୟକତ୍ୱ ଛାଡିଥିଲେ ।

କିନ୍ତୁ ଅଧିନାୟକତ୍ୱ ହରାଇବା କାରଣରୁ ବିରାଟ କୋହଲି କୋଟି କୋଟି ଟଙ୍କାର କ୍ଷତି ସହିଛନ୍ତି । ବିରାଟ କୋହଲି IPL ରେ ମଧ୍ୟ ଅଧିନାୟକ ନୁହଁନ୍ତି । ଏହା ତାଙ୍କର ବ୍ରାଣ୍ଡ ମୂଲ୍ୟକୁ ପ୍ରଭାବିତ କରିଛି ।

ଅଧିନାୟକ ପଦ ଛାଡିବା ପରେ ବିରାଟ କୋହଲିଙ୍କ ବ୍ରାଣ୍ଡ ମୂଲ୍ୟ ବହୁତ ହ୍ରାସ ପାଇଛି । ବିରାଟ କୋହଲି 2020 ରେ 1800 କୋଟିରୁ ଅଧିକ ରୋଜଗାର କରିଥିବାବେଳେ 2021 ମସିହାରେ ତାଙ୍କର ଆୟ 1400 କୋଟିରେ ପହଞ୍ଚିଛି । ଏହା ସତ୍ୱେ ବିରାଟ କୋହଲି 2021 ରେ ସର୍ବାଧିକ ରୋଜଗାର କ୍ଷେତ୍ରରେ ଶୀର୍ଷ ସେଲିବ୍ରିଟି ଅଟନ୍ତି ।

ଧୋନିଙ୍କ ବ୍ରାଣ୍ଡ ମୂଲ୍ୟ ଆଜି ବି ହ୍ରାସ ପାଇନାହିଁ:

କିନ୍ତୁ ମହେନ୍ଦ୍ର ସିଂ ଧୋନି ରୋଜଗାର କ୍ଷେତ୍ରରେ ବହୁତ ଲାଭବାନ ହୋଇଛନ୍ତି । ଧୋନିଙ୍କ ରୋଜଗାର ପ୍ରାୟ 462 କୋଟିରେ ପହଞ୍ଚିଛି ଏବଂ ସେ ଟପ୍ -5 ରେ ଯୋଗ ଦେଇଛନ୍ତି । ମହେନ୍ଦ୍ର ସିଂ ଧୋନି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି କିନ୍ତୁ ତାଙ୍କର ବ୍ରାଣ୍ଡ ମୂଲ୍ୟ ଆଜି ବି ହ୍ରାସ ପାଇନାହିଁ । ଧୋନି ଏବେ ଆଉ ଆଇପିଏଲରେ ମଧ୍ୟ ଅଧିନାୟକ ନୁହଁନ୍ତି ।