IND vs SA: ଏହି ଦକ୍ଷିଣ ଆଫ୍ରିକୀୟ ଖେଳାଳି ହେଉଛନ୍ତି ଜଣେ ହନୁମାନ ଭକ୍ତ, ଜାଣନ୍ତୁ ତାଙ୍କ ନାମ

କ୍ରିକେଟ ଖବର : ବର୍ତ୍ତମାନ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ 3 ମ୍ୟାଚ୍ ବିଶିଷ୍ଟ ଦିନିକିଆ ମ୍ୟାଚ ଖେଳାଯାଉଛି। ଗତକାଲି ଭାରତୀୟ ଦଳ ଦ୍ୱିତୀୟ ଦିନିକିଆ ମ୍ୟାଚକୁ 7 ୱିକେଟରେ ଜିତିନେଇଛି। ବିଶେଷ କଥା ହେଉଛି ଦକ୍ଷିଣ ଆଫ୍ରିକା ଦଳର ଜଣେ ଖେଳାଳି ଅଛନ୍ତି ଯିଏକି ଜଣେ ହନୁମାନ ଭକ୍ତ ଅଟନ୍ତି। ଏହି ଖେଳାଳି ମ୍ୟାଜିକାଲ୍ ବୋଲିଂରେ ପାରଦର୍ଶୀ ଏବଂ ଏହା ଉତ୍ତରପ୍ରଦେଶ ରାଜ୍ୟ ସହିତ ନିବିଡ ଭାବରେ ଜଡିତ।
ଭାରତ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଦକ୍ଷିଣ ଆଫ୍ରିକାର ନିୟମିତ ଅଧିନାୟକ ତେମ୍ବା ବାବୁମା ଖେଳିନଥିଲେ। ଏହି କାରଣରୁ କେଶବ ମହାରାଜ ତାଙ୍କ ସ୍ଥାନରେ ଅଧିନାୟକତ୍ୱ ଦାୟିତ୍ୱ ଗ୍ରହଣ କରିଥିଲେ। କିନ୍ତୁ ସେ ତାଙ୍କ ଅଧିନାୟକତ୍ୱରେ ଦକ୍ଷିଣ ଆଫ୍ରିକାକୁ ଜିତିବାକୁ ପାଇପାରିନଥିଲେ। କେଶବ ମହାରାଜ 7 ଟି ଦିନିକିଆରେ ଦକ୍ଷିଣ ଆଫ୍ରିକା ଅଧିନାୟକତ୍ୱ କରିଛନ୍ତି।
ତେବେ ଆମେ ଯେଉଁ ହନୁମାନ ଭକ୍ତଙ୍କ କଥା କହୁଛି , ସେ ହେଉଛନ୍ତି କେଶବ ମହାରାଜ। ଭାରତୀୟ ବଂଶଜ କେଶବ ମହାରାଜ ଦକ୍ଷିଣ ଆଫ୍ରିକାରେ ରୁହନ୍ତି ଏବଂ ସେଠି ସେ ଦକ୍ଷିଣ ଆଫ୍ରିକା ପାଇଁ କ୍ରିକେଟ୍ ଖେଳନ୍ତି। ତାଙ୍କର ପୂର୍ବପୁରୁଷମାନେ 1874 ମସିହାରେ ଚାକିରି ଖୋଜିବା ପାଇଁ ଭାରତରୁ ଡର୍ବାନରେ ପହଁଚିଥିଲେ ଏବଂ ପରେ ସେଠାକାର ବାସିନ୍ଦା ହୋଇଗଲେ। ତାଙ୍କର ପୂର୍ବପୁରୁଷମାନେ ଉତ୍ତରପ୍ରଦେଶର ସୁଲତାନପୁର ଜିଲ୍ଲାର ବାସିନ୍ଦା ଥିଲେ।